ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାଞ୍ଚଳରେ କାର୍ଯ୍ୟରତ ଲୋକାଲ ଫଣ୍ଡ ଅଡିଟର ସବିତା ସାହୁଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି । ସେ କିଛିଦିନ ଧରି କର୍କଟ ରୋଗରେ ପିଡ଼ିତ ଥିଲେ । ସୂଚନା ଯୋଗ୍ୟ ଯେ ସ୍ୱର୍ଗତା ସାହୁ ପ୍ରଥମେ ନୟାଗଡ଼ ବ୍ଲକ ଅନ୍ତର୍ଗତ ସିନ୍ଦୁରିଆ ପ୍ରାଥମିକ ବିଦ୍ୟାଳୟରେ କିଛି ବର୍ଷ ଶିକ୍ଷକତା କରିଥିଲେ । ପରବର୍ତ୍ତି ସମୟରେ ସେ ଲୋକାଲ ଫଣ୍ଡ ଅଡିଟର ଭାବେ ନିଯୁକ୍ତି ପାଇ ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଡିଟ କାର୍ଯ୍ୟ କରୁଥିଲେ । ନୟାଗଡ଼ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ସେ ଧର୍ମପତ୍ନୀ ଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଏକମାତ୍ର ପୁତ୍ର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତା ସାହୁ ଜଣେ ସରଳ, ଅମାୟିକ ତଥା କାର୍ଯ୍ୟଦକ୍ଷ ସରକାରୀ କର୍ମଚାରୀ ହୋଇଥିବା ବେଳେ ତାଙ୍କର ଅକାଳ ମୃତ୍ୟୁରେ ଶିକ୍ଷକ ସମାଜ ତଥା ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି
ଲୋକାଲ ଫଣ୍ଡ ଅଡିଟରଙ୍କ ପରଲୋକ
