ସୁରଜିତ(ବୁବୁନ)ର ୯ମ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର

ନୟାଗଡ଼,(୧୨/୦୮):- ଶ୍ରମିକ ନେତା ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ପୁଅ ସୁରଜିତ(ବୁବୁନ)ର ୯ମ ଶ୍ରାଦ୍ଧ ବାର୍ଷିକରେ ଆଜି ନୟାଗଡ଼ ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୁଅ ମୃତ୍ୟୁରେ ଭାଙ୍ଗି ନପଡ଼ି ପ୍ରତ୍ୟେକ ବର୍ଷ ଶ୍ରୀକାନ୍ତ ପଟ୍ଟନାୟକ ଏବଂ ତାଙ୍କ ଧର୍ମପତ୍ନୀ ଗୀତାରାଣୀ ପଟ୍ଟନାୟକ ରକ୍ତଦାନ ଶିବିର ଆୟୋଜନ କରିଆସୁଛନ୍ତି । ଆଜିର ଏହି ଶିବିରରେ ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମାଜସେବୀ ଦାମୋଦର ସାହୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ବେଳେ ପିତା ଶ୍ରୀକାନ୍ତ ପଟ୍ଟନାୟକ, ମା’ ଗୀତାରାଣୀ ପଟ୍ଟନାୟକଙ୍କ ସମେତ ୧୪ ଜଣ ରକ୍ତଦାନ କରିଥିବା ସୂଚନା ମିଳିଛି।

Related posts