ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ କାର୍ଯ୍ୟରତ ଅମୃତ ସରୋବର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିଛନ୍ତି ଜିଲ୍ଲା ନୋଡାଲ ଅଧିକାରୀ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓ। ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ଜିଲ୍ଲା ନୋଡାଲ ଅଧିକାରୀ ଦିଲ୍ଲୀପ କୁମାର ଜେନା ଙ୍କୁ ନେଇ ନୂଆଗାଁ ବ୍ଲକ ମଧ୍ୟରେ କାର୍ଯ୍ୟରତ ଅମୃତ ସରୋବର ପ୍ରକଳ୍ପ ସ୍ଥାନ ଉଦୟପୁର, ଶିକ୍ରୀଡା, ହରିପୁର, ବେରୁଆଁବାରୀ, ମହୀପୁର ଇତ୍ୟାଦି ପଞ୍ଚାୟତ ମଧ୍ୟରେ ଚାଲିଥିବା ଅମୃତ ସରୋବର କାର୍ଯ୍ୟ ପରିଦର୍ଶନ କରିଥିଲେ। ବିଡ଼ିଓଙ୍କ ସହିତ ନୂଆଗାଁ ବ୍ଲକ ସହକାରୀ ଯନ୍ତ୍ରୀ ଓ ଏପିଓ ଉପସ୍ଥିତ ଥିଲେ।

