ୟ୍ଯୂଟ୍ୟୁବ୍ ଅନଲାଇନ୍ ପାଠପଢ଼ାରେ ଓଡ଼ଗାଁର ଶିକ୍ଷକ

ନୟାଗଡ଼,(୨୦/୦୮):- କରୋନା ମହାମାରୀ ପ୍ରଭାବରେ ଦୀର୍ଘ ଦିନ ଧରି ବିଦ୍ୟାଳୟଗୁଡିକ ବନ୍ଦରହିଥିବା ଯୋଗୁଁ ଛାତ୍ର ଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣ କରିବାରେ ବହୁତ ଅସୁବିଧା ହୋଇଛି। ଏହାକୁ ଆଖି ଆଗରେ ରଖି କୋମଳମତି ଛାତ୍ର ଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ୟ୍ଯୂଟ୍ୟୁବ୍ ଅନ୍ ଲାଇନ୍ ମାଧ୍ୟମରେ ଶିକ୍ଷଣ କାର୍ଯ୍ୟ କରାଯାଉଛି। ଏହାଦ୍ୱାରା ପିଲାମାନେ ନିଜ ନିଜର ଘରେ ରହି ସ୍ମାର୍ଟ ଫୋନ୍ ମାଧ୍ୟମରେ ବିଭିନ୍ନ ଜିଲ୍ଲାର କୃତୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ଶିକ୍ଷଣ କାର୍ଯ୍ୟର ଲାଇଭ୍ କ୍ଳାସରେ ଅଂଶଗ୍ରହଣ କରୁଛନ୍ତି। ଆମ ଓଡଗାଁ ବ୍ଳକର ସରକାରୀ ପ୍ରାଥମିକ ବିଦ୍ୟାଳୟ, ବିଲମାନପୁରର ସହକାରୀ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗିରିଡିପଲ୍ଲୀର ସହକାରୀ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ସାହୁ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ୟୁଟ୍ୟୂବ୍ ଅନ୍ ଲାଇନ୍ କ୍ଳାସରେ ଶିକ୍ଷଣ କାର୍ଯ୍ୟ କରିବାପାଇଁ ମନୋନୀତ ହୋଇ ଶିକ୍ଷଣ କାର୍ଯ୍ୟ କରିଛନ୍ତି। ଦୁଇ ଶିକ୍ଷକଙ୍କ ଏଭଳି ପ୍ରଶଂସନୀୟ କାର୍ଯ୍ୟକୁ ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ, ବନବିହାରୀପାତ୍ର ଶୁଭେଚ୍ଛା ଜଣାଇଛନ୍ତି।ଓଡ଼ଗାଁ ବ୍ଳକ୍ ଶିକ୍ଷକ ସଂଗଠନର ଭକ୍ତରଞ୍ଜନ ମିଶ୍ର, ନରେଶ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ଦାସ, ଜୟକୃଷ୍ଣ ପ୍ରଧାନ ସାଧୁବାଦ ଜଣାଇଛନ୍ତି।

Related posts