କ୍ରାନ୍ତି ଦିବସରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ସଜବାଜ

ନୟାଗଡ଼/ଓଡ଼ଗାଁ,(୦୨/୦୮):- କୃଷକ ବିରୋଧୀ କଳା ଆଇନ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମକୋଡ ବାତିଲ, ସମସ୍ତଙ୍କୁ ମାଗଣା କରୋନା ଟିକାକରଣ, ପର୍ୟ୍ୟାପ୍ତ ନିଯୁକ୍ତି ଯୋଜନା, ଗରିବଙ୍କୁ ମାଗଣା ଖାଦ୍ୟ ଯୋଗାଣ, ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଇବା ସହିତ ନୟାଗଡ଼ ଚିନିକଳ ଚାଲୁ କରିବା ଓ ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ୟ୍ୟକାରୀ କରିବା ଇତ୍ୟାଦି ଦାବିରେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ନୟାଗଡ଼ରେ ହେବାକୁ ଥିବା ଗଣ ଆଇନ ଅମାନ୍ୟକୁ ସଫଳ କରିବା ପାଇଁ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ଓ କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ନେତୃତ୍ୱରେ ଏକ ଟିମ ନୟାଗଡ଼ ଓ ଓଡ଼ଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଗ୍ରାମ ସଭାମାନ ସଂଗଠିତ କରୁଛନ୍ତି । ଦରଦାମ ବୃଦ୍ଧିରେ ଜର୍ଜରିତ ସାଧାରଣ ଲୋକ କରୋନା ଜନୀତ ଅସ୍ୱାଭାବିକ ବିକଳ ପରିସ୍ଥିତିକୁ ମୁକାବିଲା କରୁଥିବା ବେଳେ…

Read More

ସମ୍ବାଦ ସାହିତ୍ୟ ଘର ନୟାଗଡ଼ ଶାଖା ତରଫରୁ ବୃକ୍ଷରୋପଣ

ନୟାଗଡ଼,(୩୧/୭):- ବିଶ୍ୱ ତଥା ପ୍ରକୃତିର ସଂରକ୍ଷଣ କରିବା ଲକ୍ଷରେ ଆଜି ସକାଳ ୧୦ଘଟିକା ସମୟରେ ନୟାଗଡ଼ ବ୍ଲକ ଅନ୍ତର୍ଗତ କ୍ରିଦାଶପୁର ମାଳବନ୍ଧ ପରିସରରେ ସମ୍ବାଦ ସାହିତ୍ୟ ଘର ନୟାଗଡ଼ ଶାଖା ତରଫରୁ ବୄକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଜିଲ୍ଲା ପ୍ରତିନିଧି ତଥା ସାହିତ୍ଯ ଘରର ସଂଯୋଜକ ରିତେନ୍ଦ୍ର ଛାଟୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ୟ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାହିତ୍ୟ ଘର ସଭାପତି ବିଜୟ ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ବାସୁଦେବ ମହାନ୍ତି, ଗଜେନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରଜାତିର ୧୫୭ଟି ବୃକ୍ଷ ରୋପଣ କରିଥିଲେ।

Read More

ନୟାଗଡ଼ ଜିଲ୍ଲାର ସର୍ବ ବୃହତ୍ତ ପୁସ୍ତକ “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ। ମହାମହିମ ରାଜ୍ୟପାଳ ଡ଼. ଗଣେଶୀ ଲାଲଙ୍କ କରକମଳରେ ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ରଙ୍କ ଲିଖିତ “ନୟାଗଡ଼ ଇତିହାସ” ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ଏକ ସ୍ୱତନ୍ତ୍ର ପରିବେଶରେ ରାଜ୍ୟପାଳ ଏହି ଐତିହାସିକ ତଥ୍ୟ ସମ୍ବଳିତ ନୟାଗଡ଼ ଇତିହାସ ପୁସ୍ତକର ସଫଳତା କାମନା କରିବା ସହିତ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟର ବୁଦ୍ଧିଜୀବୀ ତଥା ପାଠକ ମହଲରେ ଏହି ପୁସ୍ତକଟି ବେଶ ଆଦୃତି ଲାଭ କରିବ ବୋଲି ଆଶାପୋଷଣ କରିଛନ୍ତି। ପ୍ରଫେସର ମହାପାତ୍ର ହେଉଛନ୍ତି ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର ଏବଂ ସ୍ୱର୍ଗତ ସୁଶିଲା ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟର ବିଭାଗୀୟ ମୁଖ୍ୟ ଅଟନ୍ତି। ଉଲ୍ଲେଖଯୋଗ୍ୟ ପ୍ରଫେସର…

Read More

କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ):- ଓଡ଼ିଶାରେ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ପ୍ରତି ବଢ଼ି ଚାଲିଥିବା ଦୁର୍ବ୍ୟବହାର ଓ ଅନ୍ୟାୟ ବିରୁଦ୍ଧରେ ଆଜି ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଙ୍ଘର ସାମ୍ବାଦିକମାନେ ପୁଣି ଥରେ ସ୍ୱର ଉତ୍ତୋଳନ କରିଛନ୍ତି । ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ଅନୱର ଅଲ୍ଲୀଙ୍କ ଆହ୍ୱାନ କ୍ରମେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଟୁଡୁଙ୍କ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବାହ୍ନରେ ନୟାଗଡ଼ ପିଡବ୍ଲୁଡି ଡାକ ବଙ୍ଗଳାଠାରୁ ସାମ୍ବାଦିକମାନେ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସାମ୍ବାଦିକଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାରକୁ ବିରୋଧ କରି ନାରାବାଜି କରିଥିଲେ । ଏଥିସହିତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦୃଢ଼ ଦାବି ରଖିଥିଲେ । ଏହି ପ୍ରତିବାଦ ଶୋଭାଯାତ୍ରାରେ ସଭାପତି ଅନୱାର ଅଲ୍ଲୀ, ସଂପାଦକ କିଶୋର ମହାପାତ୍ର, ଉପସଭାପତି ଯତାତୀ…

Read More

ନୟାଗଡ଼ ରୋଟାରୀ କ୍ଲବର ଚାରା ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ):- ରୋଟାରୀ ଗ୍ରୀନ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ନୟାଗଡ ରୋଟାରୀ କ୍ଲବ ତରଫରୁ ଗମ୍ଭାରୀଡିହି ଗ୍ରାମରେ ୩୦୦ ଫଳ ଚାରା ସ୍ଥାନୀୟ ସରପଞ୍ଚଙ୍କ ସହାୟତା ଓ କ୍ଲବ ଅଧ୍ୟକ୍ଷ ଧିରେନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୋଟାରିଆନ ଆରିଫ ଖାନ ଏବଂ ସହାୟତା କରିଥିଲେ ରୋଟାରିଆନ ପ୍ରସନ୍ନ ବସନ୍ତିଆ, ଆଦିତ୍ୟ ମିଶ୍ର ଓ କ୍ଲବ କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ରଥ ।

Read More

ଟିପି ଟିପି ବର୍ଷାରେ ଭିଜିଲେ କବିମାନେ

ନୟାଗଡ଼,(ନୟାଗଡ଼ ଦର୍ପଣ):- ବର୍ଷା ସବୁକାଳେ କବିଙ୍କୁ ଆକୃଷ୍ଟ କରେ। ପ୍ରାଚୀନ ଲୋକଗୀତରୁ ଆରମ୍ଭ କରି ବର୍ତ୍ତମାନ ସାହିତ୍ୟ ଯାଏଁ କବିର ଆବେଗାନୁଭୂତିରେ ବର୍ଷା ସ୍ୱତନ୍ତ୍ର ଭାବେ ପରିପୁଷ୍ଟ ହୋଇପାରିଛି। ଏହା ସତ୍ୟ ଯେ ବର୍ଷା କେବଳ ଆଶା ସଂଚାର କରେ ନାହିଁ ବରଂ ସମ୍ଭାବନାର ସ୍ୱର ଟିଏ। ବର୍ଷାକୁ ନେଇ ଓଡ଼ିଆ ସାହିତ୍ୟ ମଧ୍ୟ ବେଶ୍ ସମୃଦ୍ଧ। କଳା, ସାହିତ୍ୟ, ସଂସ୍କୃତି ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୁକୁଲ୍ୟରେ ଆୟୋଜିତ କବିତା ଆସର “ଟିପି ଟିପି ବରଷାରାଣୀ” କାର୍ଯ୍ୟକ୍ରମ ସୁସାହିତ୍ୟିକା ବସିରନ୍ ବିବିଙ୍କ ସଭାପତିତ୍ୱ ଓ ଶରତ ଆଚାର୍ଯ୍ୟଙ୍କ ସଂଯୋଜନାରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ବିଶିଷ୍ଟ କବି ତଥା ଅଧ୍ୟାପକ ରବି ଶତପଥି, କବି ଓ ନିର୍ଦ୍ଦେଶକ ପବିତ୍ର ମହାନ୍ତି ଅତିଥିଭାବେ ଯୋଗଦେଇଥିବା ବେଳେ ବିଦେଶରେ ରହୁଥିବା ନୟାଗଡ଼ର କବି ପ୍ରିୟଦର୍ଶୀ ଚନ୍ଦନ, ସୁଶାନ୍ତ ପାତ୍ରଙ୍କ…

