ନୟାଗଡ଼,(ନୟାଗଡ଼ ଦର୍ପଣ): ୫ଦଫା ଦାବି ପୁରଣକୁ ନେଇ ନୟାଗଡ଼ ଉପ କାରଗାର କର୍ମଚାରୀମାନେ ଆମରଣ ଅନଶନରେ ସମାନ କାମକୁ ସମାନ ଦରମା ଦାବିରେ ଗତ ୧୩ତାରିଖରୁ କଳା ବ୍ୟାଚ୍ ପିନ୍ଧି ନୟାଗଡ଼ ଜେଲ୍ ୱାର୍ଡରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପ୍ରଥମେ କଳା ବ୍ୟାଚ୍ ପିନ୍ଧି ତାଙ୍କ ଦାବି ସଂପର୍କରେ ସରକାରଙ୍କୁ ଅବଗତ କରାଇଥିଲେ ହେଲେ ସରକାର କର୍ଣ୍ଣପାତ ନକରିବାରୁ ଆଜିଠାରୁ ଜେଲ୍ ୱାର୍ଡରମାନେ ଆମରଣ ଅନଶନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଜେଲ୍ ୱାର୍ଡରମାନଙ୍କ କହିବା କଥା ଗୃହ ବିଭାଗ ଅଧିନରେ ଥିବା ଆମର ଆଉ ରାଜ୍ୟ ପୋଲିସର ସମସ୍ତ କାର୍ଯ୍ୟ ସମାନ ଥିବାବେଳେ ଆମକୁ ସରକାର ଅଣଦେଖା କରୁଛନ୍ତି ।
ସମାନ କାମକୁ ସମାନ ବେତନ ଥିବା ବେଳେ ଗୃହ ବିଭାଗର ପୋଲିସମାନେ ଯାହା ପାଉଛନ୍ତି ଆମେ ତାହା ପାଉନାହୁଁ । ଆମର ଦାବି ହେଲା ୱାର୍ଡରମାନଙ୍କର ଗ୍ରେଡ୍ ପେ’ ୧୯୦୦ରୁ ୨୦୦୦କୁ ବୃଦ୍ଧି, ଚିପ୍ ୱାର୍ଡରଙ୍କ ଗ୍ରେଡ୍ ପେ’ ୨୦୦୦ରୁ ୨୪୦୦କୁ ବୃଦ୍ଧି, ୨୦୧୨ ପଦୋନ୍ନତି ନିୟମ ଲାଗୁ, ଉପଖଣ୍ଡସ୍ତରୀୟ ବଦଳି ନିୟମ କୋହଳ, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦କୁ ବୃଦ୍ଧି, ୧୩ମାସିଆ ଦରମା ବୃଦ୍ଧି ଆଦି ଦାବି ନେଇ ୱାର୍ଡର ସଂଘ ଆମରଣ ଅନଶନକୁ ଓହ୍ଲାଇଛି । ନୟାଗଡ଼ ଜିଲ୍ଲା ସ୍ତରୀୟ କମିଟି ସଭାପତି ହିଂମାଶୁ ଶେଖର ପାଇକରାୟ, ଉପସଭାପତି ତପନ କୁମାର ପାଲଟାସିଂ, ସମ୍ପାଦକ ଅଜୟ କୁମାର ମଲ୍ଲିକ, ପ୍ରଶନ୍ନ ମହାନ୍ତି, ରଜନୀକାନ୍ତ ପଣ୍ଡା, ବିନତୀ ପ୍ରଧାନ, କିଶୋର କୁମାର ସାହୁ, ତପନ ପ୍ରଧାନ, ଜିତେନ୍ଦ୍ର ବେହେରା, ଅଭିରାମ ସାହୁ, ପୁଷ୍ପାଞ୍ଜଳି ସାହୁ ଓ ସବିତା ବେହେରା ଅନଶନରେ ବସିଛନ୍ତି । ମୋଟ ୧୨ଜଣ ଜେଲ କର୍ମଚାରୀ ଆଜି ଠାରୁ ଅନଶନ ଆରମ୍ଭ କରିଛନ୍ତି ।