ନୟାଗଡ଼,(୧୧/୦୯): ସୁସ୍ଥତା ପାଇଁ ଦୌଡିବା କାର୍ଯ୍ୟକ୍ରମରେ ଦୌଡିଲେ ଶତାଧିକ ଯୁବ ସ୍ବେଛାସେବୀ । ନୟାଗଡ଼ ସହର ର ରାଜରାସ୍ତାରେ ସୁସ୍ଥତା ପାଇଁ ବାର୍ତ୍ତା ବାଣ୍ଟିଲେ ଯୁବ ସ୍ବେଛାସେବୀ ଙ୍କ ସହ ଛାତ୍ରଛାତ୍ରୀ। ନୟାଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଅନନ୍ୟା ଫାଉଣ୍ଡେସନ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ନୟାଗଡ଼ ଜିଲ୍ଲା ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥା ର ସ୍ବେଛାସେବୀମାନେ ଯୋଗ ଦେଇଥିଲେ। ନୟାଗଡ଼ ମହାବିଦ୍ୟାଳୟ ଠାରୁ ତ୍ରିନାଥ ଛକ ପର୍ଯ୍ୟନ୍ତ ମାରାଥନ ଦୌଡ଼ିଥିଲେ ସ୍ବେଛାସେବୀ। ଏହି ଅବସର ରେ ଅନୁଷ୍ଠିତ ସାଧାରଣ ସଭାରେ ଅନନ୍ୟା ଫାଉଣ୍ଡେସନର ଅଧ୍ୟକ୍ଷ ଆଶୁତୋଷ ଦାଶ ନୟାଗଡ଼ ଜିଲ୍ଲା ଏନ.ୱାଇ. କେ.ଏସ.ର ସଂଯୋଜକ ଅନୁରାଗ କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୁସ୍ଥତାର ମନ୍ତ୍ର ଦେଇଥିଲେ। ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକର ଏନ ୱାଇ କେ ଏସର ଜାତୀୟ ଯୁବ ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ। ଏନ ୱାଇ କେ ଏସ ସହ ଜଡିତ ଥିବା ଜିଲ୍ଲାର ବିଭିନ୍ନ ଯୁବ ସଙ୍ଘକୁ ସମ୍ବର୍ଦ୍ଧିତ କରାଯାଇଛି।
Related posts
-
ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଚୋରା ବାଲି ହାଇୱା ଧରପଗଡ଼ ପ୍ରସଙ୍ଗ
ନୟାଗଡ଼(ନୟାଗଡ଼ ଦର୍ପଣ): ଖଣ୍ଡପଡା ଭାପୁର ଗଣିଆ ତହସିଲ ଅନ୍ତର୍ଗତ ମହାନଦୀର ସମସ୍ତ ସରକାରୀ ବାଲିଘାଟରୁ ନିଲାମଧାରୀମାନେ ତହସିଲଦାର, ପୋଲିସ ଏବଂ ଖଣି... -
ପ୍ରଧାନ ମନ୍ତ୍ରୀଙ୍କ ସ୍ଵଚ୍ଛ ଅଭିଯାନ ଆହ୍ୱାନରେ ଅନୁପ୍ରାଣିତ ନୟାଗଡ଼ର ସିଭିଲ ସୋସାଇଟି
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ନୟାଗଡ଼ର ସିଭିଲ ସୋସାଇଟି ପକ୍ଷରୁ ୧୪ଜାନୁଆରୀ ଠାରୁ ୨୨ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ନୟାଗଡ଼ ସ୍ଥିତ ସମସ୍ତ... -
ଦୈନିକ ଖବର କାଗଜ ‘ଦର୍ଶନ’ର ୨୨ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶାଖାର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବ୍ଳକ୍ ଇଟାମାଟି ସ୍ଥିତ ଜୟଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଦୈନିକ ଖବରକାଗଜ ‘ଦର୍ଶନ’ର ୨୨ବର୍ଷ ପୂର୍ତ୍ତି...