ଟ୍ରେନ ବଗି ସଦୃଶ ଶ୍ରେଣୀରେ ପଢ଼ିବେ ଭାଟସାହି ବିଦ୍ୟାଳୟର ଛାତ୍ରଛାତ୍ରୀ

ନୟାଗଡ଼,(୨୦/୦୮): ନୟାଗଡ଼ ବ୍ଲକ ଭାଟସାହି ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ରୂପରେଖ ପରିବର୍ତ୍ତନ ନେଇ ଆରମ୍ଭ ହେଲା କାର୍ଯ୍ୟ। ବିଦ୍ୟାଳୟର ଟ୍ରେନ ବଗି ସଦୃଶ ଶ୍ରେଣୀ ଗୃହରେ ହେବ ପାଠ ପଢ଼ା। ଏଥିପାଇଁ ଭାଟସାହି ସରପଞ୍ଚ କିଶୋର ଚନ୍ଦ୍ର ସାହୁଙ୍କ ଉଦ୍ୟମରେ ଆରମ୍ଭ ହୋଇଛି ରଙ୍ଗକାର୍ଯ୍ୟ । ବିଦ୍ୟାଳୟ ଚାରିପାଖେ ଥିବା ପାଚେରୀରେ ସମସ୍ତ ମହାପୁରୁଷଙ୍କ ଚିତ୍ର ଏବଂ ଶ୍ରେଣୀ ଗୃହକୁ ରଙ୍ଗ ଦ୍ୱାରା ଟ୍ରେନ ବଗି ଭଳି ସଜାଇବାକୁ ଭାଟସାହି ସରପଞ୍ଚ ପରିକଳ୍ପନା କରିଛନ୍ତି । ଛାତ୍ର ସଂସଦ ସମ୍ପାଦକ ପବିତ୍ର କୁମାର ସ୍ୱାଇଁ, ମୋ ସ୍କୁଲ ଉପଦେଷ୍ଟା ବିଜୟ କୁମାର ଭଟ୍ଟ, ସଭାପତି ମାଗୁଣି ସ୍ୱାଇଁଙ୍କ ସହଯୋଗରେ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Related posts