ଇଟାମାଟି ପୁଲିସ ଦ୍ଵାରା ବ୍ରାଉନସୁଗାର ବେପାରୀ ଗିରଫ

ନୟାଗଡ଼,(୧୪/୦୯): ଇଟାମାଟି ଅଞ୍ଚଳରେ ବ୍ରାଉନସୁଗାର ଯୋଗାଇ ଆସୁଥିବା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ମାଣିକାଗୋଡ଼ା ଗାଁର ମିର୍ ଅବଦୁଲ୍ଲାକୁ ଇଟାମାଟି ପୁଲିସ୍ ଗିରଫ୍ କରିଛି । ସୂଚନାନୁସାରେ, ମିର୍ ଅବଦୁଲ୍ଲା ବ୍ରାଉନସୁଗାର ଧରି ଇଟାମାଟି ଅଞ୍ଚଳକୁ ବିକ୍ରି କରିବା ପାଇଁ ଆସିଥିବା ବିଶେଷ ସୁତ୍ରରୁ ପୁଲିସ୍ ଖବର ପାଇ ମୀର ଅବଦୁଲ୍ଲାର ପିଛା କରିଥିଲା । ମିର ବ୍ରାଉନ ସୁଗାର ବ୍ରିକ୍ରି କରୁଥିବା ବେଳେ ପୁଲିସ୍ ତାକୁ କାବୁ କରି ଥାନାକୁ ଆଣିଥିଲା । ଥାନାରେ ମିରଙ୍କ ଠାରୁ ୫ଗ୍ରାମ ୧୦୦ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଇଟାମାଟି ଥାନାରେ କେସ୍ ନଂ ୧୩୩/୨୦୨୧ରେ ମାମଲା ରୁଜୁ କରି ଗିରଫ୍ କରିବା ସହ କୋର୍ଟ ଚାଲାଣ କରିଥିବା ନେଇ ଇଟାମାଟି ଭାରାପ୍ରାପ୍ତ ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Related posts