ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ “ଗୋପବନ୍ଧୁ ଜୟନ୍ତୀ” ପାଳନ ହୋଇଯାଇଛି।ବରିଷ୍ଠ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ମା’ ସାରଦାଙ୍କ ନିକଟରେ ଦ୍ୱୀପ ପ୍ରଜ୍ବଳନ କରି ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ପରିସରରେ ସ୍ଥାପିତ ଗୋପବନ୍ଧୁଙ୍କ ସମେତ ଅନ୍ୟ ଚାରୋଟି ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଓ ଗୁଛ ଅର୍ପଣ କରାଯାଇଥିଲା। ଆଚାର୍ଯ୍ୟା ସ୍ୱପ୍ନା ପଟନାୟକ ଦୁଃଖୀ ଦରିଦ୍ରଙ୍କ ଦରଦୀ ବନ୍ଧୁ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ବାଲ୍ୟଜୀବନ, ଶିକ୍ଷାର୍ଥୀ ଜୀବନ, କର୍ମମୟ ଜୀବନ, ଗୁରୁଭକ୍ତି, ସାହିତ୍ୟ ସାଧନା, ସ୍ୱାଧୀନତା ସଂଗ୍ରାମୀ ଜୀବନ ସମ୍ପର୍କରେ ଶିଶୁଭାଇଭଉଣୀ ମାନଙ୍କୁ ସାରଗର୍ଭ କ ଉଦବୋଧନ ଦେଇଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଗୋପବନ୍ଧୁଙ୍କ ଜୀବନୀ ସମ୍ପର୍କରେ ବକୃତା ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ପ୍ରଧାନାଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଗୁରୁଜୀଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
ନୟାଗଡ଼ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ‘ଗୋପବନ୍ଧୁ ଜୟନ୍ତୀ’ ପାଳିତ
