ସରଣକୁଳ,(୧୧/୦୮):- ନବ ବିବାହିତା ଜନୈକା ମହିଳା ନିଖୋଜ ହୋଇଥିବା ବେଳେ ମହିଳାଙ୍କ ହତ୍ୟା ସନ୍ଦେହରେ ପରିବାର ଓ ଗ୍ରାମବାସୀଙ୍କ ଦ୍ଵାରା ସରଣକୁଳ ଥାନା ଘେରାଉ। ଶରଣକୁଳ ଅଞ୍ଚଳର ଜଗବନ୍ଧୁ ସାହୁଙ୍କ ପୁଅ ସହିତ ରଣପୁର ଥାନା ଗୋଡ଼ିମଡ଼ା ଗ୍ରାମର ପ୍ରଫୁଲ ସାହୁଙ୍କ ଝିଅ ରୋଜାଲିନଙ୍କର ୨ମାସ ତଳେ ବିବାହ ହୋଇଥିଲା । ବିବାହ ପରେ ରୋଜାଲିନଙ୍କ ସହ ଆଉ ଜଣେ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଶଶୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ଗତ ରବିବାର ଦିନ ରୋଜାଲିନ ହଠାତ ନିଖୋଜ ହେବା ପରେ ଶଶୁର ପୁଣି ଏକ ଏତଲା ଥାନାରେ ଦେଇଥିବା ଜଣାଯାଇଛି । ନିଖୋଜ ଘଟଣାକୁ ନେଇ ଆଜି ରୋଜାଲିନଙ୍କ ପରିବାର ଏବଂ ଗୋଡିପଡ଼ା ଗ୍ରାମବାସୀ ରୋଜାଲିନଙ୍କୁ ଶଶୁର ଘର ଲୋକେ ହତ୍ୟା କରି ଦେଇଥିବା ଅଭିଯୋଗ କରି ଶରଣକୁଳ ଥାନା ଘେରାଉ କରିଥିଲେ । ଥାନାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାଧୁରୀ ସାମଲ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିବା ସୂଚନା ମିଳିଛି ।
Related posts
-
ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମର ଉଦଯାପନ ଉତ୍ସବ ପାଳିତ
ଶରଣକୂଳ, (ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଡିପଡା ଠାରେ ୮ଦିନ ବ୍ୟାପି ଚାଲୁଥିବା ବାଳିକା ଆତ୍ମ... -
ଜିଲ୍ଲା ଏ.ଡି.ଇ.ଓ ସଂଘର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡଗାଁ ବ୍ଲକ ଦୁତିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏ.ଡି.ଇ.ଓ ସଂଘର ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା... -
ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲ
January 23, 2025 Jajati Comments Off on ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବାରା ତା ୨୨.୦୧.୨୦୨୫...