ନୟାଗଡ଼ ପୌର ପରିଷଦ ପକ୍ଷରୁ ‘ଓଦା ବର୍ଜ୍ୟବସ୍ତୁ ସଂଗ୍ରହ’ ଅଭିଯାନ

ନୟାଗଡ଼,(୧୭/୦୮):- ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ପରାମର୍ଶରେ ସ୍ୱଚ୍ଛ ଭାରତ ଅଭିଯାନ ଆନୁକୂଲ୍ୟରେ ପୌର ପରିଷଦ ପକ୍ଷରୁ ‘ଓଦା ବର୍ଜ୍ୟବସ୍ତୁ ସଂଗ୍ରହ’ ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି । ପ୍ରତ୍ୟେକ ଘରୁ ପ୍ରତି ଶନିବାର ଦିନ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ହୋଇ କ୍ଷେତ୍ରୀବରପୁରସ୍ଥିତ ପ୍ଲାଣ୍ଟକୁ ଯିବ । ସ୍ୱଚ୍ଛ ସାଥୀମାନଙ୍କ ସହଯୋଗରେ ବ୍ୟାଟେରୀ ଚାଳିତ ଅଟୋ ଗାଡ଼ିରେ ମହିଳା ସଫେଇ କର୍ମଚାରୀ ଏ ସବୁ ଓଦା ବର୍ଜ୍ୟବସ୍ତୁ ସଂଗ୍ରହ କରିବେ । ଯେଉଁଭଳିଭାବେ ଓଦା ବର୍ଜ୍ୟବସ୍ତୁ ବାହାରେ ନପକାଇବେ ସେଥିପାଇଁ ଆଜି ଠାରୁ ସଚେତନତା କାର୍ଯ୍ୟ ଆରମ୍ଭ ହୋଇଛି । ପରିମଳ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ, ସୁପରଭାଇଜର ଓ ସ୍ବଚ୍ଛସାଥିମାନେ ପରିଚାଳନା କରିଥିଲେ ।

Read More

ସେପ୍ଟେମ୍ବର ପହିଲାରୁ ନୟାଗଡ଼ରୁ ଭୁବନେଶ୍ଵରକୁ ନିୟମିତ ଚାଲିବ ରେଳ

ନୟାଗଡ଼,(୧୭/୦୮):- ପୂର୍ବତଟ ରେଳପଥ ଉପମୁଖ୍ୟ ଯାତ୍ରୀ ପରିବହନ ପ୍ରବନ୍ଧକ ଖୋର୍ଦ୍ଧା ଡିଭିଜନାଲ ମ୍ୟାନେଜରଙ୍କୁ ଚିଠି ଦେବା ପରେ ଖୋର୍ଦ୍ଧା ଡିଭିଜନ ଭୁବନେଶ୍ୱର-ନୟାଗଡ଼କୁ ରେଳ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି। ଚଳିତ ମାସ ୩୧ ତାରିଖରେ ଏହି ରେଳ ଭୁବନେଶ୍ୱରରୁ ନୟାଗଡ଼ ଆସିବ। ଏବଂ ସେପ୍ଟେମ୍ବର ୧ତାରିଖରୁ ନୟାଗଡ଼ରୁ ଭୁବନେଶ୍ୱର ଯିବ ବୋଲି ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ଟ୍ରେନର ନିଦ୍ଧାରିତ ଷ୍ଟେସନ ଏବଂ ସମୟ ସାରଣୀ ପୂର୍ବଭଳି ରହିବ। ସେପ୍ଟେମ୍ବର ୧ରୁ ନିୟମିତ ଏହି ରେଳ ଚଳାଚଳ କରିବ ବୋଲି ଜଣାଯାଇଛି।

