ନୟାଗଡ଼,(୧୪/୦୯): ଆନ୍ତର୍ଜାତିକ ମାନବାଧିକାର ପରିଷଦର ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ ଲଗାତର ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ଗସ୍ତକରି, ଶାଖା ନଥିବା ଜିଲ୍ଲାରେ ନୂତନ ଶାଖା ଗଠନ କରିବା ପରେ ଏବେ ପ୍ରତ୍ୟେକ ଜିଲ୍ଲାକୁ ଚଳ ଚଞ୍ଚଳ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ପଟ୍ଟନାୟକ ଆଜି ନିୟାଗଡ଼ ଜିଲ୍ଲାର ଶାଖାର ଉପ ସଭାପତି ପଦରେ ଜିତେନ୍ଦ୍ର କୁମାର ସାହୁଙ୍କୁ ଦାୟିତ୍ୱ ଦେବା ସହିତ, ଜିଲ୍ଲାର ଅସହାୟ, ଅବହେଳିତ ତଥା ସମାଜରେ ମୌଳିକ ଅଧିକାରରୁ ବଞ୍ଚିତ ବର୍ଗଙ୍କୁ ଉଚିତ ନ୍ୟାୟ ଦେବା ନିମନ୍ତେ ମାନବାଧିକାର କର୍ମୀଙ୍କୁ ସମଷ୍ଟିଗତ ଭାବେ ଲଢେଇ ଜାରି ରଖିବାକୁ ଗୁରୁମନ୍ତ୍ର ଦେଇଛନ୍ତି।
ଆନ୍ତର୍ଜାତିକ ମାନବାଧିକାର ପରିଷଦ ନୟାଗଡ଼ ଶାଖା ପରିଦର୍ଶନ କଲେ ରାଜ୍ୟ ସଭାପତି ମୀନକେତନ
