ନୟାଗଡ଼,(୧୨/୦୯): ନୟାଗଡ଼ ଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ୍ ଆନୁକୁଲ୍ୟରେ ଖଣ୍ଡପଡା ରୋଡ ସ୍ଥିତ ଅଗ୍ନିଶମ ବିଭାଗ ରାସ୍ତାରେ ଆଜି କେମିଷ୍ଟ ଭବନ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ, ସମ୍ମାନିତ ଅତିଥି ଭାବେ ଉତ୍କଳ କେମିଷ୍ଟ୍ ଡ୍ରଗିଷ୍ଟ୍ ଆସୋସିଏସନ୍ ରାଜ୍ୟ ସଭାପତି ପି. ସତ୍ୟନାରାୟଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର, ନୟାଗଡ଼ ଜିଲ୍ଲା ଡ୍ରଗ ଇନିସପେକ୍ଟର ପ୍ରିୟଙ୍କା ଚକ୍ରବର୍ତ୍ତୀ ପ୍ରମୂଖ ଯୋଗ ଦେଇଥିଲେ । ଆସୋସିଏସନ୍ ଦ୍ୱାରା ନିର୍ମାଣ ହୋଇଥିବା ନୂତନ ଗୃହକୁ ଉଦ୍ଘାଟନ କରିବା ଅବସରରେ ଜିଲ୍ଲାପାଳ ଡା. ଟୁଡୁ ଲକଡାଉନ୍ ସମୟରେ ଔଷଧ ବ୍ୟବସାୟୀମାନେ ନିରନ୍ତର ସେବା ଯୋଗାଇ ଚାଲିଥିଲେ, ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି କହିଥିଲେ । ସେହିଭଳି ଭାବେ ଏକତା ଓ ସହଭାଗିତା ଦ୍ୱାରା ସଂଗଠନ ମଜବୁତ ହୁଏ ବୋଲି ଡ୍ରଗ ଇନିସପେକ୍ଟର କହିବା ସହ ଏହା ସେବା ଦେବାର ମୂଳ ମନ୍ତ୍ର ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ୍ ସଭାପତି ପ୍ରହଲ୍ଲାଦ ସାହୁ, ସମ୍ପାଦକ ବଂଶୀଧର ସାହୁ, ସଂଗଠନ ସମ୍ପାଦକ ସନ୍ତୋଷ କୁମାର ନାୟକ, କୋଷାଧ୍ୟକ୍ଷ ପରମାନନ୍ଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ବହୁ ସଂଖ୍ଯାରେ ଔଷଧ ବ୍ୟବସାୟୀ ଭାଇମାନେ ଯୋଗ ଦେଇଥିଲେ।
Related posts
-
ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଚୋରା ବାଲି ହାଇୱା ଧରପଗଡ଼ ପ୍ରସଙ୍ଗ
ନୟାଗଡ଼(ନୟାଗଡ଼ ଦର୍ପଣ): ଖଣ୍ଡପଡା ଭାପୁର ଗଣିଆ ତହସିଲ ଅନ୍ତର୍ଗତ ମହାନଦୀର ସମସ୍ତ ସରକାରୀ ବାଲିଘାଟରୁ ନିଲାମଧାରୀମାନେ ତହସିଲଦାର, ପୋଲିସ ଏବଂ ଖଣି... -
ପ୍ରଧାନ ମନ୍ତ୍ରୀଙ୍କ ସ୍ଵଚ୍ଛ ଅଭିଯାନ ଆହ୍ୱାନରେ ଅନୁପ୍ରାଣିତ ନୟାଗଡ଼ର ସିଭିଲ ସୋସାଇଟି
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ନୟାଗଡ଼ର ସିଭିଲ ସୋସାଇଟି ପକ୍ଷରୁ ୧୪ଜାନୁଆରୀ ଠାରୁ ୨୨ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ନୟାଗଡ଼ ସ୍ଥିତ ସମସ୍ତ... -
ଦୈନିକ ଖବର କାଗଜ ‘ଦର୍ଶନ’ର ୨୨ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶାଖାର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବ୍ଳକ୍ ଇଟାମାଟି ସ୍ଥିତ ଜୟଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଦୈନିକ ଖବରକାଗଜ ‘ଦର୍ଶନ’ର ୨୨ବର୍ଷ ପୂର୍ତ୍ତି...