କମ୍ରେଡ଼ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ରଣପୁର,(୧୨/୦୮):- ବର୍ଷିୟାନ କମ୍ୟୁନିଷ୍ଟ ନେତା ତଥା ରଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ କମ୍ରେଡ଼ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ ଆଜି ସିପିଆଇ(ଏମ) ନୟାଗଡ଼ ଜିଲ୍ଲା କମିଟି ତରଫରୁ ଏକ ଜିଲ୍ଲାସ୍ତରୀୟ ‘ଶ୍ରଦ୍ଧାଞ୍ଜଳି ସଭା’ ରଣପୁରର ସହୀଦ ରଘୁ ଦିବାକର ଭବନ ଠାରେ ସାଥି ବିଶ୍ୱନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମ ଆରମ୍ଭରେ ଦିବଂଗତ ଶ୍ରୀଯୁକ୍ତ ସାମନ୍ତରାୟଙ୍କ ଅମର ଆତ୍ମାଙ୍କର ସଦଗତି ନିମନ୍ତେ ଦୁଇ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା। ଦିବଂଗତ ଶ୍ରୀଯୁକ୍ତ ସାମନ୍ତରାୟ ଜଣେ ସଚ୍ଚା କମ୍ୟୁନିଷ୍ଟ, ସ୍ଵଛ ଓ ନିର୍ମଳ ବ୍ୟକ୍ତିତ୍ୱ, ସାଥୀ ପ୍ରେମୀ ଓ ଜନପ୍ରିୟ ନେତା ହେବା ସହିତ ଜଣେ ସାରସ୍ୱତ ସାଧକ ମଧ୍ୟ ଥିଲେ।ତାଙ୍କର ଆଵର୍ତମାନରେ ଉପସ୍ଥିତ ସମସ୍ତ ସାମନ୍ତରାୟ ପ୍ରେମୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର ରାଜ୍ୟସ୍ତରୀୟ ନେତା ଜନାର୍ଦ୍ଦନ ପତି, କିଶୋର ପଟ୍ଟନାୟକ, ଶରତ ବେହେରାଙ୍କ ସମେତ ସ୍ଥାନୀୟ ନେତା ହରିଶ୍ଚନ୍ଦ୍ର ମିଶ୍ର, ଦୁଃଶାସନ ଜେନା, ସୁରେଶ ସ୍ବାଇଁ, ନିତ୍ୟାନନ୍ଦ ପରିଡା, ଗଣେଶ ନାୟକ, ଗଙ୍ଗାଧର ପଣ୍ଡା, ପବିତ୍ର ଇନ୍ଦ୍ରଜିତ ଓ ସୁଶୀଲ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ।
ଆ.ପ୍ର- ପ୍ରଦୀପ କୁମାର ରଣା
ମୋ-୯୯୩୮୬୮୮୪୩୨

Related posts