Read More

ସ୍ୱାଧୀନତା ଦିବସରେ ଅନନ୍ୟା ଫାଉଣ୍ଡେସନ ଦ୍ୱାରା ସେବା କାର୍ଯ୍ୟକ୍ରମ

ନୟାଗଡ଼,(୧୫/୦୮):- ଅନନ୍ୟା ଫାଉଣ୍ଡେସନ୍ ନୟାଗଡ଼ ବ୍ଳକ ଟାଙ୍ଗିପାଟଣାସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ସରକାରଙ୍କ କୋଭିଡ଼ ଗାଇଡ଼ ଲାଇନକୁ ଅନୁସରଣ କରି ୧୦ଜଣ ସଦସ୍ୟଙ୍କ ମଧ୍ୟରେ ଆଜି ୭୫ତମ ସ୍ବାଧୀନତା ଦିବସ ପାଳନ କରିବା ସହ ତାର ସେବା କାର୍ଯ୍ୟକ୍ରମ ଜାରି ରଖିଥିଲା। ଆଜି କାର୍ଯ୍ୟକ୍ରମର ପ୍ରଥମ ଭାଗରେ ଟାଙ୍ଗିପାଟଣାର ସମସ୍ତ ଅଧିବାସୀମାନଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇ ସଦସ୍ୟମାନେ ପ୍ରତି ଘରେ ଘରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରେ ପରେ ସମସ୍ତ ସଦସ୍ୟମାନେ ଶଙ୍ଖେଇ, ଡ଼ମସାହି, ମାଳିସାହି, ଦର୍ପନାରାୟଣପୁର, ଲୁଣିସାହି ଇଟାମାଟି ଓ ବାପୁଜୀ ନଗରରେ ଥିବା କିଛି ଜନଜାତିର ଅଧିବାସୀଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଉକ୍ତ ପରିବାର ଗୁଡିକରେ ୧୫ବର୍ଷରୁ ତଳକୁ ଥିବା ସମସ୍ତ ପିଲାଙ୍କ ନିମନ୍ତେ ନୂତନ ପୋଷାକ ପ୍ରଦାନ କରାଯାଇଥିଲା। ପରେ ପଣ୍ଡୁସରର ପିତାମାତା ହରେଇ ଥିବା ଭାଈ ଭଉଣୀଙ୍କୁ ନୂତନ…

Read More

ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ”ର ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼,(୧୫/୮):- ନୟାଗଡ଼ସ୍ଥିତ ଖଣ୍ଡପଡ଼ା ରୋଡ଼ରେ ଥିବା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ”ର ପ୍ରତିଷ୍ଠା ଦିବସ ସହ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସଂଗଠନର ସଭାପତି ଡା. କବିତା ମିଶ୍ର “ସୋହମ” ପରିସରରେ ବୃକ୍ଷରୋପଣ କରି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ । ସଙ୍ଗଠନର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଗତ କରୋନା ସମୟରେ ସୋହମ ସଙ୍ଗଠନ ଦ୍ବାରା ଗ୍ରାମାଞ୍ଚଳମାନଙ୍କରେ କୋଭିଡ କିଟ ବଣ୍ଟନ ପୂର୍ବକ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନତା ସୃଷ୍ଟି କରାଯାଇଥିବାର ସୂଚନା ଦେଇଥିଲେ। ଏହି ଉତ୍ସବରେ ପରିବେଶ ସାଥୀ ଶ୍ରୀଯୁକ୍ତ ସୁକାନ୍ତ ଚନ୍ଦ୍ର ଚୌଧୁରୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦର୍ଶନାଧ୍ୟାପକ ଶ୍ରୀଯୁକ୍ତ ବିଜୟାନନ୍ଦ ଶତପଥୀଙ୍କ ଦ୍ବାରା ସଭା ସଂଯୋଜନା କରାଯାଇଥିଲା। ସଂଗଠନର ଉପସଭାପତି ଶ୍ରୀଯୁକ୍ତ ଅନାଦି ଚରଣ…

Read More

ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ସିଟ୍ ବୃଦ୍ଧି ଦାବି କଲା ଅଭିଭାବକ ସଂଘ

ନୟାଗଡ଼,(15/08):– ନୟାଗଡ଼ ଜିଲ୍ଲାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ସିଟ ସଂଖ୍ୟା ବୃଦ୍ଧି କରିବା ପାଇଁ ଦାବି ଜୋର ଧରିଛି । ଏ ନେଇ ଅଭିଭାବକ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରୀୟ ବିଦ୍ୟାଳୟର ଚେୟାରମ୍ୟାନ ତଥା ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ବିଧିବଦ୍ଧଭାବେ ଦାବି କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଏକାଦଶ ଶ୍ରେଣୀ ଖୋଲିଥିଲା ଏବଂ ପରିସ୍ଥିତି ଦୃଷ୍ଟିରୁ ମାତ୍ର ୫୦ଟି ସିଟ ପାଇଁ ଅନୁମୋଦନ ମିଳିଥିଲା । ଜିଲ୍ଲାର ଅନ୍ୟାନ୍ୟ ବିଦ୍ୟାଳୟରୁ ସିବିଏସଇରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଏକାଦଶ କିମ୍ବା ଦ୍ୱାଦଶ ଶ୍ରେଣୀ ପଢ଼ିବାରୁ ବଞ୍ôଚତ ହେଉଛନ୍ତି । ଫଳରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସିଟ ବୃଦ୍ଧିର ଆବଶ୍ୟକତା ରହିଛି । ନୟାଗଡ଼ ଜିଲ୍ଲାରୁ ସିବିଏସଇ ପାଠ୍ୟକ୍ରମରେ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ସ୍ବାଧୀନତା ଦିବସ ପାଳିତ

ନୟାଗଡ଼,(୧୫/୦୮):- ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ନିଜସ୍ବ ଭବନରେ ୭୫ତମ ସ୍ବାଧୀନତା ଦିବସ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ କୋଭିଡ ଗାଇଡଲାଇନକୁ ଅନୁପାଳନ କରି ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାପାତ୍ର ଯୋଗ ଦେଇ ପତାକା ଉତ୍ତୋଳନ କରି ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ଉପଲକ୍ଷେ ସ୍ବାଧୀନତା ଦିବସର ତାତ୍ପର୍ଯ୍ୟ ଓ ସ୍ବାଧୀନତା ସଂଗ୍ରାମୀ ମହାପୁରୁଷମାନଙ୍କ ଅମରଗାଥା ବିଷୟରେ ବକ୍ତବ୍ଯ ରଖିଥିଲେ। ଏହି ସ୍ବାଧୀନତା ଦିବସ ପାଳନ ପାଇଁ ଗତକାଲି ଅନଲାଇନ୍ ମାଧ୍ଯମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କ ସହିତ ଭାଗନେଇଥିବା ସମସ୍ତ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ…

Read More

ନୟାଗଡ଼ରେ ୭୫ତମ ସ୍ୱାଧୀନତା ଦିବସ ପାଳନ

ନୟାଗଡ଼ ପୁଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଜିଲ୍ଲାର ସମସ୍ତ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। https://youtu.be/8FkeznlIYhQ

Read More

ପବିତ୍ର ସ୍ଵାଧୀନତା ଦିବସ ଅବସରରେ ଏକ ସୁନ୍ଦର ସଙ୍ଗୀତ ଭିଡ଼ିଓ ଦେଖନ୍ତୁ….

ଆଜି ସାରା ଦେଶ ପାଳନ କରୁଛି ୭୫ତମ ସ୍ଵାଧୀନତା ଦିବସ…ଏହି ଅବସରରେ ଆମ ନୟାଗଡ଼ ଜିଲ୍ଲାରୁ ପ୍ରସ୍ତୁତ ହୋଇଥିବା ଏକ ସୁନ୍ଦର ଦେଶାତ୍ମବୋଧକ ସଙ୍ଗୀତ ଶୁଣନ୍ତୁ…

Read More

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ

ନୟାଗଡ଼,(୧୩/୦୮):- ଚଳିତ ବର୍ଷ ୭୫ତମ ସ୍ୱାଧିନତା ଦିବସ ପାଳନ ଅବସରରେ ନୟାଗଡ଼ ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଜାତୀୟ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ ଡା. ପୋମା ଟୁଡୁ । କୋଭିଡ କଟକଣା ଯୋଗୁଁ ସ୍ଥାନୀୟ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ନିରାଡ଼ମ୍ବର ଭାବେ ପାଳିତ ହେବାକୁ ଥିବା ଏହି ସ୍ୱାଧିନତା ଦିବସ ସମାରୋହରେ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଭାଗ ନେବେ ନାହିଁ କିମ୍ବା ସମାରୋହରେ ସାମିଲ ହେବେ ନାହିଁ। ସେହିପରି ଏହି ସମାବେଶକୁ ଜନସାଧାରଣଙ୍କୁ ମଧ୍ୟ ସମ୍ପୁର୍ଣ୍ଣ ଭାବେ ବାରଣ କରାଯାଇଥିବା ବେଳେ କେବଳ ସ୍ଥାନୀୟ ପୋଲିସ ଏବଂ ସରକାରୀ କର୍ମଚାରଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିପରି କୋଭିଡ ନିୟମାବଳୀ ଅନୁଯାୟୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ସ୍ୱାଧିନତା ଦିବସ ପାଳନ କରାଯିବ ମାତ୍ର ଛାତ୍ରଛାତ୍ରୀମାନେ ଏହି ସମାରୋହରେ ଯୋଗଦାନ କରିପାରିବେ ନାହିଁ। ଏ…

Read More

ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ନୟାଗଡ଼,(୧୩/୦୮):- ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୟାଗଡ଼ ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲେ । ନୟାଗଡ଼ ଜିଲ୍ଲାକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ସମସ୍ତ ବିଭାଗକୁ ତାଗିଦ କରିବା ସହ ପ୍ରତ୍ୟେକ ଦୁର୍ଘଟଣାର କାରଣ ଜାଣିବାକୁ ଚାହିଁଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ସମ୍ବିତ କୁମାର ଦୁର୍ଘଟଣାର କାରଣ ଓ ନିରାକରଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାପାଳ ତୁରନ୍ତ ବସଷ୍ଟାଣ୍ଡର ସ୍ଥାନାନ୍ତରୀକରଣ କରିବା ପାଇଁ ବସ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ଟ୍ରକ ଆସୋସିଏସନର କର୍ମକର୍ତ୍ତା ନିଜର ଯାନବାହନ ରକ୍ଷଣା ବେକ୍ଷଣ ପାଇଁ ଏକ ଜମିର ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଜିଲ୍ଲାପାଳ ଗୁଡ୍ ସାମରିଟାନ୍ ନିୟମ…

Read More