ନୟାଗଡ଼,(୧୪/୦୯): ନୟାଗଡ଼ ସ୍ୱାଶାସିତ ମହାବିଦ୍ୟାଳୟ +୩ ଶେଷବର୍ଷ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି ।
+୩ କଳାରେ ୨୧୫ଜଣ ପରୀକ୍ଷାର୍ଥୀଙ୍କ ୨୧୨ଜଣ (୯୮.୬%) ପାସ କରିଥିବାବେଳେ ପ୍ରଥମ ଶ୍ରେଣୀ ସମ୍ମାନରେ ୧୭୧ଜଣ, ପ୍ରଥମ ଶ୍ରେଣୀରେ ୨୭ଜଣ, ଦ୍ୱିତୀୟ ଶ୍ରେଣୀ ସମ୍ମାନରେ ୭ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୭ଜଣ ପାସ କରିଛନ୍ତି । +୩ କଳା ସଂସ୍କୃତ ସମ୍ମାନର ଐଶ୍ୱର୍ଯ୍ୟା ମହାନ୍ତି- ୮୪.୬୯% ନମ୍ବର ରଖି ଶ୍ରେଷ୍ଠ ହୋଇଛନ୍ତି ।
+୩ ବାଣିଜ୍ୟରେ ୧୧୯ଜଣ ପରୀକ୍ଷାର୍ôଥଙ୍କ ମଧ୍ୟରୁ ୧୧୦ଜଣ(୯୨%) ପାସ କରିଥିବାବେଳେ ପ୍ରଥମ ଶ୍ରେଣୀ ସମ୍ମାନରେ ୫୬ଜଣ, ପ୍ରଥମ ଶ୍ରେଣୀରେ ୨୩ଜଣ, ଦ୍ୱିତୀୟ ଶ୍ରେଣୀ ସମ୍ମାନରେ ୯ଜଣ, ଦ୍ୱିତୀୟ ଶ୍ରେଣୀ ୨୨ଜଣ ପାସ କରିଛନ୍ତି । +୩ ବାଣିଜ୍ୟରେ ଚିନ୍ମୟୀ ସ୍ୱାଇଁ ୮୦.୯୬% ନମ୍ବର ରଖି ଶ୍ରେଷ୍ଠ ହୋଇଛନ୍ତି ।
+୩ ବିଜ୍ଞାନରେ ୨୯୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୮୦ଜଣ (୯୬%) ପାସ୍ କରିଥିବାବେଳେ ପ୍ରଥମ ଶ୍ରେଣୀ ସମ୍ମାନରେ ୧୬୦ଜଣ, ପ୍ରଥମ ଶ୍ରେଣୀରେ ୧୧୯ଜଣ, ଦ୍ୱିତୀୟ ଶ୍ରେଣୀରେ ୦୧ଜଣ ପାସ କରିଛନ୍ତି । +୩ ବିଜ୍ଞାନରେ ଇତିଶ୍ରୀ ବିଶ୍ୱାଳ ୯୩.୦୩% ନମ୍ବର ରଖି ଶ୍ରେଷ୍ଠ ହୋଇଛନ୍ତି ।

ଇତିଶ୍ରୀ ବିଶ୍ୱାଳ ବିଜ୍ଞାନରେ ଟପ୍ପର ହେବା ସହିତ ମହାବିଦ୍ୟାଳୟ ଟପ୍ପର ମଧ୍ୟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରଶ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଡଃ. ଜାନକୀନାଥ ଦାଶ, ବଂଶୀଧର ଗୌଡ଼, ବ୍ରଜବନ୍ଧୁ ବେହେରା, ଡଃ. ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, ମହମ୍ମଦ ଓମାର ମଲ୍ଲିକ ଉପସ୍ଥିତ ଥିଲେ ।