Read More

ସରପଞ୍ଚଙ୍କ ନେତୃତ୍ୱରେ ମାସ୍କ, ସାନିଟାଇଜର, ସାବୁନ ସହିତ କୋଭିଡ୍ ସଚେତନତା

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ବିଡ଼ିଓ ମନୋଜ ପାତ୍ରଙ୍କ ପରାମର୍ଶ କ୍ରମେ ଗମ୍ଭାରିଡ଼ିହି ପଞ୍ଚାୟତର ସରପଞ୍ଚ ଦିବାକର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଚେତନତା କାର୍ୟ୍ୟକ୍ରମରେ ବଡ଼ ପଣ୍ଡୁସର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ଉର୍ମିଳା ବେହେରାଙ୍କ ସମେତ ପଞ୍ଚାୟତରେ ଥିବା ସମସ୍ତ ୬ଟି ଗାଁ’ର ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ, ସହାୟିକା, ସ୍ବାସ୍ଥ୍ୟକର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ୱାର୍ଡ ସଭ୍ୟମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ପଞ୍ଚାୟତରେ ଥିବା ସମସ୍ତ ଲୋକଙ୍କୁ ମାସ୍କ, ସାନିଟାଇଜର, ସାବୁନ ବଣ୍ଟା ଯିବା ସହ ମହାମାରି କୋରନା ସମୟରେ କିପରି ନିଜେ ସଚେତନ ରହିବା ସହ ପରିବାର ଅନ୍ୟ ସଦସ୍ୟ ସଚେତନ ରହିବେ ଏବଂ ବିଶେଷ କରି ପ୍ରତେକ ବ୍ୟକ୍ତି କୋଭିଡ୍ ଟୀକାନେବେ ସେ ନେଇ ସେଚେତନ କରାଯାଇଥିଲା। କୋରନା ମହାମାରୀ ଆକ୍ରାନ୍ତ ସଂଖ୍ୟା ନୟାଗଡ଼…

Read More

ଇଟାମାଟି ଜଗନ୍ନାଥ ମନ୍ଦିର ପରିସରରେ ସାରସ୍ୱତ ବୈଠକ ଅନୁଷ୍ଠିତ

ଇଟାମାଟି,(ନୟାଗଡ଼ ଦର୍ପଣ):- ଇଟାମାଟିଠାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସରରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୋନାଲିକା ମନ୍ଥନଙ୍କ ପୌରୋହିତ୍ୟରେ କୋଭିଡି ନିୟମ ପାଳନ ପୂର୍ବକ ଏବଂ ସାରସ୍ୱତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଇଟାମାଟି ମଠ ମନ୍ଦିରର ଗ୍ରାମ ଏବଂ ଏହା ନୟାଗଡର ସଂସ୍କୃତିକ ରାଜଧାନୀ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ସମାଜକୁ ଅକ୍ଷୟ ମୁଖରୁ ରକ୍ଷା କରିବ ବୋଲି ଏ ସମାଜରେ ଯୋଗଦେଇ ଅତିଥିମାନେ ମତପ୍ରକାଶ କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅଶୋକ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ଼ଃ ପ୍ରମୋଦ ନାୟକ ମୁଖ୍ୟଅତିଥି, ନାଟ୍ୟକାର ଶରତଚନ୍ଦ୍ର ଆଚାର୍ଯ୍ୟ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଇଟାମାଟିର ମା’ ନାରାୟଣୀ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ଯଥାକ୍ରମେ ଅଧିକାରୀ ପୃଷ୍ଟି ଏବଂ ଜଗନ୍ନାଥ ପାତ୍ର ସମ୍ବର୍ଦ୍ଧିତ ହୋଇଥିଲେ।…

Read More

ସଫଳ ଆମ୍ବ ଚାଷୀ ପୁରସ୍କାର ପାଇଲେ ଦିବ୍ୟାଙ୍ଗ ଶଙ୍କର ଜାନୀ

ନୟାଗଡ଼/ଗଣିଆ,(ନୟାଗଡ଼ ଦର୍ପଣ):- ଉକୃଷ୍ଟମାନର ଆମ୍ବ ଚାଷ କରି ଆତ୍ମନିର୍ଭରଶୀଳ ହେବା ସହ ଜଣେ ସଫଳ ଆମ୍ବ ଚାଷୀ ଭାବେ ଆଦିବାସୀ ଅଧ୍ୟୁଷିତ ବଡ଼ଶିଲିଙ୍ଗା ଗ୍ରାମପଞ୍ଚାୟତ ପୁରୁଣାପାଣି ଗ୍ରାମର ଦିବ୍ୟାଙ୍ଗ ଶଙ୍କର ଜାନୀ ଉକୃଷ୍ଟ ଅବଦାନ ପୁରସ୍କାର ପାଇଛନ୍ତି । ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ବିକାଶ ବ୍ୟାଙ୍କ(ନାବାର୍ଡ଼)ର ୪୦ତମ ପ୍ରତିଷ୍ଠା ଦିବସରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ପରିସରରେ ଶଙ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟପାଳ ପ୍ରଫେସର ଡଃ.ଗଣେଶୀ ଲାଲ ଶଙ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ସହ ଶଙ୍କର ଦିବ୍ୟାଙ୍ଗ ହୋଇ ବି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବାରୁ ରାଜ୍ୟପାଳ ବେଶ୍ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ନାବାର୍ଡ଼ ଡିଜିଏମ୍ ଜୟନ୍ତ ସାହୁ ଓ ଜିୟୁସିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଉପସ୍ଥିତ…

Read More

ଉଦ୍ଧାର ହେଲା ନାବାଳକ, ଠିକଣା ଖୋଜୁଛି ଚାଇଲଡ ଲାଇନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଅଞ୍ଚଳରେ ନାବାଳକ ଫସିବା ଖବର ପ୍ରକାଶ ପାଇବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ରଶେଖର ବେହେରା ଓ ଓଡ଼ଗାଁ ପୁଲିସ ଗୈାଡ଼ପୁଟ ପଞ୍ଚାୟତ ଗୁଆନ୍ଦ ଗ୍ରାମରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ଛତିଶଗଡ଼ର ଟୋଲା ଅଞ୍ଚଳର ହଟକା ଗ୍ରାମର ରାମ ଲାଲ ଏବଂ କଲେଶ୍ରୀଙ୍କ ପୁଅ ବିରୁ କିଛି ସାଙ୍ଗ ସାଥିଙ୍କ ସହ ଭଦ୍ରକ ଜିଲ୍ଲାକୁ କାମ କରିବାକୁ ଆସିଥିବା ପ୍ରକାଶ କରିଛି। କିନ୍ତୁ ବିରୁ ଭଦ୍ରକରୁ କୈାଣସିମତେ ଆସି ଓଡ଼ଗାଁର ଗୌଡ଼ପୁଟ ଅଞ୍ଚଳରେ ପହଞ୍ଚି ଯାଇଥିଲା। ଗୌଡ଼ପୁଟ ଅଞ୍ଚଳରେ ଏକା ଏକା ବୁଲୁଥିବାବେଳେ ଗୁଆନ୍ଦ ଗ୍ରାମର କୈଳାସ ନାୟକ ବିରୁ ସହ କଥାବାର୍ତ୍ତା କରି ତାକୁ ଗୁଆନ୍ଦକୁ ଆଣି ନିଜଘରେ ୫ଦିନ ହେବ ରଖିଥିଲେ। ଆଜି ନାବାଳକ ଉଦ୍ଧାର ହୋଇଥିବା ବେଳେ…

Read More