ଇଟାମାଟି ଗ୍ରାମର ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଇଟାମାଟି,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମରେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଜସ୍ମିନ ନାୟକଙ୍କୁ ବିଜୁ ମହତାବ ସ୍ବେଚ୍ଛାସେଵୀ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନର ସଭାପତି ସମାଜସେବୀ ଭାଗିରଥି ବାଇ, ପ୍ରଧାନ ଆଚାର୍ଯ୍ୟ ପ୍ରକାଶ ଜୀବନ ପାଳ, ସୁକାନ୍ତ କୁମାର ମହାନ୍ତି, କୃପାସିନ୍ଧୁ ପ୍ରଧାନ, ସଞ୍ଜୟ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ, ଫକୀର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ଯସ୍ମୀନଙ୍କ ବାସ ଭବନକୁ ଯାଇ ତାଙ୍କ ଜେଜେବାପା, ଜେଜେ ମା ଏବଂ ତାଙ୍କ ବୋଉଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଥିଲେ।

Related posts