ଖୁବଶୀଘ୍ର ପୁଣିଥରେ ନୟାଗଡକୁ ଗଡିବ ରେଳ

ନୟାଗଡ଼,(୧୨/୦୮):- ଭୁବନେଶ୍ୱରରୁ ନୟାଗଡ଼ ମହୀପୁର ପର୍ଯ୍ୟନ୍ତ ପୁନଃ ରେଳ ଚଳାଚଳ କରିବା ଆଶା ସଞ୍ଚାର ହୋଇଛି । ଏଥିପାଇଁ ପୂର୍ବତଟ ରେଳପଥ ଉପମୁଖ୍ଯ ଯାତ୍ରୀ ପରିବହନ ପ୍ରବନ୍ଧକ ଖୋର୍ଦ୍ଧା ଡିଭିଜନର ଡିଭିଜନାଲ ମ୍ୟାନେଜରଙ୍କୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ, ନୟାଗଡ଼ ଟାଉନ ଷ୍ଟେସନରୁ ସମସ୍ତ କର୍ମଚାରୀଙ୍କୁ କରୋନା ସମୟରେ ବାହାରକୁ ପଠାଇ ଦିଆଯିବା ସହ ରେଳ ଚଳାଚଳ ବାତିଲ କରାଯାଇଥିଲା । ଏନେଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ନୟାଗଡ଼ ଷ୍ଟେସନକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ରେଳ ଚଳାଚଳ ନିମନ୍ତେ ବାରମ୍ବାର ଚିଠି ଲେଖି ଆସୁଥିଲେ। ତତ୍ ସହିତ ନୟାଗଡ଼ ଜିଲ୍ଲା କଂଗ୍ରେସ ମଧ୍ୟ ନୟାଗଡକୁ ପୁନଃ ରେଳ ଚଳାଚଳ ନକଲେ ଜଟଣୀ ଠାରେ ରେଳରୋକ କରିବାକୁ ଚେତାବନୀ ଦେଇଥିଲା।

Related posts