ନୟାଗଡ଼,(୧୦/୦୯):- ଅନନ୍ୟ ସାରସ୍ୱତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ପରି ସାହିତ୍ୟ ପ୍ରାଣ ବ୍ୟକ୍ତିତ୍ୱ ପ୍ରାୟ ବିରଳ । ନର୍ମାଲ ଟ୍ରେନିଂ ଶେଷକରି ନୀଳଗିରିରେ ଡ୍ରଇଁ ଶିକ୍ଷକ ଭାବେ ଯୋଗଦେଇଥିଲେ ମଧ୍ୟ ନିଜର ଜ୍ଞାନ, ବିଦ୍ବ ।, ପାଣ୍ଡିତ୍ୟ ଯୋଗୁଁ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ହୋଇ ପାରିଥିଲେ । ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଭାଷାର ପୁରାତତ୍ଵ, ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, ଭାରତୀୟ ଦର୍ଶନ ପ୍ରବେଶିକା, Dynasties of Medieval Orissa, Orissa Under Bhauma Kings ଆଦି ପୁସ୍ତକ ତାଙ୍କୁ ଚିରଦିନ ଅମର କରି ରଖିଥିବ ବୋଲି ଆଜି ଓଡ଼ିଆ ସାହିତ୍ୟ ଏକାଡେମୀ ଏବଂ କଳା, ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ଆନୁକୂଲ୍ୟରେ ଆୟୋଜିତ ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ତଥାସ୍ତୁର ସଭାପତି ବସିରନ ବିବିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରାଧ୍ୟାପକ ଅଶୋକ କୁମାର ନାୟକ ମୁଖ୍ୟଅତିଥି ଭାବେ ଏବଂ ପ୍ରାଧ୍ୟାପକ ଓମାର ମଲ୍ଲିକ, କବି ଦିଲ୍ଲିପ କୁମାର ସାହୁ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବାବେଳେ ବିଶିଷ୍ଟ ବ୍ୟଙ୍ଗକବି, କାର୍ଟୁନିଷ୍ଟ ଏବଂ ଢୁମ୍ପା ସଂଙ୍ଗୀତ ବିଷାରଦ କିଶୋର ରଥ(କଟାକ୍ଷ)ଙ୍କୁ ପଣ୍ଡିତ ବିନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ସମ୍ବର୍ଦ୍ଧନା ମିଉଜିକ ତରଫରୁ ଆଧୁନିକ ଗୀତ ଆଲବମ ଏବଁ ସ୍ୱାତୀଲଗ୍ନା କ୍ରିଏସନ ପ୍ରାୟୋଜିତ ଶ୍ରୀ ଗଣେଶ ଭଜନ ଉନ୍ମୋଚିତ ହୋଇଥିଲା । ନୟାଗଡ଼ର ପ୍ରମୁଖ ଶିକ୍ଷାନୁଷ୍ଠାନ ଇନସ୍ପାୟାର ଆବାସିକ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ +୨ ଓ +୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ତଥା କବିତା ଆବୃ ି କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ଆସର ତଥା ସମୀକ୍ଷାପର୍ବରେ ଅତିଥିଭାବେ ଶରତ ଚନ୍ଦ୍ର ଷଡ଼ଙ୍ଗୀ, ସବିତା ଶୁକ୍ଲା ଯୋଗଦେଇଥିବା ବେଳେ କବିତା ଆସରର ସଂଯୋଜନା କରିଥିଲେ ସୌଦାମିନୀ ସ୍ୱାଇଁ ଏବଂ ଯଶେବନ୍ତ ପଟ୍ଟନାୟକ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ତଥାସ୍ତୁର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଅଭିଭାଷଣ ଦେଇଥିଲେ ଏବଂ ତଥାସ୍ତୁର ସହସଂପାଦକ ଗୋକୁଳ କୁମାର ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ ।

