ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଏବଂ ଦୌରା ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅଧ୍ୟକ୍ଷ, ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଜବାହାର ନବୋଦୟ ବିଦ୍ୟାଳୟ, ନୟାଗଡ଼ ଓ ଜାତୀୟ ସେବା ସଂସ୍ଥା ବହୁମୁଖୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, ନବଘନପୁର, ଆଇନ ସାକ୍ଷରତା ଛାତ୍ର ଛାତ୍ରୀମାନେ ନୟାଗଡ ଜିଲ୍ଲା କୋର୍ଟକୁ ଶିକ୍ଷଣୀୟ ପରିଦର୍ଶନରେ ଆସିଥିଲେ । ପ୍ରଥମେ ଛାତ୍ର ଛାତ୍ରୀମାନେ ଜିଲ୍ଲା ଏବଂ ଦୌରା ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅଧ୍ୟକ୍ଷ, ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କୁ, ରେଜିଷ୍ଟ୍ରାର ଡ଼ଃ ନିଶାକର ସାହୁ , ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟ ସ୍ମୃତି ସ୍ନିଗଧା ଦାସ ଏବଂ ଜିଲ୍ଲା ଅଇନି ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁଙ୍କ ଉପସ୍ଥିତିରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଛାତ୍ର ଛାତ୍ରୀମାନେ ଜିଲ୍ଲା ଅଇନ ସେବା ପ୍ରାଧିକରଣର ବିଭିନ୍ନ କାର୍ଯ୍ୟାବଳି ଅନୁଧ୍ୟାନ କରିଥିଲେ । ସଚିବ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣର ମୌଳିକ ଆବଶ୍ୟକତା ଓ ଲକ୍ଷ୍ୟ ବୁଝାଇବା ସହିତ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଅଧ୍ୟକ୍ଷ ଜନାବ ଏସ. ଟି. ରହମାନ , ପ୍ରଧାନ ଶିକ୍ଷକ ଶ୍ରୀ ଯୋଗେନ୍ଦ୍ର ନାୟକ, ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସାହୁ ଏବଂ ପ୍ରାଧିକରଣ ସଦସ୍ୟ ଏମ.ଡି.ଉମର ମାଲିକ ଉପସ୍ଥିତ ଥିଲେ।
Related posts
-
ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।... -
ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ... -
ପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ...