ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଓଡିଶାର ବରପୁତ୍ର କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଏହି ଅବସରରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ଯୋଦ୍ଧା ତଥା ମହାନ୍ ଦେଶ ସେବକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ପ୍ରଥମେ ବିଦ୍ଯାଳୟ ପରିସରରେ ସ୍ଥାପିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ପୁଷ୍ପ ମାଲ୍ଯାର୍ପଣ ପୂର୍ବକ ଧୂପ ଦୀପ ଅର୍ପଣ କରି ଥିଲେ। ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ସେବା ବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ବିଷୟରେ ଉଦବୋଧନ ଦେଇଥିଲେ। ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଅତ୍ଯନ୍ତ ଚିତ୍ତାକର୍ଷକ ହୋଇ ଥିଲା।।
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ
