ଗଣମାଧ୍ୟମ ଉପରେ ଆକ୍ରମଣର ପ୍ରତିବାଦ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଷ୍ଟ୍ର ବ୍ୟବସ୍ଥାର ଚତୁର୍ଥ ସ୍ତମ୍ଭ ଉପରେ କେନ୍ଦ୍ର ସରକାରଙ୍କର ଇ. ଡି. ଦ୍ଵାରା ଦମନମୂଳକ ଆକ୍ରମଣର ପ୍ରତିବାଦ କରି ନୟାଗଡ଼ କାର୍ଯ୍ୟାଳୟ ଆଗରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ବାମପନ୍ଥୀନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବରିଷ୍ଟ ନାଗରିକ ମଞ୍ଚର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଆଡଭୋକେଟ ଅମୀୟ ପଟ୍ଟନାୟକ, ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ରଣଜିତ ଦାଶ, ସି. ପି. ଆଇ.(ଏମ) ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, ଶ୍ରମିକ ସଂଗଠକ ପବିତ୍ର ଇନ୍ଦ୍ରଜିତ, ଏସ.ଏ କରିମ୍, ଯୁବନେତା ସରୋଜ ନାୟକ, ନାରୀନେତ୍ରୀ ଜ୍ୟୋତିପ୍ରଭା ଜେନା ପ୍ରମୁଖ ଏହି ବିକ୍ଷୋଭରେ କେନ୍ଦ୍ରସରକାରଙ୍କ ଦ୍ଵାରା ଇଡି ମାଧ୍ୟମରେ ଦିଲ୍ଲୀ ଠାରେ ନିଉଜ୍ କ୍ଲିପର ମୁଖ୍ୟ ପ୍ରବୀର ପୁରକାୟସ୍ଥଙ୍କୁ ବିନା ନୋଟିସରେ ଗିରଫ କରି ନ୍ୟୁଜ ଅଫିସରେ ତାଲା ପକାଇ ଦିଆଗଲା, ତାହା ଗଣତନ୍ତ୍ର, ଗଣ ମାଧ୍ୟମ ପ୍ରତି ଚରମ ବିଶ୍ବାସଘାତକତା ବୋଲି କ୍ଷୋଭ ପ୍ରକାଶ କରି ନାରାବାଜି କରିଥିଲେ। ସରକାରଙ୍କ ଦୋଷ ତ୍ରୁଟିକୁ ଦର୍ଶାଉଥିବା ଗଣମାଧ୍ୟମକୁ ଦେଶଡ୍ରୋହୀ ମୋହର ମାରି ଦମନ କରିବାର ଚକ୍ରାନ୍ତକୁ ବରଦାସ୍ତ କରା ଯିବନାହିଁ ବୋଲି ବକ୍ତାମାନେ ଦୃଢୋକ୍ତି କରିଛନ୍ତି।

Related posts