ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଓଡିଶାର ବରପୁତ୍ର କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଏହି ଅବସରରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ଯୋଦ୍ଧା ତଥା ମହାନ୍ ଦେଶ ସେବକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ପ୍ରଥମେ ବିଦ୍ଯାଳୟ ପରିସରରେ ସ୍ଥାପିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ପୁଷ୍ପ ମାଲ୍ଯାର୍ପଣ ପୂର୍ବକ ଧୂପ ଦୀପ ଅର୍ପଣ କରି ଥିଲେ। ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ସେବା ବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ବିଷୟରେ ଉଦବୋଧନ ଦେଇଥିଲେ। ସମସ୍ତ ଗୁରୁଜୀ…
Read MoreCategory: ନୟାଗଡ଼ ବ୍ଲକ
୪୦କେଜି ଗଞ୍ଜେଇ ସହ ଅଟୋ ଜବତ, ଦୁଇ ଗିରଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅବକାରୀ ବିଭାଗ ମୋବାଇଲ ସ୍ମାର୍ଡ଼ ୪୦ କେଜି ଗଞ୍ଜେଇ ସହ ଏକ ଅଟୋ ଜବତ କରି ୨ଚାଲାଣ କାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଚୂଡ଼ା ଗ୍ରାମର ଶ୍ୟାମସୁନ୍ଦର ରାଉତଙ୍କ ପୁଅ ସୀତାକାନ୍ତ ରାଉତ ଏବଂ ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ଥାନା ଅଞ୍ଚଳର ଯୁଗଳ କିଶୋର ମହାପାତ୍ରଙ୍କ ପୁଅ ବିଦ୍ୟାସାଗର ମହାପାତ୍ର । କନ୍ଧମାଳରୁ ଭୁବନେଶ୍ବର ଅଭିମୂଖେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ମହିପୁର ଛକ ନିକଟରେ ଜାତୀୟ ରାଜପଥ ଉପରୁ ଧରିବାରେ ସକ୍ଷମ ହୋଇଥିଲା । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…
Read Moreମର୍ଣ୍ଣି କ୍ଳବ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମର୍ନିଙ୍ଗ କ୍ଳବ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ନୟାଗଡ଼ ଖେଳ ପଡିଆ ଠାରେ ଚଳିତ ମାସ ଗତ ୨ତାରିଖରୁ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଜି ଫାଇନାଲ ମ୍ୟାଚରେ ଯଦୁମଣି କ୍ଲବ ଇଟାମାଟି ବନାମ ଖଣ୍ଡପଡ଼ା ମଧ୍ୟରେ ଖେଳ ହୋଇଥିଲା । ଆଜିର ଖେଳ ଭାରି ରୋମାଞ୍ଚକ ହୋଇଥିଲା କାରଣ ଖେଳ ଶେଷ ସୁଧା ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେଇଥିବା ବେଳେ ପେନାଲିଟି ସଟ୍ ମରାଯାଇଥିଲା । ଏଥିରେ ମଧ୍ୟ ଉଭୟ ଦଳ ସମାନ ସ୍ଥିତିରେ ଥିଲେ । ଏହା ପରେ ପୁଣି ରେଫରୀଙ୍କ ଦ୍ୱାରା ଉଭୟ ଦଳକୁ ଗୋଟିଏ ଗୋଲର ସୁଯୋଗ ଦିଆଯାଇଥିଲା । ଏଥିରେ ଯଦୁମଣି କ୍ଲବ ଇଟାମାଟି ୧-୦ ଗୋଲରେ ବିଜୟ ଲାଭ କରିଥିଲା। ଆଜିର ଖେଳରେ ଶ୍ରେଷ୍ଠ…
Read Moreନୟାଗଡ଼ରେ ଅକ୍ଟୋବର ୧୬ ଏବଂ ୧୭ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଚେସ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବା ନେଇ ସୂଚନା
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ୍ ଆସୋଶିଏସନ ଏବଂ କେ.ସି. କ୍ଲବ ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏ ନେଇ ଆଜି ନୟାଗଡ଼ କେ.ସି. କ୍ଲବ ପରିସରସ୍ଥ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇ ବ୍ୟାପକ ସୂଚନା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଥମ ଦଶ ଜଣକୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯିବ| ନୟାଗଡ଼ ଚେସ୍ ଆଶୋସିଏସନ୍ର ସଭାପତି ଶ୍ରୀଧର ସାହୁ, ସମ୍ପାଦକ ରିତେଶ କୁମାର ରଥ, କେ.ସି. କ୍ଲବର ସଭାପତି ଭାଗିରଥ ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ ଓ ବରଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସମ୍ପୂର୍ଣ୍ଣ ବିବରଣୀ ରଖୁଛନ୍ତି । ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଏହି ଆନ୍ତଃ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ…
Read Moreଲୋକାଲ ଫଣ୍ଡ ଅଡିଟରଙ୍କ ପରଲୋକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାଞ୍ଚଳରେ କାର୍ଯ୍ୟରତ ଲୋକାଲ ଫଣ୍ଡ ଅଡିଟର ସବିତା ସାହୁଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି । ସେ କିଛିଦିନ ଧରି କର୍କଟ ରୋଗରେ ପିଡ଼ିତ ଥିଲେ । ସୂଚନା ଯୋଗ୍ୟ ଯେ ସ୍ୱର୍ଗତା ସାହୁ ପ୍ରଥମେ ନୟାଗଡ଼ ବ୍ଲକ ଅନ୍ତର୍ଗତ ସିନ୍ଦୁରିଆ ପ୍ରାଥମିକ ବିଦ୍ୟାଳୟରେ କିଛି ବର୍ଷ ଶିକ୍ଷକତା କରିଥିଲେ । ପରବର୍ତ୍ତି ସମୟରେ ସେ ଲୋକାଲ ଫଣ୍ଡ ଅଡିଟର ଭାବେ ନିଯୁକ୍ତି ପାଇ ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଡିଟ କାର୍ଯ୍ୟ କରୁଥିଲେ । ନୟାଗଡ଼ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ସେ ଧର୍ମପତ୍ନୀ ଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଏକମାତ୍ର ପୁତ୍ର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତା ସାହୁ…
Read Moreନୟାଗଡ଼ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ସଂପଦର ମେଳା ଓ ପ୍ରଶିକ୍ଷଣ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୨୧ ଓ ୨୨ ତାରିଖରେ ଏକ ଦୁଇ ଦିନିଆ ମେଳା ଓ ପ୍ରଶିକ୍ଷଣ ଶିବିର ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଉଭୟ ବିଭାଗ ସମେତ ଉଦ୍ୟାନ, କୃଷି, ଜଳ ବିଭାଜିକା ବିଭାଗର ୨୫ଗୋଟି ଷ୍ଟଲ ପଡ଼ିବା ପାଇଁ ନିଷ୍ପତି ହୋଇଅଛି । ଜିଲ୍ଲାର ସମସ୍ତ ବ୍ଲକରୁ ଦୈନିକ ସାତଶହ ଲେଖାଁଏ ଚାଷୀ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗରୁ ଏହି ମେଳା ଓ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ସଙ୍ଗେ ସଙ୍ଗେ ବିଭାଗୀୟ ବିଶେଷଜ୍ଞମାନଙ୍କ ତରଫରୁ ସଂପୃକ୍ତ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ କାର୍ଯ୍ୟକ୍ରମ ସ୍ଥିର…
Read Moreଆଇନି ସାକ୍ଷରତା ଛାତ୍ରଛାତ୍ରୀଙ୍କ ଜିଲ୍ଲା କୋର୍ଟ ପରିଦର୍ଶନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଏବଂ ଦୌରା ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅଧ୍ୟକ୍ଷ, ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଜବାହାର ନବୋଦୟ ବିଦ୍ୟାଳୟ, ନୟାଗଡ଼ ଓ ଜାତୀୟ ସେବା ସଂସ୍ଥା ବହୁମୁଖୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, ନବଘନପୁର, ଆଇନ ସାକ୍ଷରତା ଛାତ୍ର ଛାତ୍ରୀମାନେ ନୟାଗଡ ଜିଲ୍ଲା କୋର୍ଟକୁ ଶିକ୍ଷଣୀୟ ପରିଦର୍ଶନରେ ଆସିଥିଲେ । ପ୍ରଥମେ ଛାତ୍ର ଛାତ୍ରୀମାନେ ଜିଲ୍ଲା ଏବଂ ଦୌରା ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅଧ୍ୟକ୍ଷ, ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କୁ, ରେଜିଷ୍ଟ୍ରାର ଡ଼ଃ ନିଶାକର ସାହୁ , ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟ ସ୍ମୃତି ସ୍ନିଗଧା ଦାସ ଏବଂ ଜିଲ୍ଲା ଅଇନି ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁଙ୍କ ଉପସ୍ଥିତିରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।…
