ଦୁର୍ନୀତିର ଗନ୍ତାଘର ପାଲଟିଛି ଜିଲ୍ଲା ବ୍ୟାପି ସବରେଜିଷ୍ଟର କାର୍ଯ୍ୟାଳୟ

ଜମି ଦର ପ୍ରତି ଲକ୍ଷେ ମୂଲ୍ୟରେ ଆଦାୟ ହେଉଛି ଲାଞ୍ଚ ୩୫୦ଟଙ୍କା ଅଭିଯୋଗ ଆଣିଲା କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ବ୍ୟାପି ଦୁର୍ନୀତିର ଗନ୍ତାଘର ପାଲଟିଛି ଜମିବାଡ଼ି କବଲା ରେଜେଷ୍ଟ୍ରି ହେଉଥିବା ସବରେଜିଷ୍ଟର କାର୍ଯ୍ୟାଳୟ। ଦିନଦ୍ବିପହରେ 5T ଆଖିରେ ଆଙ୍ଗୁଠି ଗେଂଜି ଜିଲ୍ଲାର ରାଜସ୍ବ ଅଧିକାରୀମାନେ ପ୍ରତ୍ୟେକ ଦିନ ଲୁଟି ଚାଲିଛନ୍ତି ଲକ୍ଷାଧିକ ଟଙ୍କା। ଆଶ୍ଚର୍ଯ୍ୟ ହେଲେବି ସତ୍ୟ, ପ୍ରତି ଏକ ଲକ୍ଷ ଟଙ୍କା ଜମି ଦର ପାଇଁ ନୟାଗଡ ସମେତ ଜିଲ୍ଲାର ସମସ୍ତ ସବରେଜିଷ୍ଟର କାର୍ଯ୍ୟାଳୟରେ ଖୁଲମଖୁଲା ଆଦାୟ ହେଉଛି ଲାଞ୍ଚ ୩୫୦ଟଙ୍କା, ଟ୍ରଷ୍ଟ ଡିଡ଼ ଏବଂ ବିବାହ ପଞ୍ଜିକରଣ ପାଇଁ ୬୦୦ଟଙ୍କା, ସତେ କି ଏହା ଅଘୋଷିତ ଯୁଜର୍ସ ଫି। ତେବେ ଜିଲ୍ଲାରେ ପ୍ରତ୍ୟହ କୋଟିକୋଟି ଟଙ୍କା ମୂଲ୍ୟାଙ୍କନର ଜମିବାଡ଼ି କବଲା ରେଜିଷ୍ଟ୍ରେସନ ହେଉଥିବା ବେଳେ ଲକ୍ଷେ ଟଙ୍କାରେ ଯଦି ଉପୁରି ଆଦାୟ ହେଉଛି ୩୫୦ଟଙ୍କା ତେବେ ପ୍ରତିଦିନ ଆଦାୟ ହେଉଥିବା ଏତେ ଟଙ୍କା ଖାଉଛି କିଏ ବୋଲି 5T ଅଧ୍ୟକ୍ଷ୍ୟ ଭି କେ ପାଣ୍ଡିଆନଙ୍କୁ ପ୍ରଶ୍ନ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ।

ଜିଲ୍ଲା ବ୍ୟାପି ଦୁର୍ନୀତିର ଗନ୍ତାଘର ପାଲଟିଛି ଜିଲ୍ଲାର ସମସ୍ତ ସବ-ରେଜିଷ୍ଟ୍ରର କାର୍ଯ୍ୟାଳୟ। ନବୀନ ପଟ୍ଟନାୟକ ସ୍ଵଛ ଶାସନରେ ବିନା ପଇସାରେ ଲୋକଙ୍କ ଜାମୁବାଡି କବଲା ରେଜିଷ୍ଟ୍ରେସନ କାମ ହେଉନଥିବା ବେଳେ କବଲା ଓ ଅନ୍ୟାନ୍ୟ ରେଜିଷ୍ଟ୍ରେସନ ପାଇଁ ଲୋକଙ୍କୁ ଜବରଦସ୍ତି ପଇସା ଆଦାୟ କରୁଛନ୍ତି ସବରେଜିଷ୍ଟର ଅଫିସର ଜୈନିକ କର୍ମଚାରୀ। କବଲା ଓ ପଟ୍ଟା ରେଜିଷ୍ଟ୍ରେସନ ପାଇଁ ୫୦୦ ରୁ ୧୦୦୦ଟଙ୍କା ଉପୁରି ରଖାଯାଉଥିବା ବେଳେ ମ୍ୟାରେଜ ଓ ଟ୍ରଷ୍ଟ ରେଜିଷ୍ଟ୍ରେସନ ପାଇଁ ୬୦୦ଟଙ୍କା ଲେଖାଏଁ ଉପୁରି ଟଙ୍କା ଆଦାୟ କରାଯାଉଛି। ଯାହାକୁ ନେଇ ନୂଆଗାଁ ସବରେଜିଷ୍ଟର କାର୍ଯ୍ୟାଳୟରେ ଦିର୍ଘ ଦିନଧରି ଲୋକେ ଏହି ଶୋଷଣର ଶିକାର ହେଉଥିବା ବେଳେ ଏହି ବେଆଇନ ଟଙ୍କା ଆଦାୟକୁ ନେଇ ନୂଆଗାଁ ସବରେଜିଷ୍ଟ୍ରର କାର୍ଯ୍ୟାଳୟରେ ସମ୍ପୃକ୍ତ କର୍ମଚାରୀଙ୍କ ସହ କ୍ରେତାଙ୍କ ବଚଶା ହୋଇଥିବା ଦେଖିବାକୁ ମିଳିଛି। ବେନିୟମ ଭାବେ ଲୋକଙ୍କ ଠାରୁ ୟୁଜର୍ସ ଫି ଠାରୁ ଅଧିକା ଟଙ୍କା ଆଦାୟ କରାଯାଉଥିବା ବେଳେ ବିଭିନ୍ନ ବାହାନା ଦେଖାଇ ଜମି କ୍ରେତା ମାନଙ୍କ ଠାରୁ ଅଯଥା ଟଙ୍କା ଲୁଟ କରାଯାଉଥିବା ରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।

Related posts