ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୨୧ ଓ ୨୨ ତାରିଖରେ ଏକ ଦୁଇ ଦିନିଆ ମେଳା ଓ ପ୍ରଶିକ୍ଷଣ ଶିବିର ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଉଭୟ ବିଭାଗ ସମେତ ଉଦ୍ୟାନ, କୃଷି, ଜଳ ବିଭାଜିକା ବିଭାଗର ୨୫ଗୋଟି ଷ୍ଟଲ ପଡ଼ିବା ପାଇଁ ନିଷ୍ପତି ହୋଇଅଛି । ଜିଲ୍ଲାର ସମସ୍ତ ବ୍ଲକରୁ ଦୈନିକ ସାତଶହ ଲେଖାଁଏ ଚାଷୀ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗରୁ ଏହି ମେଳା ଓ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ସଙ୍ଗେ ସଙ୍ଗେ ବିଭାଗୀୟ ବିଶେଷଜ୍ଞମାନଙ୍କ ତରଫରୁ ସଂପୃକ୍ତ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଚାଷୀମାନଙ୍କୁ ମେଳା ସ୍ଥଳକୁ ଆଣିବା ପାଇଁ ସଂପୃକ୍ତ ବିଭାଗ ଦ୍ୱାରା ବସର ବ୍ୟବସ୍ଥା ମଧ୍ୟ କରାଯାଉଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଶାନ୍ତ କୁମାର ମିଶ୍ର ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୂଚାରୁ କୁମାର ବଳ, ଜିଲ୍ଲା ମତ୍ସ୍ୟ ସଂପଦ ଅଧିକାରୀ ପ୍ରକାଶ କୁମାର ତ୍ରିପାଠୀ, ଡିପିସି ମିଶନଶକ୍ତି ଶ୍ରୀମତୀ ସମିଧା ପାଢ଼ୀ, ଡିପିଏମ ଓଡ଼ିଶା ଜୀବିକା ମିଶନ ସଂଜୟ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଟଙ୍କଧର ଭୋଇଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା
ନୟାଗଡ଼, (ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା PTS ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ...