ସରକାରୀ ଉଚ୍ଚ ବିଦ୍ୟାଳୟ ଲାଠିପଡାଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଲାଠିପଡାଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସରସ୍ବତୀ ପଗଡ଼ ଉଦ୍‌ଘାଟିତ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ସମିତିସଭ୍ୟା ସନ୍ଧ୍ୟାରାଣୀ ବେହେରା ଏବଂ ସିଆରସିସି ସୁଦର୍ଶନ ବରାଡ଼ ସମ୍ମାନୀତ ଯୋଗ ଦେଇଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥି ଅଧ୍ୟକ୍ଷତା କରିଥିଲେ ।

ଉକ୍ତ ବିଜ୍ଞାନମେଳାରେ ବରିଷ୍ଠ ଓ କନିଷ୍ଠ ବର୍ଗର ୫୬ଟି ପ୍ରକଳ୍ପ
ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା। ବରିଷ୍ଠ ବିଜ୍ଞାନ
ଶିକ୍ଷୟତ୍ରୀ ସସ୍ମିତା ମୁଖାର୍ଜୀ ଏବଂ ସ୍ବାତୀ ସରିନ୍‌ ଦାସ ଉକ୍ତ ପ୍ରକଳ୍ପ
ଗୁଡ଼ିକର ମୂଲ୍ୟାୟନ କରିଥିଲେ। ବିଜ୍ଞାନ ମେଳାକୁ ଶିକ୍ଷକ ଓ ଅଖିଳ କୁମାର ସାହୁ, ସୁରେଶ ଚନ୍ଦ୍ର ସେଠି, ଶ୍ରୀକୃଷ୍ଣ ସେଠି, ପ୍ରଦୀପ କୁମାର
ତ୍ରିପାଠୀ, ଜ୍ୟୋତ୍ସ୍ନାରାଣୀ ସାହୁ, ଜ୍ୟୋତ୍ସ୍ନାମୟୀ ନାୟକ, ସଂଘମିତ୍ରା ସ୍ବାଇଁ, ସନ୍ଧ୍ୟାରାଣୀ ମିଶ୍ର, ଇତିଶ୍ରୀ ସାହୁ, ସବିତା ଦେଇ, ସ୍ଥିତିପ୍ରଜ୍ଞା ପଟ୍ଟନାୟକ, ରୋଜାଲିନ୍ ବେହେରା ଓ ସୁଜୟ ଚନ୍ଦ୍ର ସାହୁ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

Related posts