ନୟାଗଡ଼,(୨୦/୦୮):- ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଆଧୁନିକ ଭାରତବର୍ଷର ନିର୍ମାତା ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୭୭ତମ ଜନ୍ମ ଜୟନ୍ତୀ ଉତ୍ସବ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଦଲକ ସାହିଠାରେ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ପ୍ରଶାନ୍ତ କୁମାର ପାଇକେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ରାଜୀବ ଗାନ୍ଧୀଙ୍କ ସ୍ମୃତିଚାରଣ କରି ୧୮ବର୍ଷ ବୟସ୍କଙ୍କୁ ମତଦାନ ଅଧିକାର, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ, ମୋବାଇଲ ଇଣ୍ଟରନେଟ, ଏଟିଏମ ଶୁଭାରମ୍ଭ ଏବଂ ଶ୍ରୀଲଙ୍କାକୁ ଶାନ୍ତି ସେନା ପ୍ରେରଣ ଭଳି ଯୁଗପୋଯୋଗୀ କାର୍ଯ୍ୟାବଳୀ ଆଜି ମଧ୍ୟ ଦେଶବାସୀଙ୍କ ପାଖରେ ଆଦୃତ ହୋଇ ପାରିଛି ବୋଲି କହିଥିଲେ। ଓଡଗାଁ ବ୍ଲକ/ତହସିଲକୁ ରାଜସ୍ବ ସବ-ଡିଭିଜନ ମାନ୍ୟତା, ଓଡଗାଁରେ ସବ ଟ୍ରେଜେରି ଅଫିସ ଖୋଲିବା ଏବଂ ଓଡଗାଁ ଓଏସଆରଟିସି…
Read MoreCategory: ଓଡ଼ଗାଁ ବ୍ଲକ
ୟ୍ଯୂଟ୍ୟୁବ୍ ଅନଲାଇନ୍ ପାଠପଢ଼ାରେ ଓଡ଼ଗାଁର ଶିକ୍ଷକ
ନୟାଗଡ଼,(୨୦/୦୮):- କରୋନା ମହାମାରୀ ପ୍ରଭାବରେ ଦୀର୍ଘ ଦିନ ଧରି ବିଦ୍ୟାଳୟଗୁଡିକ ବନ୍ଦରହିଥିବା ଯୋଗୁଁ ଛାତ୍ର ଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣ କରିବାରେ ବହୁତ ଅସୁବିଧା ହୋଇଛି। ଏହାକୁ ଆଖି ଆଗରେ ରଖି କୋମଳମତି ଛାତ୍ର ଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ୟ୍ଯୂଟ୍ୟୁବ୍ ଅନ୍ ଲାଇନ୍ ମାଧ୍ୟମରେ ଶିକ୍ଷଣ କାର୍ଯ୍ୟ କରାଯାଉଛି। ଏହାଦ୍ୱାରା ପିଲାମାନେ ନିଜ ନିଜର ଘରେ ରହି ସ୍ମାର୍ଟ ଫୋନ୍ ମାଧ୍ୟମରେ ବିଭିନ୍ନ ଜିଲ୍ଲାର କୃତୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ଶିକ୍ଷଣ କାର୍ଯ୍ୟର ଲାଇଭ୍ କ୍ଳାସରେ ଅଂଶଗ୍ରହଣ କରୁଛନ୍ତି। ଆମ ଓଡଗାଁ ବ୍ଳକର ସରକାରୀ ପ୍ରାଥମିକ ବିଦ୍ୟାଳୟ, ବିଲମାନପୁରର ସହକାରୀ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗିରିଡିପଲ୍ଲୀର ସହକାରୀ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ସାହୁ ଓଡିଶା…
Read Moreଉତ୍କଳ ସାମ୍ବାଦିକ ସଙ୍ଘର ନବନିଯୁକ୍ତ ରାଜ୍ୟ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା
ନୟାଗଡ଼,(୨୦/୦୮):- ଓଡ଼ିଶାର ସର୍ଵ ପୁରାତନ ଉତ୍କଳ ସାମ୍ବାଦିକ ସଂଘର ନବନିଯୁକ୍ତ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରମୋଦ ପଟ୍ଟନାୟକଙ୍କୁ ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମରେ ଆଜି ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ସମ୍ପାଦକ ବେଣୁଧର ପଣ୍ଡା, ଉପସଭାପତି ବିନାୟକ ମିଶ୍ର, ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ୱାଦିକ ସଙ୍ଘ ସଭାପତି ଅନୱାର ଅଲ୍ଲୀ, ସମାଜସେବୀ କିଷାନ ଦାସ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାସ, କିଶୋର ମହାପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଂଘର ସମ୍ବିଧାନ ଏବଂ ଲକ୍ଷ ବିଷୟରେ ଶ୍ରୀଯୁକ୍ତ ପଣ୍ଡା ଆଲୋଚନା କରିଥିବା ବେଳେ ଜୀବନର ଶେଷ ବିନ୍ଦୁ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ଲଢ଼େଇ କରିବାକୁ ନବନିଯୁକ୍ତ ରାଜ୍ୟ…
Read Moreଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ(ଦିଶା)
ନୟାଗଡ଼,(୧୯.୦୮):- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସମ୍ମଳନୀ କକ୍ଷରେ ମାନ୍ୟବର ସାଂସଦ କଟକ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀ ମହତାବ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଂଚଳ) ଉପରେ ଆଲୋଚନା କରାଯାଇଥିଲା । ଏହି ଯୋଜନା ଅନର୍ଗତ ନୟାଗଡ଼ ଜିଲ୍ଲା ୨୦୨୦-୨୧ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ମାନ୍ୟବର ସାଂସଦ ଖୁସି ପ୍ରକଟ କରିଥିଲେ । ଏହା ସଙ୍ଗେ ସଙ୍ଗେ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ କିପରି ଉପକୃତ ହୋଇପାରିବେ ସେଥି ପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ।…
Read Moreଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ଉଦଘାଟନୀ ଉତ୍ସବ ପାଳିତ
ଓଡ଼ଗାଁ (୧୫/୦୮):- ଆଜି ଅପରାହ୍ନ ୨ଟା ସମୟରେ ଓଡ଼ଗାଁସ୍ଥିତ ଇନଡୋର ଷ୍ଟାଡିୟମ ପରିସରରେ ମହାନ୍ ଦାର୍ଶନିକ, ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନର ଶୁଭ ଉଦଘାଟନ ଉତ୍ସବ ପାଳିତ ହୋଇଯାଇଛି। ସୁକାନ୍ତ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ବେହେରା, ଜିଲ୍ଲା ପରିଷଦ ଜୋନ୍-୧ ସଭ୍ୟ ଲୋକନାଥ ସାହୁ, ଡା. ଜ୍ଞାନଜ୍ୟୋତି ଦାଶ, ଡଃ ଅଧିବାସ ପଣ୍ଡା, ରାଜକିଶୋର ନାୟକ, ଶିକ୍ଷକ ପଞ୍ଚାନନ ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଶ୍ରୀ ଅରବିନ୍ଦଙ୍କ ଜୀବନୀ, ସ୍ୱାଧିନତା ସଂଗ୍ରାମରେ ତାଙ୍କର ଅବଦାନ, ବିଭିନ୍ନ ଲୋକହିତକର କାର୍ଯ୍ୟାବଳୀ, ପୂର୍ଣ୍ଣାଙ୍ଗ ଶିକ୍ଷା, ଅରବିନ୍ଦଙ୍କ ସ୍ୱପ୍ନବିଳାସୀ ପାଗଳାମି ଇତ୍ୟାଦି ସମ୍ବନ୍ଧରେ ବିଷଦଭାବେ ଆଲୋଚନା କରିଥିଲେ। ଓଡ଼ଗାଁ ଏବଂ କୁରାଳସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ପାଠଚକ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ…
Read Moreନବ ବିବାହିତା ମହିଳା ନିଖୋଜକୁ ନେଇ ଗ୍ରାମବାସୀଙ୍କ ଦ୍ବାରା ସରଣକୁଳ ଥାନା ଘେରାଉ
ସରଣକୁଳ,(୧୧/୦୮):- ନବ ବିବାହିତା ଜନୈକା ମହିଳା ନିଖୋଜ ହୋଇଥିବା ବେଳେ ମହିଳାଙ୍କ ହତ୍ୟା ସନ୍ଦେହରେ ପରିବାର ଓ ଗ୍ରାମବାସୀଙ୍କ ଦ୍ଵାରା ସରଣକୁଳ ଥାନା ଘେରାଉ। ଶରଣକୁଳ ଅଞ୍ଚଳର ଜଗବନ୍ଧୁ ସାହୁଙ୍କ ପୁଅ ସହିତ ରଣପୁର ଥାନା ଗୋଡ଼ିମଡ଼ା ଗ୍ରାମର ପ୍ରଫୁଲ ସାହୁଙ୍କ ଝିଅ ରୋଜାଲିନଙ୍କର ୨ମାସ ତଳେ ବିବାହ ହୋଇଥିଲା । ବିବାହ ପରେ ରୋଜାଲିନଙ୍କ ସହ ଆଉ ଜଣେ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଶଶୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ଗତ ରବିବାର ଦିନ ରୋଜାଲିନ ହଠାତ ନିଖୋଜ ହେବା ପରେ ଶଶୁର ପୁଣି ଏକ ଏତଲା ଥାନାରେ ଦେଇଥିବା ଜଣାଯାଇଛି । ନିଖୋଜ ଘଟଣାକୁ ନେଇ ଆଜି ରୋଜାଲିନଙ୍କ ପରିବାର ଏବଂ ଗୋଡିପଡ଼ା ଗ୍ରାମବାସୀ ରୋଜାଲିନଙ୍କୁ…
Read More“ଜୟ ବୋଲ ଲଡୁବାବା କି” ଭଜନ ଉନ୍ମୋଚିତ
ଶରଣକୁଳ,(୧୧/୦୮):- ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ପକ୍ଷରୁ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଶରଣକୁଳ ଲଡୁବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ଭଜନ “ଜୟ ବୋଲ ଲଡୁବାବା କି” ବୁଧବାର ୟୁଟ୍ୟୁବ ଚାନେଲରେ ଉଦଘାଟିତ ହୋଇଯାଇଛି। ଲୋକପ୍ରିୟ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ରବୀନ୍ଦ୍ର ତ୍ରିପାଠୀ ସଙ୍ଗୀତ ସହ କଣ୍ଠଦାନ କରିଥିବା ବେଳେ ସମୀର ରଥ ଗୀତ ରଚନା ଏବଂ ଅଶୋକ ସାହୁ ସଙ୍ଗୀତ ପରିଚାଳନା କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ପଣ୍ଡିତ କିଶୋର ଚନ୍ଦ୍ର କରଶର୍ମା, ସମୀର ରଥ, ସୁବାଷ ନାୟକ, ବିକ୍ରମ କୁମାର ଦାସ, ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ଼, ପରମାନନ୍ଦ ସ୍ବାଇଁଙ୍କ ସମେତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏବଂ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ। ଗୀତଟି ମହାପ୍ରଭୁ ଶିବଙ୍କ ମହିମା ଉପରେ ରଚନା କରାଯାଇଥିବା ବେଳେ ଏହା…
Read Moreଓଡ଼ଗାଁ ଜାରିଙ୍ଗିରୁ ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ
ଓଡ଼ଗାଁ,(୧୧/୦୮):- ଓଡ଼ଗାଁ ଏନ.ଏ.ସି ଅନ୍ତର୍ଗତ ଜାରିଙ୍ଗି ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏନ.ଏ.ସି କର୍ତ୍ତୃପକ୍ଷ। ଉଚ୍ଛେଦ ବେଳେ ବିଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା । ଓଡ଼ଗାଁ ଏନ.ଏ.ସି ଜାରିଙ୍ଗି ଅଞ୍ଚଳରେ ବହୁ ମାତ୍ରାରେ ଜବରଦଖଲ କରି ରହୁଥିବା ଲୋକଙ୍କୁ ଗତ ସାତ ଦିନ ପୂର୍ବରୁ ଏନ.ଏ.ସି କାର୍ୟ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ ନୋଟିସ ମଧ୍ୟ ଜାରି ହୋଇଥିଲା । କିନ୍ତୁ ଜବରଦଖଲକାରୀ ଏହାକୁ ଶୁଣି ନଥିଲେ। ଏନ.ଏ.ସି କର୍ତ୍ତୃପକ୍ଷ ଏ ସମ୍ବନ୍ଧରେ ନୟାଗଡ଼ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଦୃଷ୍ଟିଗୋଚରକୁ ଆଣିଥିଲେ । ଆଜି ଏନ.ଏ.ସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରିଙ୍ଗି ଅଞ୍ଚଳର ୮ଜଣ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଅଛି। ଏନ.ଏ.ସି କାର୍ୟ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ଏବଂ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକଙ୍କ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ…
Read Moreସଂସ୍କାର ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଵୃକ୍ଷରୋପଣ
ଓଡ଼ଗାଁ,(୦୮/୦୮):- ଓଡ଼ଗାଁ ବଳଭଦ୍ରପୁର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂସ୍କାର ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ସବୁଜ ବିପ୍ଳବ ଅଭିଯାନ-୨୦୨୧ କାର୍ଯ୍ୟକ୍ରମ ଜରିଆରେ ପରିବେଶ ସୁରକ୍ଷା ନିମନ୍ତେ ଓଡଗାଁ ବ୍ଲକ ଅନ୍ତର୍ଗତ ଭାଲିଆଡିହି ଗ୍ରାମରେ ଶତାଧିକ ବୃକ୍ଷ ଚାରା ବଣ୍ଟନ କରାଯିବା ସହିତ ଗାଁ ପୋଖରୀ ହୁଡାରେ ଅନେକ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଅନୁଷ୍ଠାନର ସକ୍ରିୟ ସଭ୍ୟ ସତ୍ୟବାଦୀ ସ୍ବାଇଁ, ପ୍ରକାଶ କୁମାର ସାହୁ, ଭାସ୍କର ପ୍ରଧାନ, ଦୟାନିଧି ପ୍ରଧାନ, ଅଗାଧୁ ଦାଶ,ନାରାୟଣ ଭାଇ, ଭାବଗ୍ରାହୀ ମହାପାତ୍ର, କୈଳାଶ ବେହେରା, ଫୁକୁ ଭାଇ, ସ୍ନିଗ୍ଧାରାଣୀ ପଟ୍ଟନାୟକ, ସ୍ନେହଲତା ଭୂୟାଁ, ମାଳତି ନାୟକ, ମହାଲକ୍ଷ୍ମୀ ପଣ୍ଡା, ଟୁଲୁ ଭାଇ ପ୍ରମୁଖ ସହଯୋଗ କରିଥିଲେ ।
Read Moreନୋତର ଏବଂ ଜହ୍ନିପଦା ପଞ୍ଚାୟତରେ ମନ୍ତ୍ରୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା
ନୟାଗଡ଼,(୦୮/୦୮):- ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଲକ ନୋତର ଏବଂ ଜହ୍ନିପଦା (ଶରଣକୁଳ) ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗାଁ ଲୋକଙ୍କ ସହ ହୋଇଥିବା କାମ ସମ୍ପର୍କରେ ଆଲୋଚନା କରିବା ସହ ରହିଥିବା ସମସ୍ୟାର ତାଲିକା ପ୍ରସ୍ତୁତ ହୋଇଛି । ଗ୍ରାମର ମୁରବୀମାନେ ଗାଁର ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଗାଁ ବିକାଶ ପାଇଁ ରହିଥିବା ଆବଶ୍ୟକତା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତରେ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର ଏବଂ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।
Read More