ପୃଷ୍ଠପୋଷକତା ରାଶି ଗ୍ରହଣ କରୁଥିବା ଶିଶୁମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ପୋଷ୍ୟ ସନ୍ତାନ ସଚେତନତା ମାସ ଅବସରରେ ଆଜି ଜିଲ୍ଲାପାଳଙ୍କ ସମୀକ୍ଷା କକ୍ଷରେ ପୃଷ୍ଠପୋଷକତା ଗ୍ରହଣ କରିଥିବା ଶିଶୁ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲିପ୍ କୁମାର ବଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ ବାତ୍ସଲ୍ୟ ଯୋଜନା ଅନୁଯାୟୀ ବର୍ତମାନ ସୁଦ୍ଧା ୨୨ଜଣ ଶିଶୁଙ୍କୁ ମାସିକ ୪୦୦୦/- ଟଙ୍କା ପୃଷ୍ଠପୋଷକତା ରାଶି ଗ୍ରହଣ କରୁଛନ୍ତି। ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଚଳଣୀରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ଶିକ୍ଷାର ଅଗ୍ରଗତି ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା । ଉକ୍ତ ସଭାରେ ଶିଶୁମାନଙ୍କ ଅଭିଭାବକମାନେ ଏବଂ ସହାୟତା ରାଶି ପାଉଥିବା ଶିଶୁମାନେ ଏହିଭଳି ସର୍ବମୋଟ ୬୦ଜଣ ଅଂଶଗ୍ରହଣ କରିଥିଲେ ଏବଂ ସେମାନେ ନିଜ ନିଜର ମତ ପ୍ରକାଶ କରି ସରକାରଙ୍କର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ ବୈଠକରେ ସତ୍ୟରଞ୍ଜନ ଦାଶ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ସମାଜସେବୀ ନିସ୍ଵାର୍ଥର ସମ୍ପାଦକ ଅରୁଣ କୁମାର ମହାନ୍ତି ଏବଂ ଶିଶୁ ମଙ୍ଗଳ ସମିତିର ସଦସ୍ୟା ସନ୍ଧ୍ୟାରାଣୀ ପଟ୍ଟନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶିଶୁମାନେ କିଭଳି ଧନ୍ଦାମୂଳକ ଶିକ୍ଷାପ୍ରତି ଆଗ୍ରହ ପ୍ରକାଶ କରିବା ପାଇଁ
ମତ ପ୍ରକାଶ କରିଥିଲେ । ଯେଭଳି କୌଣସି ଶିଶୁ ଉଚ୍ଚ ଶିକ୍ଷାରୁ ବଂଚିତ ହେବେ ନାହିଁ ସେ ସମ୍ବନ୍ଧରେ ଶିଶୁ ସୁରକ୍ଷା ଅଧିକାରୀ ଯବାନ ହେବାପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମସ୍ତ କର୍ମକର୍ତା ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା ପାଇଁ ସହଯୋଗ କରିଥିଲେ । ପରିଶେଷରେ ଅଣ ଅନୁଷ୍ଠାନିକ ଯନ୍ତ୍ର ଅଧିକାରୀ ଶୈଳବାଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts