ପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କୁ ବିପୁଳ ସଫଳତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ ହାରରେ ସାରା ରାଜ୍ୟରେ ନୟାଗଡ଼ ଜିଲ୍ଲାପ୍ରଥମ ସ୍ଥାନ ଅଧିକାର କରିଛି। ନୟାଗଡ଼ ସହର ମଧ୍ୟରେ ଥିବା ପାଢ଼ୀ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀମାନେ ବିପୁଳ ସଫଳତା ପାଇଥିବା ଜଣା ପଡ଼ିଛି। ବିଜ୍ଞାନ ବିଭାଗରେ ଜିଲ୍ଲା ଟପ୍ପର ହୋଇଥିବା ପ୍ରଜ୍ଞାନ ମହାନ୍ତି ୫୬୪ ନମ୍ବର ରଖିଥିବା ବେଳେ ସେ ପାଢ଼ୀ ଟ୍ୟୁଟୋରିଆଲ ଛାତ୍ର ଅଟନ୍ତି । ଏଥିସହିତ ପପୁନ ବରାଡ଼ ୫୫୭, ତନୁଶ୍ରୀ ପ୍ରିୟଦର୍ଶିନୀ ଦାଶ ୫୪୮, ଅର୍ପଣ କୁମାର ସାହୁ ୫୪୬ ମାର୍କ ରଖି A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୭ଜଣ ୫ଶହରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ବେଳେ ୧୮୯ଜଣ ପ୍ରଥମ ଶ୍ରେଣୀରେ ଓ ୩୨ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଅବସରରେ ପାଢ଼ୀ ଟ୍ୟୁଟୋରିଆଲ ପରିସରରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀମାନେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଛନ୍ତି। ଉକ୍ତ କୋଚିଂ ସେଣ୍ଟରର ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ପାଢ଼ୀ, ଅଧ୍ୟକ୍ଷ କମଳାକାନ୍ତ ସାହୁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts