ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଦଶପଲ୍ଲା ପୁଲିସ । ୨୪କେଜି ୫୦୦ ଗ୍ରାମ ଗଞ୍ଜେଇ ସହ ଚାଲାଣ ହେଉଥିବା ହୁଣ୍ଡାଇ କାର ଓ ୫ ଗୋଟି ମୋବାଇଲକୁ ପୁଲିସ ଜବତ କରିଛି । ସୁଚନା ଅନୁସାରେ ଗତକାଲି ଦିନବେଳେ ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ଠିକ ସେହି ସମୟରେ ଦଶପଲ୍ଲାର ଯୋଗିବନ୍ଧ ନିକଟରେ ପାଟ୍ରୋଲିଂ ବେଳେ ଏହି କାର ଉପରେ ସନ୍ଦେହ ହେବାରୁ କାରଟିକୁ ଅଟକାଇଥିଲେ । ପୁଲିସର ତନାଘନା ପରେ କାରରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଦଶପଲ୍ଲା ଥାନା ପକ୍ଷରୁ କେସ୍ ନଂ ୧୪୫ରେ ଏକ ମାମଲା ରୁଜ କରାଯାଇ ୪ଜଣଙ୍କୁ କୋର୍ଟ ଫରୱାଡ କରାଯାଇଛି । ଗିରଫ ଅଭିଯୁକ୍ତମାନେ…
Read MoreCategory: ନୟାଗଡ଼ ବ୍ଲକ
ସ୍ବେଚ୍ଛାସେବୀ ସଂଗଠନ “ସୋହମ୍ , ନେହେରୁ ଯୁବ କେନ୍ଦ୍ର ତରଫରୁ ବିଶ୍ଵ “ପରିବେଶ ଦିବସ”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ସୋହମ୍, ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ର ସହଯୋଗରେ ଶରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବୈଷ୍ଣବ ଗିରି ପର୍ଯ୍ୟଟନ ସ୍ଥଳୀ ରେ ୫୦ତମ “ବିଶ୍ଵ ପରିବେଶ ଦିବସ” ପାଳନ କରିଅଛି । ଏଥିରେ ସଂଗଠନର ଉପସଭାପତି ବିଶିଷ୍ଟ ପରିବେଶବିତ୍ ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତି, ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର ସାହୁ, ଶରଧାପୁର ର ଯୁବ ସମାଜସେବୀ ସନ୍ତୋଷ କୁମାର ମୁଦୁଲି ଙ୍କ ଦ୍ଵାରା ବହୁ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏହା ସହିତ ନିକଟସ୍ଥ ବୈଷ୍ଣବ ଗିରି ପର୍ଯ୍ୟଟନ ସ୍ଥଳୀକୁ ସଫା କରାଯାଇ ପଲିଥିନ ଓ ଆବର୍ଜନା ମୁକ୍ତ କରଯାଇଥିଲା । ଉକ୍ତ କାର୍ଯୟକ୍ରମରେ ସୋହମ୍ ସଂଗଠନର ସଦସ୍ୟ, ସ୍ବେଛାସେବୀ ପ୍ରଫୁଲ୍ଲ କୁମାର ନାୟକ, ରଘୁନାଥ ଦାଶ, ପ୍ରଶାନ୍ତ…
Read Moreପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭଜନ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତଥା ନବକଳେବର ରଥଚକ ସ୍ଥାପନ ସ୍ମୃତି ଅବସରରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଶ୍ରୀ ସୃଜନ ସଙ୍ଗୀତାନୁଷ୍ଠାନ ପକ୍ଷରୁ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଙ୍ଗୀତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ସଭାପତି ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀ, ସମ୍ପାଦିକା ତଥା କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖଙ୍କ ସହଯୋଗରେ ଆୟୋଜିତ ଏହି ଭଜନ ସମାରୋହରେ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ପ୍ରାଣକୃଷ୍ଣ ମହାରଣା, ଜୟଶ୍ରୀ ଦେବୀ, ସରୋଜ ମିଶ୍ର, ରଜତ ନାରାୟଣ ଷଡଙ୍ଗୀ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିବା ବେଳେ ସମ୍ପାଦିକା ଜୟଶ୍ରୀ ଦେବୀ ମଞ୍ଚ ପରିଚାଳନା କରିଥିଲେ। ଏଥି ପୂର୍ବରୁ ରବୀନ୍ଦ୍ର ମହାପାତ୍ର ଏବଂ ଜୟଶ୍ରୀ ଦେବୀ କଣ୍ଠ…
Read Moreନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ନାଭାଲ ଛାତ୍ରଛାତ୍ରୀଙ୍କ ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ ହୋଇଅଛି। ପ୍ରାରମ୍ଭରେ, ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଆତ୍ମାଙ୍କ ଉଦ୍ଦେଶ୍ୟରେ ଶୋକ ପାଳନ କରାଯାଇଥିଲା । ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ସ୍ବାଗତ ଏବଂ ଦିବସର ଆଭିମୁଖ୍ୟ ପ୍ରଦାନ କରିଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ମହୋଦୟ ବିଶ୍ଵ ପରିବେଶ,ଦୈନନ୍ଦିନ ଜୀବନର ବ୍ୟବହାରିକ ଦିଗ ଏବଂ ଯୁବ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ଡଃ ଜାନକୀ ନାଥ ଦାଶ, ସାହିତ୍ୟକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଭାରତୀୟ ନୌବାହିନୀର ଅବସରପ୍ରାପ୍ତ ପଦାଧିକାରୀ ସେକ ସଦୁରୁଦ୍ଦିନ ସେମାନଙ୍କ ବକ୍ତବ୍ୟରେ ବିଶ୍ବ ପରିବେଶର ଭୟାବହତା ଏବଂ ନିରାକରଣ ଦର୍ଶାଇଥିଲେ । ସଦସ୍ୟ…
Read Moreବଲାଙ୍ଗୀ ପାର୍କର ଆମ୍ଫି ଥିଏଟରରେ ନାଟକ “ଝଡ଼ ଆଳୁଅର ଖେଳ” ପରିବେଷଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ବଲାଙ୍ଗୀ ପାର୍କ ପରିସରସ୍ଥ ଆମ୍ଫି ଥିଏଟରରେ ଉଦଘାଟିତ ହେଲା ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ସାମାଜିକ ନାଟକ। ପ୍ରାୟ ଦେଢ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଉପସ୍ଥିତିରେ ନୟାଗଡ ନାଟ୍ୟ ନିର୍ଦ୍ଦେଶକ ମହାସଂଘ ତରଫରୁ ମଞ୍ଚସ୍ଥ ହେଲା ନାଟକ “ଝଡ ଆଲୁଅର ଖେଳ” । ଇଂ ଆଶୁତୋଷଙ୍କ ମହାପାତ୍ର ରଚିତ ଓ ପରମାନନ୍ଦ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି ନାଟକକୁ କଳାକାରମାନେ ଉଦଘାଟନ କରିଥିଲେ। ପାରିବାରିକ କାହାଣୀ ଉପରେ ଆଧାରିତ ଏହି ନାଟକରେ ନାରୀ କବଳରେ କବଳିତ ପୁରୁଷ ଦ୍ବାରା ସୃଷ୍ଟି ହୋଇଥିବା ପାରିବାରିକ ଝଡ ଥମି ଯାଇ ପୁଣି ଆଲୋକରେ ରୂପାନ୍ତରିତ ହେବା ଥିଲା କାହାଣୀର ମୂଳ ବିଷୟ ବସ୍ତୁ। ସ୍ଥାନୀୟ କଳାକାରଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇଙ୍କ ସମେତ…
Read Moreଇଟାମାଟି ଗ୍ରାମର ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା
ଇଟାମାଟି,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମରେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଜସ୍ମିନ ନାୟକଙ୍କୁ ବିଜୁ ମହତାବ ସ୍ବେଚ୍ଛାସେଵୀ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନର ସଭାପତି ସମାଜସେବୀ ଭାଗିରଥି ବାଇ, ପ୍ରଧାନ ଆଚାର୍ଯ୍ୟ ପ୍ରକାଶ ଜୀବନ ପାଳ, ସୁକାନ୍ତ କୁମାର ମହାନ୍ତି, କୃପାସିନ୍ଧୁ ପ୍ରଧାନ, ସଞ୍ଜୟ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ, ଫକୀର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ଯସ୍ମୀନଙ୍କ ବାସ ଭବନକୁ ଯାଇ ତାଙ୍କ ଜେଜେବାପା, ଜେଜେ ମା ଏବଂ ତାଙ୍କ ବୋଉଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଥିଲେ।
Read Moreଜଣ ନୁହେଁ, ଗଣ ପତ୍ରିକା – “ମାଟିର ସ୍ୱର”
ଦଶପଲ୍ଲା,(ନୟାଗଡ଼ ଦର୍ପଣ); ସମ୍ପ୍ରତି ଦଶପଲ୍ଲାଠାରେ ମାଟିର ସ୍ୱର ଇ-ପତ୍ରିକାର ତୃତୀୟ ସଂଖ୍ୟା ଆଜି ତା ୩୧/୫/୨୩ ରିଖ ଦିନ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତିଙ୍କ ଦ୍ୱାରା ମାଟି ମଣିଷଙ୍କ ଉଦେଷ୍ୟରେ ଆଭାସୀ ଉତ୍ସବ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି। ଶ୍ରୀମତୀ ସସ୍ମିତା ଦାଶ, ଢେଙ୍କାନାଳ, ଡ. ବାସନ୍ତୀ ମହାନ୍ତି, ଭୁବନେଶ୍ଵର, ମହାଶ୍ୱେତା ପଟ୍ଟନାୟକ, ଭୁବନେଶ୍ଵର, ବନ୍ଦନା ବିଶ୍ବାସ, ବାଲେଶ୍ଵର, ଡ. ଲକ୍ଷ୍ମୀପ୍ରିୟା ଦେଈ, ଦଶପଲ୍ଲା, ରୋହିତ ଜେନା, ଗଞ୍ଜାମ, ଶ୍ରୀକାନ୍ତ ପଣ୍ଡା, ଭଦ୍ରକ, ନଟବର ପ୍ରଧାନ, କଟକ, ଶ୍ରୀକାନ୍ତ ଘଡ଼ାଇ, ମୁମ୍ବାଇ, ଜ୍ଞାନ ପ୍ରକାଶ ବାରିକ, ବୌଦ୍ଧ, ଵିନୋଦ ବିହାରୀ ମହାରଣା, ଧୁଆମଡ଼ା, ବନମାଳୀ ସାହୁ ଓ ତାଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଉଦେଶ୍ୟରେ ନିଜ ନିଜର ଶ୍ରଦ୍ଧାଂଜଳି କବିତା ଆବୃତ୍ତି କରିବା ସହିତ ମାଟିର ସ୍ୱର ପତ୍ରିକା ଓ…
Read Moreପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କୁ ବିପୁଳ ସଫଳତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ ହାରରେ ସାରା ରାଜ୍ୟରେ ନୟାଗଡ଼ ଜିଲ୍ଲାପ୍ରଥମ ସ୍ଥାନ ଅଧିକାର କରିଛି। ନୟାଗଡ଼ ସହର ମଧ୍ୟରେ ଥିବା ପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀମାନେ ବିପୁଳ ସଫଳତା ପାଇଥିବା ଜଣା ପଡ଼ିଛି। ବିଜ୍ଞାନ ବିଭାଗରେ ଜିଲ୍ଲା ଟପ୍ପର ହୋଇଥିବା ପ୍ରଜ୍ଞାନ ମହାନ୍ତି ୫୬୪ ନମ୍ବର ରଖିଥିବା ବେଳେ ସେ ପାଢ଼ୀ ଟ୍ୟୁଟୋରିଆଲ ଛାତ୍ର ଅଟନ୍ତି । ଏଥିସହିତ ପପୁନ ବରାଡ଼ ୫୫୭, ତନୁଶ୍ରୀ ପ୍ରିୟଦର୍ଶିନୀ ଦାଶ ୫୪୮, ଅର୍ପଣ କୁମାର ସାହୁ ୫୪୬ ମାର୍କ ରଖି A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୭ଜଣ ୫ଶହରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ବେଳେ ୧୮୯ଜଣ ପ୍ରଥମ ଶ୍ରେଣୀରେ ଓ ୩୨ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି…
Read Moreସଂସ୍କୃତଭାଷା ପ୍ରଶିକ୍ଷଣ ଦ୍ବାରା ଆଦର୍ଶ ସମାଜ ଗଠନ ସମ୍ଭବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସୟଂଶାସିତ ମହାବିଦ୍ୟାଳୟରସୁବର୍ଣ୍ଣ ଜୟନ୍ତୀ କକ୍ଷରେ ଦଶଦିନାତ୍ମକ ଆବିସିକ ପ୍ରଶିକ୍ଷଣ ବର୍ଗର ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଯୋଜନାବୋଡ଼ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ କହିଥିଲେ ଯେ, ସଂସ୍କୃତଭାଷା ପ୍ରଶିକ୍ଷଣ ଦ୍ବାରା ଆଦର୍ଶ ସମାଜ ଗଠନ ସମ୍ଭବ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଯୋଗଦେଇ ଅଧ୍ୟକ୍ଷତା କରିବା ସହ ସଂସ୍କୃତ ଭାଷା ଭାରତୀୟ ସଂସ୍କୃତିର ପ୍ରାଣ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଲୋକକବି କାଳୀପ୍ରସନ୍ନ ଶତପଥୀ ଯୋଗଦେଇ ସଂସ୍କୃତ ପ୍ରଶିକ୍ଷଣ ଦ୍ଵାରା ବିବିଧ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ସମ୍ଭବ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ନବୋଦୟ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସୁଦିପ୍ତା ବିଶ୍ଵାଳ ସଂସ୍କୃତ ସାହିତ୍ୟର ନୈତିକ ମୂଲ୍ୟବୋଧ ବିଷୟରେ ଆଲୋକପାତ କରିଥିଲେ । ସଂସ୍କୃତ ବିଭାଗ ମୁଖ୍ୟ…
Read Moreସମୂହଛୁଟି ପାଇଁ ଦାବିପତ୍ର ପ୍ରଦାନ କଲା ଜିଲ୍ଲା ଅମଲା ସଂଘ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ କୃଷି ବିଭାଗ ସଭାଗୃହ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ବନ୍ଧରେ ସୁଚନା ଦେଇଥିଲେ। ସେମାନଙ୍କ ଦାବି ପୁରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ରହିବେ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ ଜିଲ୍ଲା ଅମଲା ସଂଘର ଆବାହକ ଶ୍ରୀଧର କୁମାର ସାହୁ, ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝା, ଉପସଭାପତି ରଶ୍ମିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତିରେ ଜିଲ୍ଲା ସ୍ତରୀୟ କନିଷ୍ଠ ଅମଲା ସହିତ ଗ୍ରେଡ୍ ପେ ମାନଙ୍କର ମୁଳ ଦରମା ୯,୩୦୦ ଟଙ୍କା ୪,୨୦୦ ଟଙ୍କା ବୃଦ୍ଧି କରିବା ପାଇଁ ଦାବି ରଖୁଛନ୍ତି । ସଂଘ ପକ୍ଷରୁ ଗତ ଏପ୍ରିଲ ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ…
Read More