ନୟାଗଡ,(12/08):- ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ବର୍ଷରୁ ୧୩ବର୍ଷର ଛାତ୍ରଛାତ୍ରୀ ଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେହିପରି ୧୩ରୁ ୧୮ବର୍ଷର ଛାତ୍ରଛାତ୍ରୀମାନେ ଓଡ଼ିଆ ବକ୍ତୃତା ରେ ‘ଆଜିର ଭାରତ’ ଶୀର୍ଷକ’ରେ ବକ୍ତୃତା ଦେଇଥିଲେ। ଗୀତ ପ୍ରତିଯୋଗିତାରେ କଳାହାଣ୍ଡିର ଦିବ୍ୟାଂଶ ମୁଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନୟାଗଡ ଜିଲ୍ଲାର ଅଂଶୁମାନ ପାତ୍ର ଦ୍ୱିତୀୟ, ଓଁକାର ଔଜାଲ୍ୟ ଓ ସ୍ବୟଂ ପ୍ରଭା ସାହୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡ଼ିଆ ବକ୍ତୃତାରେ ପୁରୀ ଜ଼ିଲ୍ଲାର ସ୍ବର୍ଣ୍ଣପ୍ରଭା ପଣ୍ଡା ପ୍ରଥମ ସ୍ଥାନ, ନୟାଗଡ ଜିଲ୍ଲାର ସାଇଶ୍ରୀ ପଣ୍ଡା ଦ୍ୱିତୀୟ ଓ ସମ୍ୟକ ସ୍ୱୟଂଜିତ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୀତିକାର ଏମ. ଦୀନବନ୍ଧୁ ମହାପାତ୍ର, ନିରାକାର ସ୍ୱାଇଁ, ସଙ୍ଗୀତ ନିର୍ଦେଶକ ଅଞ୍ଜନ କୁମାର, କଣ୍ଠଶିଳ୍ପୀ ମିନାକ୍ଷୀ ଶତପଥୀ ଏବଂ ଗୀତିକାର ହୃଷିକେଷ ଦାଶ ବିଚାରକ ଭାବେ ମୂଲ୍ୟାୟନ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ଫ୍ଲିପକାର୍ଟ ମାଧ୍ୟମରେ ଉପହାର ପଠାଯିବ ଏବଂ ସମସ୍ତ ସଫଳ ପ୍ରତିଯୋଗୀମାନଙ୍କୁ ଇ-ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ସ୍ୱାତୀଲଗ୍ନାର ପ୍ରତିଷ୍ଠାତା ସୁଶାନ୍ତ କୁମାର ପାତ୍ର କହିଛନ୍ତି। ସଭିଙ୍କ ସହଯୋଗ ଏବଂ ସମସ୍ତ ପ୍ରତିଯୋଗୀ ଏବଂ ବିଚାରକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସ୍ୱାତୀଲଗ୍ନାର ଏହି ସୁନ୍ଦର ପ୍ରୟାସ ପାଇଁ ସମସ୍ତେ ଅନେକ ପ୍ରଶଂସା କରିବାସହ ଅନୁଷ୍ଠାନର ଉତ୍ତରୋତ୍ତୋର ଉର୍ନତି କାମନା କରିଛନ୍ତି ଶ୍ରୀଯୁକ୍ତ ପାତ୍ର।
Related posts
-
ରାଜସୁନାଖଳା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠାତାଙ୍କ ପରଲୋକ
February 2, 2025 Jajati Comments Off on ରାଜସୁନାଖଳା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠାତାଙ୍କ ପରଲୋକରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରାଜସୁନାଖଳା ଅଞ୍ଚଳରେ ମଧୁସୁଦନ ମହାପାତ୍ର (ମଧୁ ଅଜା)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ୧୯୭୮ମସିହା ଫେବୃଆରୀ... -
ନାଟ୍ୟଧାରା’ ପକ୍ଷରୁ ମାର୍ଚ୍ଚ ୧ରୁ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
February 1, 2025 Jajati Comments Off on ନାଟ୍ୟଧାରା’ ପକ୍ଷରୁ ମାର୍ଚ୍ଚ ୧ରୁ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ୧ତାରିଖ ଠାରୁ ୭ ତାରିଖ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟ... -
ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳିନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ନୟାଗଡ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ...