୪୦କେଜି ଗଞ୍ଜେଇ ସହ ଅଟୋ ଜବତ, ଦୁଇ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅବକାରୀ ବିଭାଗ ମୋବାଇଲ ସ୍ମାର୍ଡ଼ ୪୦ କେଜି ଗଞ୍ଜେଇ ସହ ଏକ ଅଟୋ ଜବତ କରି ୨ଚାଲାଣ କାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଚୂଡ଼ା ଗ୍ରାମର ଶ୍ୟାମସୁନ୍ଦର ରାଉତଙ୍କ ପୁଅ ସୀତାକାନ୍ତ ରାଉତ ଏବଂ ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ଥାନା ଅଞ୍ଚଳର ଯୁଗଳ କିଶୋର ମହାପାତ୍ରଙ୍କ ପୁଅ ବିଦ୍ୟାସାଗର ମହାପାତ୍ର । କନ୍ଧମାଳରୁ ଭୁବନେଶ୍ବର ଅଭିମୂଖେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ମହିପୁର ଛକ ନିକଟରେ ଜାତୀୟ ରାଜପଥ ଉପରୁ ଧରିବାରେ ସକ୍ଷମ ହୋଇଥିଲା । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ମୋବାଇଲ ସ୍ଵାର୍ଡ଼ ଅଧିକାରୀ ଭକ୍ତବତ୍ସଳ ବର୍ମା, ଏଏସଆଇ ବିଦ୍ୟାସାଗର ପ୍ରଧାନ, ନୀଳଲୋହିତ ମଲ୍ଲିକ, ମିତା ନାୟକ ସାମିଲ ଥିବା ସୂଚନା ମିଳିଛି ।

Related posts