ଓଡ଼ିଶା ନାଟ୍ୟ ସଂଘର ୩୬ତମ ପ୍ରତିଷ୍ଠା ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶାର ବରେଣ୍ୟ ନାଟ୍ୟ ବ୍ୟକ୍ତିତ୍ବ ମାନଙ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ନାଟ୍ୟ ସଂଘ ସଂପ୍ରତି ସମଗ୍ର ଓଡ଼ିଶାର ପ୍ରତିନିଧିତ୍ଵ କରୁଥିବା ନାଟ୍ୟ ଅନୁଷ୍ଠାନ ଭାବେ କାର୍ଯ୍ୟ କରୁଅଛି। ତା୨୬.୦୯.୨୦୨୩ ରିଖ ରେ ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲାରେ ପାଳିତ ହୋଇଯାଇଛି ଓଡ଼ିଶା ନାଟ୍ୟ ସଂଘର ୩୬ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ସଂଘର ଜିଲ୍ଲା ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ନୟାଗଡର ପ୍ରମୁଖ ନାଟ୍ୟକର୍ମୀ, ନାଟ୍ୟପ୍ରେମୀ ଓ ବୁଦ୍ଧିଜୀବିମାନଙ୍କୁ ନେଇ ସ୍ଥାନୀୟ ନ୍ୟୁ ଜନତା କଂପ୍ଲେକ୍ସ ପରିସରରେ ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଟ୍ୟକାର ଗୋଦାବରୀଶ ମିଶ୍ରଙ୍କ ସଭାପତିତ୍ୱ ଏବଂ ଗୋପୀନାଥ ସେଠୀ, କାମାକ୍ଷା ପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ପ୍ରଶାନ୍ତ କୁମାର ସାମନ୍ତରାୟ,ନିରଞ୍ଜନ ନାୟକ,ପ୍ରଦୀପ କୁମାର ସାହୁ , ସୁରେନ୍ଦ୍ର କୁମାର ସାହୁ ଅତିଥି ଭାବେ ଯୋଗଦେଇ ଓଡ଼ିଶା ନାଟ୍ୟ ସଂଘର ନାଟକ ପ୍ରତି ଅବଦାନ, ନୟାଗଡ଼ର ସମୃଦ୍ଧ ନାଟ୍ୟ ପରମ୍ପରା, ନାଟ୍ୟ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରି ନାଟକର ସୃଷ୍ଟି ଗାଁରୁ ହୋଇଥିବା ବେଳେ ଏବେବି ଗ୍ରାମାଞ୍ଚଳରେ ଥିବା ଅନେକ ପ୍ରତିଭା ରାଜ୍ୟ ତଥା ଜାତୀୟସ୍ତରରେ ପ୍ରସିଦ୍ଧି ଅର୍ଜନ କରିବାରେ ସମର୍ଥ ହୋଇଛନ୍ତି।

ଏ ସବୁ ପରେ ବି ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ଗ୍ରାମାଞ୍ଚଳର ଅନେକ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ଖ୍ୟାତନାମା ଦାସକାଠି ଗାୟକ ବିଶ୍ୱନାଥ ପ୍ରଧାନ ଓ ସାଥୀ ଦାସକାଠି ପରିବେଷଣ କରିଥିଲେ। ନୟାଗଡ଼ର ଦୁଇ ନାଟ୍ୟ ପ୍ରତିଭୂ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଏବଂ ଜନାର୍ଦ୍ଦନ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ଏହି ବୈଠକରେ କବି ପ୍ରତାପ ସାହୁ , ଅଭିନେତା ପ୍ରଫୁଲ୍ଲ ନାୟକ, ପ୍ରଭାତ କୁମାର ଦାଶ,ଲକ୍ଷ୍ମୀଧର ମହାପାତ୍ର ଯୋଗ ଦେଇଥିବା ବେଳେ ଗୋକୁଳ କୁମାର ଷଡଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts