ଜେମାଦେଇପୁର ଗ୍ରାମର ୪୫ତମ ଗ୍ରାମ୍ୟ ଜୟନ୍ତୀ ଉତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ କ୍ରିଦାଶପୁର ପଞ୍ଚାୟତ ଜେମାଦେଇପୁର ଗ୍ରାମର ୪୫ତମ ଗ୍ରାମ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନୀତି ଅତିଥିଭାବେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ମୁଖ୍ୟବକ୍ତା ଭାବେ ଶାନ୍ତନୁ କୁମାର ରଥ ଯୋଗ ଦେଇଥିଲେ । ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା
ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର କଅଁର, କ୍ରିଦାଶପୁର ସରପଞ୍ଚ ସଞ୍ଜୁବାଳା ବିଶ୍ବାଳ, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ଜେମାଦେଇପୁର ଗ୍ରାମର ବରିଷ୍ଠ ନାଗରିକ ମୁରଲୀଧର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ ଗ୍ରାମ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇଥିଲେ । ଗ୍ରାମ୍ୟ ଜୟନ୍ତୀ ଉତ୍ସବ ଦ୍ଵାରା ଭାଇଚାରା ସୃଷ୍ଟି ହେଉଛି ବୋଲି ମତ ରଖିଥିଲେ ବ୍ଲକ ଅଧ୍ୟକ୍ଷା।ଜେମାଦେଇପୁର ଗ୍ରାମରେ ସାମୁହିକ ଭାବେ ଗ୍ରାମ୍ୟ ଜୟନ୍ତୀ ପାଳନ ସ୍ବାଗତଯୋଗ୍ୟ ବୋଲି ବିଧାୟକ ଡ଼ଃ. ସାହୁ କହିଥିଲେ। ଗାଁ ଲୋକ ସହରମୁହାଁ ହେବା ସହ ସହରୀ ଜୀବନଯାପନ କରିବାକୁ ଉତ୍କଣ୍ଠା ବଢୁଛି । ଗାଁରେ ଥିବା ଭାଇଚାରା ସହରରେ ଦେଖିବାକୁ ମିଳୁନି। ଗାଁ ଭଳି ସମ୍ପର୍କ ସହରରେ ମଜବୁତ୍ ହୋଇପାରେ ନାହିଁ ବୋଲି ବିଧାୟକ କହିଥିଲେ। ଏହି ଅବସରରେ ଗ୍ରାମର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Related posts