ଓଡ଼ଗାଁ,(୧୨/୦୯): ଓଡ଼ଗାଁ ବ୍ଲକ ନିକଟସ୍ଥ ଇନଡୋର ଷ୍ଟାଡିୟମଠାରେ ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିରଜାଲକ୍ଷ୍ମୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ମହିଳା ଜନତା ଦଳର ସଂଗଠନ ଉପରେ ଆଲୋଚନା କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଏବଂ ଆଦର୍ଶ ପାଇଁ ବିଜୁ ଜନତା ଦଳ ସାରା ରାଜ୍ୟରେ ଲୋକପ୍ରିୟ ହୋଇପାରିଛି । ବିଶେଷ କରି ମହିଳାମାନଙ୍କୁ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରିବା ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ମହିଳାମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କରୁଥିବା ବିଭିନ୍ନ ଲୋକହିତକର ଏବଂ ଜନକଲ୍ୟାଣକାରୀ ଯୋଜନା ସବୁକୁ ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ସଭାପତି ବିରଜାଲକ୍ଷ୍ମୀ ସାହୁ କହିଥିଲେ । ମିଶନଶକ୍ତି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାର ଏକ ପ୍ରମୁଖ ଅଙ୍ଗ ବୋଲି ପର୍ଯ୍ୟବେକ୍ଷକ ରୁନୁ ଜେନା କହିଥିଲେ । ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ରୁନୁ ଜେନା, ରାଜ୍ୟ ଉପସଭାପତି ମାଳତି ଗୁରୁ, ରାଜ୍ୟ ଉପାଧ୍ୟକ୍ଷା ପ୍ରଭାସିନୀ ନନ୍ଦ, ନୟାଗଡ଼ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ଗାଁ ବ୍ଲକ ସଭାପତି ନିବେଦିତା ଦାସ, ନୟାଗଡ଼ ବ୍ଲକ ସଭାପତି ସୁମତି ପରିଡା, ଏନ୍ଏସି ସଭାପତି ସୁନିତା ମହାପାତ୍ର, ଜ୍ୟୋସ୍ନାରାଣୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ଗାଁ ବ୍ଲକ ଏବଂ ଏନ୍ଏସି ଅଞ୍ଚଳର ମହିଳା ମାନେ ବହୁ ସଂଖ୍ଯାରେ ଯୋଗ ଦେଇଥିଲେ ।
Related posts
-
ନୟାଗଡ଼ରେ ମାର୍ଚ୍ଚ ୧ରୁ ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ମାର୍ଚ୍ଚ ୧ରୁ ସପ୍ତାହବ୍ୟାପୀ ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ।... -
ଭକ୍ତି ସଙ୍ଗୀତ ସେମି ଫାଇନାଲ, ଫାଇନାଲକୁ ଗଲେ ୧୩ଜଣ ପ୍ରତିଯୋଗୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୩ ଜଣ ପ୍ରତିଯୋଗୀ... -
ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଳନ...