ଦଶପଲ୍ଲା, (ନୟାଗଡ଼ ଦର୍ପଣ): ସାରା ଦେଶରେ ଅଙ୍କାକ୍ଷିତ କାର୍ଯ୍ୟକ୍ରମ ଓ ସଂକଳ୍ପ ସପ୍ତାହ ଚଳିତ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇ ୯ ତାରିଖ ଦିନ ଉଦଯାପିତ ହୋଇ ଯାଇଛି। ଅନୁରୂପ ଭାବେ ଦଶପଲ୍ଲା ବ୍ଲକ ପରିସରରେ ଅନୁଷ୍ଠିତ ଉଦଯାପିତ ସଭାରେ ମୁଖ୍ୟ୍ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଅତିରିକ୍ତ ଯୋଜନା ନିର୍ଦ୍ଧେଶକ ବିଦ୍ୟାଧର ମହାପାତ୍ର, ମୁଖ୍ୟ ଉର୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ନୟାଗଡ଼ ସ୍ଵ୍ରୁରୁପ୍ କୁମାର ବଳ, କୃଷି ବିଭାଗ ଅଧିକାରୀ ଗୌରିସଙ୍କର ମହାପାତ୍ର, ଶିଶୁ ପ୍ରକଳ୍ପ ଅଧିକାରୀ ରୀନା ସରିତା ଲରେନ୍ସ, ସ୍ୱାସ୍ଥ୍ୟ ଅଧିକାରୀ ସନ୍ଦୀପ କୁମାର ସ୍ୱାଇଁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ବର ମହାପାତ୍ର, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହ ପ୍ରତ୍ୟେକ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗର ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇ ଥିଲେ। ଏହି କାର୍ଯ୍ୟକ୍ରମକୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଷ୍ଠାନିକ ଭାବେ ଉଦଘାଟନ କରି ବା ପରେ ସାରା ଦେଶରେ କାର୍ଯ୍ୟକାରୀ ହୋଇଥିଲା।

ପ୍ରକାଶ ଥାଉକି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଗତ ହେଉଥିବା ଯୋଜନା ଗୁଡିକ ଗ୍ରାମାଞ୍ଚଳ ଗୁଡିକରେ କିପରି ଅଧିକ ରୁ ଅଧିକ ସଫଳ ହୋଇ ପାରିବ୍ ଏହାର ମୁଖ୍ୟ ଲକ୍ଷ୍ୟ ଅଟେ । ସାରା ଦେଶରେ ୫୦୦ ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶାର ୧୬ ଗୋଟି ଜିଲ୍ଲାର ୨୯ ଗୋଟି ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ସେଥି ମଧ୍ୟରୁ ନୟାଗଡ଼ ୮ ଗୋଟି ବ୍ଲକ ମଧ୍ୟରୁ ଦଶପଲ୍ଲା ବ୍ଲକ ସାମିଲ ହୋଇଛି। ଏହି କାର୍ୟ୍ଯକ୍ରମ ୬ ଦିନ ବ୍ୟାପି ବ୍ଲକର ପତ୍ୟେକ ପଞ୍ଚାୟତରେ ଅନୁଷ୍ଠିତ ହୋଇ ସୋମବାର ଦିନ ଦଶପଲ୍ଲା ବ୍ଲକ ପରିସରରେ ଉଦଯାପିତ ହୋଇଯାଇଛି। ଏହି ବ୍ଲକକୁ ଆଙ୍କାକ୍ଷା ବ୍ଲକରୁ ପ୍ରେରଣା ଦାୟି ବ୍ଲକରେ ପରିଣତ କରିବା ମୁଖ୍ୟ ଲକ୍ଷ୍ୟ ଅଟେ । ଶେଷରେ ପୂର୍ବରୁ ନିର୍ଦ୍ଧାରଣ କରାଯାଇ ଥିବା ଶ୍ରେଷ୍ଠ ଛାତ୍ରଛାତ୍ରି, ଶିକ୍ଷକ ଶିକ୍ଷୟତ୍ରୀ, ଅଗ୍ନନବାଡି କର୍ମୀ ଇତ୍ୟାଦିଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା। ଏହି ମଞ୍ଚକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜ କିଶୋର ସାହୁ ପରିଚାଲନା କରିଥିବା ବେଳେ ଅନ୍ୟାନ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ ।
