ଶିଶୁ ଦିବସ ଅବସରରେ ଆଇନ ସେବା ପ୍ରାଧିକରଣଦ୍ଵାରା ମହର୍ଷି ବିଦ୍ୟା ମନ୍ଦିରରେ ସାଇବର ଅପରାଧ ଜନିତ ସଚେତନତା କାର୍ଯକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ସ୍ଥାନୀୟ ମହର୍ଷି ବିଦ୍ୟା ମନ୍ଦିରରେ ସାଇବର ଅପରାଧ ଜନିତ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶକ୍ରମେ, ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ। ଅନ୍ନପୂନ୍ନା ଲକ୍ଷ୍ମୀ ଅତିଥି ପରିଚୟ ଏବଂ ସ୍ଵାଗତ ସମ୍ଭାଷଣ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସାଇବର ଅପରାଧ ଉପରେ ସଚେତନ କରାଇବା ସହିତ, ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରତ୍ୟକ ଶିଶୁ ଯେଭଳି ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟସେବା ଓ ପରିମଳପରି ମୌଳିକ ସୁବିଧାରୁ ବଞ୍ଚିତ ନହେବେ, ସେଥିପାଇଁ ସଚିବ ଅନୁଷ୍ଠାନକୁ ପରାମର୍ଶ ଦେଇଥିଲେ । ଅଧିବକ୍ତା ଶ୍ରୀ ସୁନୀଲ କୁମାର ମୋହାପାତ୍ର, ଆଇନ ସେବା ପ୍ରାଧିକରଣର କାର୍ଯ ବଳି ଦର୍ଶାଇବା ସହିତ ଶିଶୁ ଚାଲାଣ, ଶିଶୁ ନିର୍ଯାତନ ଓ ଶିଶୁ ଶ୍ରମପରି ସାମାଜିକ କୁପ୍ରଥାରୁ ସୁରକ୍ଷା ପାଇବା ଉପରେ ଆଲୋକପାତ କରିଥିଲେ । ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ, ଶାନ୍ତି ଏବଂ ମାନବିକତାର ଆବଶ୍ୟକତା ଦର୍ଶାଇଥିଲେ । ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ, ସଚେତନତାକୁ ଅନୁଭବ କରିବା ସହିତ ବ୍ୟାପକ ସଚେତନତା ପାଇଁ ସଚିବଙ୍କୁ ଅନୁରୋଧ କରିଥିଲେ । ପ୍ରାଧିକରଣର କର୍ମଚାରୀ ଶ୍ରୀ ପବନ କୁମାର ବେହେରା ଏବଂ ଶ୍ରୀ ରାଜେଶ କୁମାର ବାରିକ କାର୍ଯକ୍ରମକୁ ସଂଯୋଜନା କରିଥିଲେ । ଯୋଗ ଶିକ୍ଷକ ଶ୍ରୀ ଶରତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Related posts