ସମାଜସେବୀ ଟଟଙ୍କର ଆକସ୍ମିକ ପରଲୋକ

ଓଡଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଶରଣକୁଳ ନିକଟବର୍ତ୍ତି ବାଉଁଶିଆ ରଘୁନାଥପୁର ଶାସନର ସମାଜସେବୀ ରଘୁନାଥ ତ୍ରୀପାଠୀ(ଟଟ)ଙ୍କର ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵର ଏକ ଘରୋଇ ଡାକ୍ତଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଶ୍ରୀ ତ୍ରିପାଠୀ ଶରଣକୁଳ ଅଂଚଳରେ ଜଣେ ପରୋପକାରୀ, ସଂସ୍କୃତି ପ୍ରେମୀ ଏବଂ ମେଳାପୀ ବ୍ୟକ୍ତି ରୂପେ ପରିଚିତ ଥିଲେ। ସେ ସଦାବେଳେ ଗ୍ରାମର ଏବଂ ଶରଣକୁଳ ଅଞ୍ଚଳର ଉନ୍ନତି କଳ୍ପେ ଚେଷ୍ଟିତ ଥିଲେ। ତାଙ୍କର ଦୁଇ ଝିଅ ଅଛନ୍ତି। ତାଙ୍କ ମର ଶରୀର ଆଜି ଭୁବନେଶ୍ଵରରୁ ନିଜଗ୍ରାମ ବାଉଁଶିଆରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନାରାୟଣ ହାଇସ୍କୁଲର ୧୯୮୩ ମସିହା ବ୍ୟାଚର ସମସ୍ତ ବନ୍ଧୁଗଣ ସମେତ ବାଉଁଶିଆ ଗ୍ରାମବାସୀ, ଶରଣକୁଳ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଶରଣକୁଳ ସୁଆର ସାହି କୋଠଘର ଠାରେ ଆଜି ଅପରାହ୍ଣରେ କୁମାର ଗାଆଣଙ୍କ ଆବାହକତ୍ଵରେ ୮୩ ବ୍ୟାଚ ବନ୍ଧୁମାନେ ଏକତ୍ରିତ ହୋଇ ପ୍ରିୟ ବନ୍ଧୁ ରଘୁଙ୍କ ଅମର ଆମିାର ସଦ୍ଗତି ନିମନ୍ତେ ଏକ ଶୋକ ସଭା ଆୟୋଜିତ ହୋଇଥିଲା। ସେଥିରେ ତାପସ ପ୍ରହରାଜ, ବିଜୟ କୁମାର ଗାଆଣ, ଡ. ଗୀରିଜା ଶଙ୍କର ମହାପ୍ରାତ୍ର, ରୀନାରାଣୀ ମହାପାତ୍ର, ବବି ମହାପାତ୍ର, ଡ. ସୁରେଶ ଚନ୍ଦ୍ର ବରାଡ଼, ନିରଞ୍ଜନ ଦାଶ, ଅଧ୍ୟାପକ ଭାବଗ୍ରାହୀ କର ଆଦି ଯୋଗ ଦେଇଥିବା ବେଳେ ସୁଧାଂଶୁ କୁମାର ମହାପାତ୍ର ବମ୍ବେରୁ ଓ ବିଶ୍ଵଜିତ ମହାପାତ୍ର ଆମେରିକାରୁ ଗୁଗୁଲ ମିଟ ସାହାଯ୍ୟରେ ଯୋଗ ଦେଇଥିଲେ। ତାଙ୍କର ମର ଶରୀରକୁ ତାଙ୍କ ଗ୍ରାମ ବାଉଁଶିଆସ୍ଥ୍ଥ ଶ୍ମଶାନରେ ଦାହ କରାଯାଇଛି। ତାଙ୍କର ସାନ ଭାଇ ଅଶୋକ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଶରଣକୁଳ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Related posts