ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବୃକ୍ଷ ରୋପଣ କଲେ ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ

ନୟାଗଡ଼,(ନୟାଗଡ଼ ଦର୍ପଣ):- “ଗଛ ଆମ ସଭିଙ୍କ ପାଇଁ – ଗଛ ବିନା ବଞ୍ଚିବା ନାହିଁ “। ଏହି ଉକ୍ତିକୁ ସାର୍ଥକ କରିବା ପାଇଁ ନୟାଗଡ଼ ହାଉସିଂ ବୋର୍ଡ ନିକଟରେ ଗଢି ଉଠିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ବ ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅଧ୍ଯକ୍ଷ ଶ୍ରୀଧର ସାହୁଙ୍କ ସଂଯୋଜନାରେ ବନମହୋତ୍ସବ ସପ୍ତାହର ପ୍ରଥମ ଦିବସରୁ ଆଜି ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଆଜିର ଏହି ଗଛଲଗା କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଓଡିଶାର ମାନ୍ଯବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ଯୋଗଦେଇ ଦୁଇଟି ଆମ୍ବ ଚାରା ରୋପଣ କରିଥିଲେ । ଗଛ ଗୁଡିକର ନିରାପଦ ସଂରକ୍ଷଣ ପାଇଁ ବିଦ୍ଯାଳୟର ବିସ୍ତୃତ ପରିସର କଣ୍ଟା ତାର ବାଡ ଦ୍ବାରା ଆବଦ୍ଧ ହୋଇଥିବାରୁ ମୁଖ୍ଯଅତିଥି ମହୋଦୟ ଖୁସି ବ୍ଯକ୍ତ କରିଥିଲେ।

ଏହି ଅବସରରେ, କଦଳୀ, ବେଲ, ସଜନା, ଡାଳିମ୍ବ, ପଣସ ଆଦି ବିଭିନ୍ନ ଗଛ ଗୁଡିଏ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଉପଦେଷ୍ଟା ଶିକ୍ଷାବିତ୍ ହରିହର ପାତ୍ର, ଅନାଦି ଚରଣ ମହାନ୍ତି, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ପୂର୍ବତନ ନଗରପାଳ ତଥା ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା, ପ୍ରସନ୍ନ କୁମାର ବସନ୍ତିଆ, ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ନୟାଗଡ଼ ରୋଟାରୀ କ୍ଲବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଗାୟତ୍ରୀ ମହାପାତ୍ର, ଅବିନାଶ ସାହୁ, ରାଜକିଶୋର ଦଳେଇ, ପ୍ରାକ୍ତନ ଛାତ୍ର ଜଗତ କଲ୍ଯାଣ କାଶ୍ଯପଙ୍କ ସମେତ ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା ଯୋଗ ଦେଇଥିଲେ।

Related posts