ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାସ ୧୮ ତାରିଖରେ ହେବାକୁଥିବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ପାଇଁ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଉଁଶିଆପଡ଼ା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ଶିକ୍ଷକ ସଂଗଠନର ନେତୃମଣ୍ଡଳୀ ଉପସ୍ଥିତ ରହି ଏହି ଶିଶୁ ମହୋତ୍ସବକୁ ଖୁବ ଆକର୍ଷଣୀୟ କରିବା ପାଇଁ ମତାମତ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ହେବାକୁ ଥିବା ସଭା ଏବଂ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,ଜିଲ୍ଲା ପରିଷଦ ସଦସ୍ୟ, ସ୍ଥାନୀୟ ସରପଞ୍ଚ,ସମିତିସଭ୍ୟ, ବିଦ୍ୟାଳୟ ପରିଚଳାନା କମିଟି ସଭାପତି ପ୍ରମୁଖ ଅତିଥିଭାବେ ଯୋଗଦାନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ନୟାଗଡ଼ ବ୍ଳକ ଅନ୍ତର୍ଗତ ୧୫ଟି କ୍ଲଷ୍ଟରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନେ ବ୍ଳକସ୍ତରୀୟ ସୁରଭି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସେମାନଙ୍କ କୃତିତ୍ୱ ପ୍ରଦର୍ଶନ କରିବେ । ବ୍ଳକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲାମାନେ ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗୀତାରେ ଭାଗ ନେଇ ରାଜ୍ୟସ୍ତରକୁ ମନୋନୀତ ହେବେ । ଏହି ପ୍ରସ୍ତୁତି ବୈଠକରେ ସ୍ଥାନୀୟ ସରପଞ୍ଚ ଦେବୀ ପ୍ରସାଦ ସାମନ୍ତରାୟ, ସମିତିସଭ୍ୟ ବେଣୁଧର ମଣ୍ଡଳ,ପରିଚାଳନା କମିଟି ସଭାପତି ଗୁରୁପ୍ରସାଦ ପଟ୍ଟନାୟକ,ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ସଂଜୟ କୁମାର ମଲ୍ଲିକ ଏବଂ ନିରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ
ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ପାଇଁ ପ୍ରସ୍ତୁତି ବୈଠକ
