ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅକ୍ଟୋବର ୪ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ବିଜ୍ଞତି ପାଇବା ପରେ ଖବରଟି ବିଜୁଳି ବେଗରେ ସମଗ୍ର ରାଜ୍ୟରେ ପ୍ରଚାରିତ ହୋଇଥିଲା। ରାତି ପାହିବା ବେଳକୁ ବୈଦ୍ୟୁତିକ, ସାମାଜିକ ଅଥବା ଛାପା ଗଣମାଧ୍ୟମରୁ ଖବର ପାଇ ଜଷ୍ଟିସ ଷଡଙ୍ଗୀଙ୍କ ଜନ୍ମ ସ୍ଥାନ ଓଡ଼ଗାଁ ଅଞ୍ଚଳରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା। ପିଲାଟି ଦିନରୁ ନିଜ ଗାଁ ତଥା ଅଞ୍ଚଳ ପାଇଁ ବିଶେଷ ଆକର୍ଷଣ ରହିଥିବାରୁ ଏକଥାକୁ ଅଞ୍ଚଳବାସୀ ବେଶ ମନେ ରଖିଛନ୍ତି ଏବଂ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। କେବଳ…
Read MoreCategory: ନୟାଗଡ଼ ବ୍ଲକ
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭ’ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ ଲେଙ୍କୁଡ଼ିପଡ଼ା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଲେଙ୍କୁଡ଼ିପଡ଼ା ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା । ସିଆରସିସି ରମାକାନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଆନନ୍ଦ ଚନ୍ଦ୍ର ବେହେରା ଏବଂ ସମିତିସଭ୍ୟା ପାୟଲ ବେହେରା ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ପିଲାମାନେ ସିନିୟର ଏବଂ ଜୁନିଅର ଏପରି ଦୁଇଟି ଭାଗରେ ଅଂଶ ଗ୍ରହଣ କରି ସେମାନଙ୍କ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ । ସାଧାରଣ ଜ୍ଞାନ, କୁଇଜ, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ, ସୁନ୍ଦର…
Read Moreସାଇବର ସଚେତନତା ଲୋଗ ଉନ୍ମୋଚିତ, ଆସନ୍ତା ୨ ତାରିଖରୁ ବୁଲିବ ‘ସାଇରା’
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାଇବର ସଚେତନତା ଲୋଗ ଉନ୍ମୋଚିତ ହୋଇଛି । ନୟାଗଡ଼ ଏସପି ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଏସପି ସୂଚନା ଦେବା ସହ ଏହାର ଲୋଗକୁ ଉନ୍ମୋଚନ କରାଯାଇଥିଲା । ଆସନ୍ତା ୩୦ ତାରିଖ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରରେ ସଚେତନତା ରଥ ଉଦଘାଟନ କରିବେ । ନୟାଗଡ଼ ଜିଲ୍ଲାରେ ୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରଥ ବୁଲିବା ସହ ସଚେତନତା ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ଏହି ରଥରେ ଭିଡିଓ ମାଧ୍ୟମରେ ସଚେତନ କରାଯିବା ପାଇଁଯୋଜନା ରହିଛି । ନୟାଗଡ଼ ଜିଲ୍ଲା ପୁଲିସ…
Read Moreଉର୍ବର ଭିତ୍ତିଭୂମି ନୟାଗଡ଼ ଜିଲ୍ଲାର ବିକାଶ ପାଇଁ ବାସ୍ତବଧର୍ମୀ ପଦକ୍ଷେପ ନିଆଯାଉ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କୃଷି ନିମନ୍ତେ ଏକ ଉର୍ବର ଭିତ୍ତିଭୂମି ଥିବା ଅଞ୍ଚଳ। ପାରମ୍ପରିକ ଧାନ,ମୁଗ, ଆଖୁ, ପନିପରିବା ଓ ରବିଫସଲରେ ଦକ୍ଷତା ଥିବା ଅନୁଭବୀ ଚାଷୀଙ୍କର ଅଭାବ ନାହିଁ ଏହି ଜିଲ୍ଲାରେ। ଦୁଃଖର କଥା, ସ୍ଵାଧୀନତାର ଛସ୍ତରି ବର୍ଷ ପରେ ମଧ୍ୟ ମହାନଦୀର ପାଣିକୁ ବ୍ୟାରେଜ୍ କିମ୍ବା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଆମ ଜିଲ୍ଲାର କୃଷିକ୍ଷେତ୍ରରେ ବିନିଯୋଗ କରାଯାଇ ପାରିଲା ନାହିଁ। ବୃତଙ୍ଗଜଳସେଚନ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଉତ୍କୃଷ୍ଟ ଆଖୁଚାଷର ଭିତ୍ତି ଉପରେ ପ୍ରତିଷ୍ଠା ହୋଇଥିବା ଚିନିକଳ ଧ୍ଵଂସ ମୁଖକୁ ଚାଲିଗଲା, ହଜାର ହଜାର କର୍ମଚାରୀ,କ୍ଷେତ ଶ୍ରମିକଙ୍କର ଜୀବିକା ବୁଡିଯିବା ସହିତ ଜିଲ୍ଲାର ଏକ ପ୍ରମୁଖ ଫସଲ ଆଖୁ ଚାଷ ଡୁବିଗଲା, ଆମ ରାଜ୍ୟ ସରକାର ଜିଲ୍ଲାବାସୀ ପ୍ରଜାମାନଙ୍କର ଗୁହାରି, ବିକ୍ଷୋଭ ଆନ୍ଦୋଳନକୁ କର୍ଣ୍ଣପାତ କଲେନାହିଁ। ଏହାଠାରୁ ବଳି…
Read Moreଓଡ଼ିଶା ନାଟ୍ୟ ସଂଘର ୩୬ତମ ପ୍ରତିଷ୍ଠା ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶାର ବରେଣ୍ୟ ନାଟ୍ୟ ବ୍ୟକ୍ତିତ୍ବ ମାନଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ନାଟ୍ୟ ସଂଘ ସଂପ୍ରତି ସମଗ୍ର ଓଡ଼ିଶାର ପ୍ରତିନିଧିତ୍ଵ କରୁଥିବା ନାଟ୍ୟ ଅନୁଷ୍ଠାନ ଭାବେ କାର୍ଯ୍ୟ କରୁଅଛି। ତା୨୬.୦୯.୨୦୨୩ ରିଖ ରେ ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲାରେ ପାଳିତ ହୋଇଯାଇଛି ଓଡ଼ିଶା ନାଟ୍ୟ ସଂଘର ୩୬ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ସଂଘର ଜିଲ୍ଲା ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ନୟାଗଡର ପ୍ରମୁଖ ନାଟ୍ୟକର୍ମୀ, ନାଟ୍ୟପ୍ରେମୀ ଓ ବୁଦ୍ଧିଜୀବିମାନଙ୍କୁ ନେଇ ସ୍ଥାନୀୟ ନ୍ୟୁ ଜନତା କଂପ୍ଲେକ୍ସ ପରିସରରେ ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଟ୍ୟକାର ଗୋଦାବରୀଶ ମିଶ୍ରଙ୍କ ସଭାପତିତ୍ୱ ଏବଂ ଗୋପୀନାଥ ସେଠୀ, କାମାକ୍ଷା ପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ପ୍ରଶାନ୍ତ କୁମାର ସାମନ୍ତରାୟ,ନିରଞ୍ଜନ ନାୟକ,ପ୍ରଦୀପ କୁମାର ସାହୁ ,…
Read Moreଆମରଣ ଅନଶନରେ ନୟାଗଡ଼ ଉପ କାରଗାର କର୍ମଚାରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ୫ଦଫା ଦାବି ପୁରଣକୁ ନେଇ ନୟାଗଡ଼ ଉପ କାରଗାର କର୍ମଚାରୀମାନେ ଆମରଣ ଅନଶନରେ ସମାନ କାମକୁ ସମାନ ଦରମା ଦାବିରେ ଗତ ୧୩ତାରିଖରୁ କଳା ବ୍ୟାଚ୍ ପିନ୍ଧି ନୟାଗଡ଼ ଜେଲ୍ ୱାର୍ଡରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପ୍ରଥମେ କଳା ବ୍ୟାଚ୍ ପିନ୍ଧି ତାଙ୍କ ଦାବି ସଂପର୍କରେ ସରକାରଙ୍କୁ ଅବଗତ କରାଇଥିଲେ ହେଲେ ସରକାର କର୍ଣ୍ଣପାତ ନକରିବାରୁ ଆଜିଠାରୁ ଜେଲ୍ ୱାର୍ଡରମାନେ ଆମରଣ ଅନଶନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଜେଲ୍ ୱାର୍ଡରମାନଙ୍କ କହିବା କଥା ଗୃହ ବିଭାଗ ଅଧିନରେ ଥିବା ଆମର ଆଉ ରାଜ୍ୟ ପୋଲିସର ସମସ୍ତ କାର୍ଯ୍ୟ ସମାନ ଥିବାବେଳେ ଆମକୁ ସରକାର ଅଣଦେଖା କରୁଛନ୍ତି । ସମାନ କାମକୁ ସମାନ ବେତନ ଥିବା ବେଳେ ଗୃହ ବିଭାଗର ପୋଲିସମାନେ ଯାହା ପାଉଛନ୍ତି ଆମେ ତାହା ପାଉନାହୁଁ । ଆମର ଦାବି ହେଲା…
Read Moreଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି ଏହି ଦିବସ ପାଳନ ନିମନ୍ତେ ସମସ୍ତଙ୍କର ଅକୁଣ୍ଠ ସହଯୋଗ କାମନା କରି କହିଥିଲେ ଯେ,ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୧ ତାରିଖରେ ବରିଷ୍ଠ ନାଗରିକ ଦିବସ ଜିଲ୍ଲାସ୍ତରରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟସେବା ଶିବିର ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ବ୍ଲକରୁ ପ୍ରାୟ ୫୦ରୁ ୬୦ଜଣ ବରିଷ୍ଠ ନାଗରିକ ବ୍ଲକ ସାମାଜିକ କଲ୍ୟାଣ ଅଧିକାରୀମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିରକୁ ଆଣିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଂଚଳିକ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ମାତୃ ସମ୍ମିଳନୀରେ “ଶିଶୁର ପ୍ରଗତିରେ ମାଆର ଭୂମିକା” ଶୀର୍ଷକ ଆଲୋଚନା ଚକ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ା ରୋଡସ୍ଥ ନୀଳମାଧବ କଲ୍ୟାଣ ମଣ୍ଡପ ସଭାଗୃହରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ପକ୍ଷରୁ ଆସ ଆମେ ଶିଶୁଙ୍କୁ ବୁଝିବା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ୪୦୦ ରୁ ଉର୍ଦ୍ଧ୍ବ ମାଆ ମାନଙ୍କୁ ନେଇ ଶିଶୁ ମାନଙ୍କର ବିକାଶ ରେ ମାତାପିତାଙ୍କ ଭୂମିକା ବିଷୟରେ ଆଲୋଚନା ହୋଇ ଥିଲା। ମୁଖ୍ଯ ଅତିଥି ଭାବେ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ମାର୍କ ପଛରେ ନ ଗୋଡାଇ ଭଲ ମଣିଷ ତିଆରି କରିବା ପାଇଁ ପ୍ରତ୍ଯେକ ମାଆ ବାପା ମାନେ ସଜାଗ ହୁଅନ୍ତୁ ଏବଂ ନିଜ ନିଜ ପରିବରରେ ପତିପତ୍ନୀ ଅର୍ଥାତ୍ ବାପା ମାଆ ମାନେ ନିଜେ ନିଜକୁ ସଜାଡି ଶ୍ରୁଙ୍ଖଳିତ…
Read Moreକେନାଲ ଛକ ଠାରୁ ଓସ୍ତିଆମାଳ ଭାୟା ବୁଢାବୁଢ଼ୀଆଣୀ ଡ୍ୟାମ ଦେଇ ୧୧ କିମି ରାସ୍ତା ନିର୍ମାଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଗ୍ରାମାଞ୍ଚଳରେ ସବୁ ପ୍ରକାର ପାଣିପାଗକୁ ସୁହାଉଥବା ଉତ୍ତମ ମାନର ରାସ୍ତା ନିର୍ମାଣ କରାଯିବ । ଏହା ମାଧ୍ୟମରେ ଉଭୟ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ପର୍ଯ୍ୟଟନ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଯୋଗାଯୋଗ ବ୍ୟବସ୍ଥା ସୁଗମ ହୋଇ ପାରିବ। ଏହା ପରିବହନ ଆବଶ୍ୟକତାକୁ ପୂରଣ କରିବା ସହ ଗ୍ରାମାଞ୍ଚଳର ଆର୍ଥିକ ଓ ସାମାଜିକ ସେବାକୁ ପ୍ରୋତ୍ସାହିତ କରିବ। ଏଭଳି ଲକ୍ଷ୍ୟ ରଖି ଓଡ଼ଗାଁ ବ୍ଲକ ଅନ୍ତର୍ଗତ କେନାଲ ଛକ ଠାରୁ ଓସ୍ତିଆମାଳ ଭାୟା ବୁଢାବୁଢ଼ୀଆଣୀ ଡ୍ୟାମ ଦେଇ ୧୧ କିମି ରାସ୍ତା ନିର୍ମାଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଗ୍ରାମୀଣ କାର୍ଯ୍ୟ ମୁଖ୍ୟ ଯନ୍ତ୍ରୀଙ୍କ ଚିଠି ସଂଖ୍ୟା ୨୮୯୭୫ ପ୍ରକାଶିତ ହୋଇଛି। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଉକ୍ତ ରାସ୍ତାଟି ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ…
Read Moreପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୦ତମ ଜୟନ୍ତୀ ପାଳିତ
‘ଯୁବପୀଢ଼ି ବିନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ’
ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ତଥାସ୍ତୁ ପକ୍ଷରୁ ପଣ୍ଡିତ ବିନାୟକ ମିଶ୍ର ଜୟନ୍ତୀ ପାଳିତ ହୋଇଯାଇଛି । ନୟାଗଡ଼ ବ୍ଲକ ସଭା ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ ଯୋଗ ଦେଇଥିଲେ । ତଥାସ୍ତୁ ଅନୁଷ୍ଠାନର ସଭାପତି ବସିରନ ବିବିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଡ. ସାହୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ ଓ ସାହିତ୍ୟ କୃତି ସମସ୍ତଙ୍କ ପାଇଁ ଏକ ଦିଗଦର୍ଶନ ଏବଂ ଯୁବପୀଢ଼ି ବିନାୟକଙ୍କ ସଂକଳ୍ପ, ଆଦର୍ଶରେ…
Read More