ଶ୍ରୀ ସୃଜନର ‘ଓଁ ନମୋ ନମୋ ଶ୍ରୀ ଗଣେଶ’ ଭଜନ ଭିଡ଼ିଓ ଲୋକାର୍ପିତ

ନୟାଗଡ଼,(୧୦/୦୯): ନୟାଗଡ଼ରେ ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ‘ଶ୍ରୀ ସୃଜନ’ର କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ ପ୍ରଚୋଷ୍ଟାରେ ପବିତ୍ର ଶ୍ରୀ ଗଣେଷ ପୂଜା ଅବସରରେ ମା’ ଦକ୍ଷିଣକାଳୀଙ୍କ ପୀଠରେ ଥିବା ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ସମ୍ମୁଖରେ ଅନୁଷ୍ଠାନର ସଂଗୀତ ଭିଡିଓ ‘ଓଁ ନମୋ ନମୋ ଶ୍ରୀ ଗଣେଶ’ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଭାପତି ନାଟ୍ୟଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚିତ ସଂଗୀତ ଭିଡିଓରେ ଗୀତ, ସଂଗୀତ, କଣ୍ଠ ଦାନ କରି ଅଛନ୍ତି ଶ୍ରୀ ସୃଜନର ସପାଦିକା ଅଧ୍ୟାପିକା ଜୟଶ୍ରୀ ଦେବୀ । ଉନ୍ମୋଚନ କାଳରେ ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର ସମସ୍ତ ବିଧିବ୍ୟବସ୍ଥା ପରିଚାଳନା କରିଥିବା ବେଳେ ସଭ୍ୟ ଲକ୍ଷ୍ମୀଧର ମହାପାତ୍ର, ସଭ୍ୟ ପ୍ରଦୀପ କୁମାର ସାହୁ, ସଭ୍ୟା ସାଈ ଶ୍ରୀ ଦେବୀ, ସଭ୍ୟ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସର୍ବୋପରି ନାଟ୍ୟାନୁଷ୍ଠାନ ‘ଚମତ୍କାର’ ପରିବାର ସହାୟତାରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସଂପାଦିତ ହୋଇଥିଲା।

Related posts