ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମର୍ନିଙ୍ଗ କ୍ଳବ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ନୟାଗଡ଼ ଖେଳ ପଡିଆ ଠାରେ ଚଳିତ ମାସ ଗତ ୨ତାରିଖରୁ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଜି ଫାଇନାଲ ମ୍ୟାଚରେ ଯଦୁମଣି କ୍ଲବ ଇଟାମାଟି ବନାମ ଖଣ୍ଡପଡ଼ା ମଧ୍ୟରେ ଖେଳ ହୋଇଥିଲା । ଆଜିର ଖେଳ ଭାରି ରୋମାଞ୍ଚକ ହୋଇଥିଲା କାରଣ ଖେଳ ଶେଷ ସୁଧା ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେଇଥିବା ବେଳେ ପେନାଲିଟି ସଟ୍ ମରାଯାଇଥିଲା । ଏଥିରେ ମଧ୍ୟ ଉଭୟ ଦଳ ସମାନ ସ୍ଥିତିରେ ଥିଲେ । ଏହା ପରେ ପୁଣି ରେଫରୀଙ୍କ ଦ୍ୱାରା ଉଭୟ ଦଳକୁ ଗୋଟିଏ ଗୋଲର ସୁଯୋଗ ଦିଆଯାଇଥିଲା । ଏଥିରେ ଯଦୁମଣି କ୍ଲବ ଇଟାମାଟି ୧-୦ ଗୋଲରେ ବିଜୟ ଲାଭ କରିଥିଲା।

ଆଜିର ଖେଳରେ ଶ୍ରେଷ୍ଠ ଖେଳାଳୀ ଭାବେ ଇଟାମାଟିର ପ୍ରମୋଦ କୁମାର ବେହେରାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି
ଖଣ୍ଡପଡାର ଗୋଲ କିପରକୁ ଶ୍ରେଷ୍ଠ ଗୋଲ କିପର ଭାବେ ଘୋଷଣା
କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ଉପବିଜେତା ଦଳକୁ ୩ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ବିଜେତା ଦଳକୁ ୫ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

ଆଜିର ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, କ୍ରୀଡାବିତ୍ ଆଲୋକ ଦାସ, ଅମିୟ ସାହୁ, ନୟାଗଡ଼ ମର୍ନିଙ୍ଗ କ୍ଲବର ସଭାପତି ହଜରତ୍ ଅଲି ଖାଁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।
