ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋଡିପଡା ଶିକ୍ଷାନୁଷ୍ଠାନ ଚାଣକ୍ୟ ପରିସରରେ ଶରଣକୁଳ ସମ୍ବର୍ଦ୍ଧନା ପରିବାରର ବାର୍ଷିକ ଉତ୍ସବ ସାରସ୍ବତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ବର୍ଦ୍ଧନା ପରିବାରର ପ୍ରତିଷ୍ଠାତା ସଦସ୍ୟ ଦୀନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଓ ଶୁସାନ୍ତ କୁମାର ପାତ୍ରଙ୍କ ତତ୍ୱବାଧାନରେ ପାଞ୍ଚ ବର୍ଷ ଧରି ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାୟୀ ସଭାପତି ନିରାକାର ସ୍ୱାଇଁଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ଓଡ଼ିଆ ବିଭାଗ ପ୍ରଫେସର ଡ଼ଃ ବେଣୁଧର ଦାସ ମୁଖ୍ୟ ଅତିଥି, ପ୍ରାକ୍ତନ ମନସତ୍ତ୍ୱ ବିଭାଗ ପ୍ରଫେସର ପ୍ରତିଭା ମହାରଥୀ ମୁଖ୍ୟବକ୍ତା, ଡ଼ଃ ଗୀତଶ୍ରୀ ପ୍ରିୟମ୍ବଦା ଅଧ୍ୟାପିକା ଖଡ଼ିଆଳ ମହାବିଦ୍ୟାଳୟ ଓ ଅଧ୍ୟାପିକା ମହାଶ୍ୱେତା ସାହୁ ସୁଶୀଳା ଦେବୀ ବାଳିକା ମହାବିଦ୍ୟାଳୟ ସମ୍ମାନିତ ଅତିଥିଭାବରେ ଯୋଗଦେଇ ଭାଷା ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଧୂପ ଦେଇ ସଭାକୁ ଉଦ୍ଘାଟନ କରିଥିଲେ। କବି ଦୀନବନ୍ଧୁ ମହାପାତ୍ର ଅତିଥି ପରିଚୟ ଦେବା ସହିତ ସମ୍ପାଦିକା ହରପ୍ରିୟା ଦ୍ବିବେଦୀ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉତ୍ତମ କାର୍ଯ୍ୟ ପାଇଁ ସାରସ୍ୱତ ସଂମାନ, ବିବିଧ ସଂମାନ, ସାହିତ୍ୟ ସଂମାନ, ପ୍ରତିଭା ସଂମାନ, ଗୌରବ ସଂମାନ ଇତ୍ୟାଦି ଶ୍ରେଷ୍ଠ ବ୍ୟକ୍ତି ବିଶେଷଙ୍କୁ ଉତରୀୟ, ମାନପତ୍ର ଦେଇ ସଂମାନିତ କରାଯାଇଥିବା ବେଳେ ଶ୍ରେଷ୍ଠ ସାମ୍ବାଦିକତା ପାଇଁ ରାମକୃଷ୍ଣ ରଥ, ସାରସ କୁମାର ମିଶ୍ର, ଯଯାତି କେଶରୀ ମହାପାତ୍ର, ଜିତେନ୍ଦ୍ର କୁମାର ସାହୁ ଓ ମଙ୍ଗରାଜ ବେହେରାଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ସ୍ବର୍ଗତ ବ୍ୟକ୍ତିବିଶେଷଙ୍କ ସ୍ମୃତି ଉଦ୍ଧେଶ୍ୟରେ ଚାରି ଜଣଙ୍କୁ ସ୍ମୃତି ସଂମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ଜଣ କବି ଓ କବୟତ୍ରୀ ନିଜସ୍ୱ କବିତା ପାଠ କରିଥିଲେ। କବିତା ପାଠକରିଥିବା ପ୍ରତିଭୂମାନକୁ ପ୍ରସଂଶା ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ବର୍ଦ୍ଧନା ପରିବାରର କୋଷଧ୍ୟକ୍ଷ ପରମାନଦ ସ୍ୱାଇଁ ଓ ସଂସ୍କୃତି ସମ୍ପାଦକ ରାଜେଶ କୁମାର ଷଡଙ୍ଗୀ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ସାହୁ, ବିଭୁପ୍ରସାଦ ସାହୁ ପ୍ରଭୁତି ସହଯୋଗ କରିଥିଲେ। ଚାଣକ୍ୟ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ବେଛାସେବୀ ଭାବରେ ସମସ୍ତ କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ କରିଥିଲେ । ପରିଶେଷରେ ରାଜେଶ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।