ସମ୍ବର୍ଦ୍ଧନା ପରିବାରର ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋଡିପଡା ଶିକ୍ଷାନୁଷ୍ଠାନ ଚାଣକ୍ୟ ପରିସରରେ ଶରଣକୁଳ ସମ୍ବର୍ଦ୍ଧନା ପରିବାରର ବାର୍ଷିକ ଉତ୍ସବ ସାରସ୍ବତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ବର୍ଦ୍ଧନା ପରିବାରର ପ୍ରତିଷ୍ଠାତା ସଦସ୍ୟ ଦୀନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଓ ଶୁସାନ୍ତ କୁମାର ପାତ୍ରଙ୍କ ତତ୍ୱବାଧାନରେ ପାଞ୍ଚ ବର୍ଷ ଧରି ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାୟୀ ସଭାପତି ନିରାକାର ସ୍ୱାଇଁଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ଓଡ଼ିଆ ବିଭାଗ ପ୍ରଫେସର ଡ଼ଃ ବେଣୁଧର ଦାସ ମୁଖ୍ୟ ଅତିଥି, ପ୍ରାକ୍ତନ ମନସତ୍ତ୍ୱ ବିଭାଗ ପ୍ରଫେସର ପ୍ରତିଭା ମହାରଥୀ ମୁଖ୍ୟବକ୍ତା, ଡ଼ଃ ଗୀତଶ୍ରୀ ପ୍ରିୟମ୍ବଦା ଅଧ୍ୟାପିକା ଖଡ଼ିଆଳ ମହାବିଦ୍ୟାଳୟ ଓ ଅଧ୍ୟାପିକା ମହାଶ୍ୱେତା ସାହୁ ସୁଶୀଳା ଦେବୀ ବାଳିକା ମହାବିଦ୍ୟାଳୟ ସମ୍ମାନିତ ଅତିଥିଭାବରେ ଯୋଗଦେଇ ଭାଷା ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ…

Read More

ପୃଷ୍ଠପୋଷକତା ରାଶି ଗ୍ରହଣ କରୁଥିବା ଶିଶୁମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ପୋଷ୍ୟ ସନ୍ତାନ ସଚେତନତା ମାସ ଅବସରରେ ଆଜି ଜିଲ୍ଲାପାଳଙ୍କ ସମୀକ୍ଷା କକ୍ଷରେ ପୃଷ୍ଠପୋଷକତା ଗ୍ରହଣ କରିଥିବା ଶିଶୁ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲିପ୍ କୁମାର ବଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ ବାତ୍ସଲ୍ୟ ଯୋଜନା ଅନୁଯାୟୀ ବର୍ତମାନ ସୁଦ୍ଧା ୨୨ଜଣ ଶିଶୁଙ୍କୁ ମାସିକ ୪୦୦୦/- ଟଙ୍କା ପୃଷ୍ଠପୋଷକତା ରାଶି ଗ୍ରହଣ କରୁଛନ୍ତି। ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଚଳଣୀରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ଶିକ୍ଷାର ଅଗ୍ରଗତି ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା । ଉକ୍ତ ସଭାରେ ଶିଶୁମାନଙ୍କ ଅଭିଭାବକମାନେ ଏବଂ ସହାୟତା ରାଶି ପାଉଥିବା ଶିଶୁମାନେ ଏହିଭଳି ସର୍ବମୋଟ ୬୦ଜଣ ଅଂଶଗ୍ରହଣ କରିଥିଲେ ଏବଂ ସେମାନେ ନିଜ ନିଜର ମତ ପ୍ରକାଶ କରି…

Read More

ଗୋଡ଼ ଭାଙ୍ଗି ଅସହାୟ ଅବସ୍ଥାରେ ଶିକ୍ଷକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଜଣା ଶୁଣା କବି, ଲେଖକ, ମଞ୍ଚଉପସ୍ଥାପକ ତଥା ଆକାଶବାଣୀର କଳାକାର ବିଭୂତି ଭୂଷଣ ମିଶ୍ର ସାଇ ସାହାରା ରେସିଡେନସିଆଲ୍ ସ୍କୁଲ୍ ଓ କୋଚିଙ୍ଗ ସେଣ୍ଟରରେ ପାଠ ପଢ଼ାଇ ପରିବାର ଭରଣ ପୋଷଣ କରୁଥିଲେ। ଗତ ଦୁଇ ଦିନ ତଳେ ଉକ୍ତ କୋଚିଙ୍ଗ ସେଣ୍ଟରକୁ ପାଠ ପଢାଇବା ପାଇଁ ଲିଫ୍ଟ ମାଧ୍ୟମରେ ପଞ୍ଚମ ମହଲାକୁ ଯାଉଥିବା ବେଳେ ହଠାତ ଲିଫ୍ଟ ତାର ୫ମ ମହଲାରୁ ଛିଡ଼ି ପଡ଼ିବାରୁ ଲିଫ୍ଟ ଭିତରେ ଚାପି ହୋଇ ତାଙ୍କ ଡାହାଣ ଗୋଡ଼ ଦୁଇ ଖଣ୍ଡ ହୋଇ ବାହାରକୁ ବାହାରିପଡିଲା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଇ ଦିଆଗଲା। ବର୍ତ୍ତମାନ ସେ କିମ୍ସ ପରି ବ୍ୟୟ ବହୁଳ ଚିକିତ୍ସାଳୟରେ ଚିକିତ୍ସ୍ୱିତ ହେଉଛନ୍ତି। ତାଙ୍କ ପରିବାର ସୂତ୍ରରୁ ପ୍ରକାଶ…

Read More

ଜେମାଦେଇପୁର ଗ୍ରାମର ୪୫ତମ ଗ୍ରାମ୍ୟ ଜୟନ୍ତୀ ଉତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ କ୍ରିଦାଶପୁର ପଞ୍ଚାୟତ ଜେମାଦେଇପୁର ଗ୍ରାମର ୪୫ତମ ଗ୍ରାମ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନୀତି ଅତିଥିଭାବେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ମୁଖ୍ୟବକ୍ତା ଭାବେ ଶାନ୍ତନୁ କୁମାର ରଥ ଯୋଗ ଦେଇଥିଲେ । ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର କଅଁର, କ୍ରିଦାଶପୁର ସରପଞ୍ଚ ସଞ୍ଜୁବାଳା ବିଶ୍ବାଳ, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ଜେମାଦେଇପୁର ଗ୍ରାମର ବରିଷ୍ଠ ନାଗରିକ ମୁରଲୀଧର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ଗ୍ରାମ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇଥିଲେ । ଗ୍ରାମ୍ୟ ଜୟନ୍ତୀ ଉତ୍ସବ ଦ୍ଵାରା ଭାଇଚାରା ସୃଷ୍ଟି ହେଉଛି ବୋଲି ମତ ରଖିଥିଲେ…

Read More

ଦୁର୍ନୀତିର ଗନ୍ତାଘର ପାଲଟିଛି ଜିଲ୍ଲା ବ୍ୟାପି ସବରେଜିଷ୍ଟର କାର୍ଯ୍ୟାଳୟ

ଜମି ଦର ପ୍ରତି ଲକ୍ଷେ ମୂଲ୍ୟରେ ଆଦାୟ ହେଉଛି ଲାଞ୍ଚ ୩୫୦ଟଙ୍କା ଅଭିଯୋଗ ଆଣିଲା କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ବ୍ୟାପି ଦୁର୍ନୀତିର ଗନ୍ତାଘର ପାଲଟିଛି ଜମିବାଡ଼ି କବଲା ରେଜେଷ୍ଟ୍ରି ହେଉଥିବା ସବରେଜିଷ୍ଟର କାର୍ଯ୍ୟାଳୟ। ଦିନଦ୍ବିପହରେ 5T ଆଖିରେ ଆଙ୍ଗୁଠି ଗେଂଜି ଜିଲ୍ଲାର ରାଜସ୍ବ ଅଧିକାରୀମାନେ ପ୍ରତ୍ୟେକ ଦିନ ଲୁଟି ଚାଲିଛନ୍ତି ଲକ୍ଷାଧିକ ଟଙ୍କା। ଆଶ୍ଚର୍ଯ୍ୟ ହେଲେବି ସତ୍ୟ, ପ୍ରତି ଏକ ଲକ୍ଷ ଟଙ୍କା ଜମି ଦର ପାଇଁ ନୟାଗଡ ସମେତ ଜିଲ୍ଲାର ସମସ୍ତ ସବରେଜିଷ୍ଟର କାର୍ଯ୍ୟାଳୟରେ ଖୁଲମଖୁଲା ଆଦାୟ ହେଉଛି ଲାଞ୍ଚ ୩୫୦ଟଙ୍କା, ଟ୍ରଷ୍ଟ ଡିଡ଼ ଏବଂ ବିବାହ ପଞ୍ଜିକରଣ ପାଇଁ ୬୦୦ଟଙ୍କା, ସତେ କି ଏହା ଅଘୋଷିତ ଯୁଜର୍ସ ଫି। ତେବେ ଜିଲ୍ଲାରେ ପ୍ରତ୍ୟହ କୋଟିକୋଟି ଟଙ୍କା ମୂଲ୍ୟାଙ୍କନର ଜମିବାଡ଼ି କବଲା ରେଜିଷ୍ଟ୍ରେସନ ହେଉଥିବା ବେଳେ ଲକ୍ଷେ ଟଙ୍କାରେ ଯଦି ଉପୁରି…

Read More

ଆଦିବାସୀ ଆନ୍ଦୋଳନର ବିଜୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଦିବାସୀ ଅଧିକାର ମଞ୍ଚର ଆହ୍ଵାନରେ କାଜୁ ପଦର ଉପରେ ପାରମ୍ପରିକ ଓ ନୀତିଗତ ଅଧିକାର ପାଇଁ ଚାଲିଥିବା ନୀତିଗତ ଆନ୍ଦୋଳନ ସଫଳତାର ସୋପାନ ଅତିକ୍ରମ କରିଛି। ଆଜି ଓଡଗାଁ ବ୍ଳକର ଆଦିବାସୀ ଅଧ୍ୟୁଷିତ ବାଣ୍ଠପୁର ଓ ରୋହିବାଙ୍କ ପଞ୍ଚାୟତର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ନୟାଗଡ଼ କଲେଜ ଠାରୁ ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ପଟୁଆରରେ ଆସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷକ ନେତା ପବିତ୍ର ଇନ୍ଦ୍ରଜିତ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପଦର ଜମିରେ ହୋଇଥିବା ୧୧୦ହେକ୍ଟର କାଜୁ ଫଳନ୍ତି ଫସଲକୁ ବନ ଉନ୍ନୟନ ନିଗମ ମାତ୍ର ୧୦ହଜାର ଟଙ୍କାରେ ତିନିବର୍ଷ ପାଇଁ ବାହାର ଜିଲ୍ଲାର ମାଫିଆ ବେପାରୀଙ୍କୁ ନିଲାମ ଦେବା ଏବଂ ଗ୍ରାମବାସୀଙ୍କ…

Read More

ଉଦଯାପିତ ହେଲା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ଉଦଯାପିତ ହେଲା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା। ନୟାଗଡ଼ ଷ୍ଟାଡିୟମ ପଡ଼ିଆରେ ଚଳିତ ମାସ ଗତ ୧୩ତାରିଖରୁ ଆରମ୍ଭ ହୋଇଥିବା ଏହି କୃଷି ଯନ୍ତ୍ରପାତି ମେଳା ଆଜି ଧୂମଧାମରେ ଉଦଯାପିତ ହୋଇଯାଇଛି। ଆଜିର ଏହି ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ, କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଅନିଲ କୁମାର ସ୍ୱାଇଁ, ରଣପୁର ଆତ୍ମା ଅଧ୍ୟକ୍ଷା ନର୍ମଦା ରାୟ, କୃଷି ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ଶେଖର ଦାସ, ଜିଲ୍ଲା ମତ୍ସ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ମେଳାକୁ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସୁଥିବା କୃଷକମାନେ…

Read More

ସରକାରୀ ଉଚ୍ଚ ବିଦ୍ୟାଳୟ ଲାଠିପଡାଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଲାଠିପଡାଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସରସ୍ବତୀ ପଗଡ଼ ଉଦ୍‌ଘାଟିତ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ସମିତିସଭ୍ୟା ସନ୍ଧ୍ୟାରାଣୀ ବେହେରା ଏବଂ ସିଆରସିସି ସୁଦର୍ଶନ ବରାଡ଼ ସମ୍ମାନୀତ ଯୋଗ ଦେଇଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥି ଅଧ୍ୟକ୍ଷତା କରିଥିଲେ । ଉକ୍ତ ବିଜ୍ଞାନମେଳାରେ ବରିଷ୍ଠ ଓ କନିଷ୍ଠ ବର୍ଗର ୫୬ଟି ପ୍ରକଳ୍ପଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା। ବରିଷ୍ଠ ବିଜ୍ଞାନଶିକ୍ଷୟତ୍ରୀ ସସ୍ମିତା ମୁଖାର୍ଜୀ ଏବଂ ସ୍ବାତୀ ସରିନ୍‌ ଦାସ ଉକ୍ତ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ବିଜ୍ଞାନ ମେଳାକୁ ଶିକ୍ଷକ ଓ ଅଖିଳ କୁମାର ସାହୁ, ସୁରେଶ ଚନ୍ଦ୍ର ସେଠି, ଶ୍ରୀକୃଷ୍ଣ ସେଠି, ପ୍ରଦୀପ କୁମାରତ୍ରିପାଠୀ, ଜ୍ୟୋତ୍ସ୍ନାରାଣୀ ସାହୁ,…

Read More

ନୟାଗଡ଼ରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ

କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ଉପରେ ଆଲୋଚନା ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗଣମାଧ୍ୟମ ପାଇଁ ରହିଥିବା ସୁବିଧା ଏବଂ ଗଣମାଧ୍ୟମର ଇତିହାସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସାମ୍ବାଦିକ ହୁସେନ୍ ଖାନ, ଶୁଭେନ୍ଦୁ କୁମାର ଦାଶ, ରଜତ କୁମାର ପଟ୍ଟନାୟକ,…

Read More

ଶିଶୁ ଦିବସ ଅବସରରେ ଆଇନ ସେବା ପ୍ରାଧିକରଣଦ୍ଵାରା ମହର୍ଷି ବିଦ୍ୟା ମନ୍ଦିରରେ ସାଇବର ଅପରାଧ ଜନିତ ସଚେତନତା କାର୍ଯକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ସ୍ଥାନୀୟ ମହର୍ଷି ବିଦ୍ୟା ମନ୍ଦିରରେ ସାଇବର ଅପରାଧ ଜନିତ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶକ୍ରମେ, ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ। ଅନ୍ନପୂନ୍ନା ଲକ୍ଷ୍ମୀ ଅତିଥି ପରିଚୟ ଏବଂ ସ୍ଵାଗତ ସମ୍ଭାଷଣ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସାଇବର ଅପରାଧ ଉପରେ ସଚେତନ କରାଇବା ସହିତ, ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରତ୍ୟକ ଶିଶୁ ଯେଭଳି ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟସେବା…

Read More