ପୁଲିସ ଦ୍ଵାରା ଦେଶୀ ମଦ ଜବତ, ଦୁଇ ଗିରଫ

ନୟାଗଡ,(୧୨/୦୮): ନୟାଗଡ଼ ସଦରଥାନା ପୁଲିସ ବୁଧବାର ରାତିରେ ୫୦ ଲିଟର ଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଗାନ୍ଧୀନଗର ବାସିନ୍ଦା ପ୍ରଦୀପ୍ତ ମହାନ୍ତି ଏବଂ ରବିନ୍ଦ୍ର ଜେନା । ସଦରଥାନା ପୁଲିସ ବୁଧବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏମାନେ ବାଲୁଗାଁ ପଟୁ ନୟାଗଡ଼କୁ ଏକ ମୋଟର ସାଇକେଲ ଯୋଗେ ଆସୁଥିଲେ । ବାଇକରେ ଏକ ବସ୍ତା ଲୋଡ଼ ହୋଇଥିବା ଦେଖି ପୁଲିସର ସନ୍ଦେହ ହେବାରୁ ବାଇକକୁ ଅଟକାଇ ତନଖି କରିବାପରେ ସେମାନଙ୍କ ଠାରୁ ଏକ ବସ୍ତାରେ ୫ଶହ ଦେଶୀ ମଦ ପାଉଚ ଥିବା ଦେଖାଯାଇଥିଲା । ପୁଲିସ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।

Related posts