Read Moreଗଣମାଧ୍ୟମ ଉପରେ ଆକ୍ରମଣର ପ୍ରତିବାଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଷ୍ଟ୍ର ବ୍ୟବସ୍ଥାର ଚତୁର୍ଥ ସ୍ତମ୍ଭ ଉପରେ କେନ୍ଦ୍ର ସରକାରଙ୍କର ଇ. ଡି. ଦ୍ଵାରା ଦମନମୂଳକ ଆକ୍ରମଣର ପ୍ରତିବାଦ କରି ନୟାଗଡ଼ କାର୍ଯ୍ୟାଳୟ ଆଗରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ବାମପନ୍ଥୀନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବରିଷ୍ଟ ନାଗରିକ ମଞ୍ଚର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଆଡଭୋକେଟ ଅମୀୟ ପଟ୍ଟନାୟକ, ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ରଣଜିତ ଦାଶ, ସି. ପି. ଆଇ.(ଏମ) ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, ଶ୍ରମିକ ସଂଗଠକ ପବିତ୍ର ଇନ୍ଦ୍ରଜିତ, ଏସ.ଏ କରିମ୍, ଯୁବନେତା ସରୋଜ ନାୟକ, ନାରୀନେତ୍ରୀ ଜ୍ୟୋତିପ୍ରଭା ଜେନା ପ୍ରମୁଖ ଏହି ବିକ୍ଷୋଭରେ କେନ୍ଦ୍ରସରକାରଙ୍କ ଦ୍ଵାରା ଇଡି ମାଧ୍ୟମରେ ଦିଲ୍ଲୀ ଠାରେ ନିଉଜ୍ କ୍ଲିପର…
Read Moreନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦିଆଗଲା ଦାବିପତ୍ର, ଦଶହରା ପୂର୍ବରୁ ଦଶପଲ୍ଲାକୁ ଟ୍ରେନ ନଗଡ଼ିଲେ ତୀବ୍ର ହେବ ଆନ୍ଦୋଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ ନିର୍ମିତ ନୂତନ ରେଳ ଷ୍ଟେସନର ସମସ୍ତ କାର୍ଯ୍ୟ ଗତ ଏକମାସ ପୂର୍ବରୁ ସମ୍ପୁର୍ଣ୍ଣ ହୋଇ ସାରିଥିବା ବେଳେ ଏଠାକୁ ରେଳ ଚଳାଚଳ ନେଇ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ପୂର୍ବତଟ ରେଳ ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ଟ୍ରେନ ଚଳାଚଳର ସମସ୍ତ ଯାଞ୍ଚ କାର୍ଯ୍ୟ ଶେଷ କରି ଗତ ଦୁଇମାସ ତଳୁ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକ ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରି ସାରିଛନ୍ତି । ଷ୍ଟେସନର ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ବିଭାଗ ଟ୍ରେନ ଚଳାଚଳର ନାମଗନ୍ଧ ଧରୁନାହିଁ । ଏପରିକି କେବେଠାରୁ ରେଳଗାଡ଼ି ଚାଲିବ ଏ ଉତ୍ତର ମଧ୍ୟ କାହା ପାଖରେ ନାହିଁ । ଟ୍ରେନ ଚଳାଚଳ ପାଇଁ ଅଞ୍ଚଳବାସୀ ଉତ୍ସୁକତାର ସହିତ ଚାହିଁ ବସିଥିବା…
Read Moreପୁଷ୍କରା ବାୟାକୁ ଅଭିନନ୍ଦନ ଜଣାଇଲେ ଅନନ୍ୟା ପରିବାର
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ସାହିତ୍ୟରୁ ସିନେମା। ଓଡ଼ିଆ ଘରର ସଂସ୍କୃତି ସହ ନିଚ୍ଛକ ଓଡ଼ିଆ ଘରର କାହାଣୀକୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ପୁଷ୍କରା ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ଦର୍ଶକମାନଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିଛି। ସିନେମା ନିର୍ମାତାମାନଙ୍କୁ ମଧ୍ୟ ନୂତନ ଦିଶା ଦେଖାଇଛି। ଦର୍ଶକଙ୍କ ମତ ଅନୁଯାୟୀ ଅଭିନେତା ସବ୍ୟସାଚୀଙ୍କ ଅଭିନୟ ଶୈଳୀ ଅତି ନିଖୁଣ ହୋଇଥିବା କାରଣରୁ ସିନେମାଟି ତିନି ସପ୍ତାହ ପାଖାପାଖି ବ୍ୟବସାୟିକ ସଫଳତା ପାଇଲାଣି। ଏହି ସଫଳତା ପାଇଁ ନୟାଗଡ଼ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ସବ୍ୟସାଚୀଙ୍କୁ ଭୁବନେଶ୍ୱରରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
Read More