ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ନାଭାଲ ଛାତ୍ରଛାତ୍ରୀଙ୍କ ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ ହୋଇଅଛି। ପ୍ରାରମ୍ଭରେ, ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଆତ୍ମାଙ୍କ ଉଦ୍ଦେଶ୍ୟରେ ଶୋକ ପାଳନ କରାଯାଇଥିଲା । ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ସ୍ବାଗତ ଏବଂ ଦିବସର ଆଭିମୁଖ୍ୟ ପ୍ରଦାନ କରିଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ମହୋଦୟ ବିଶ୍ଵ ପରିବେଶ,
ଦୈନନ୍ଦିନ ଜୀବନର ବ୍ୟବହାରିକ ଦିଗ ଏବଂ ଯୁବ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ଡଃ ଜାନକୀ ନାଥ ଦାଶ, ସାହିତ୍ୟକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଭାରତୀୟ ନୌବାହିନୀର ଅବସରପ୍ରାପ୍ତ ପଦାଧିକାରୀ ସେକ ସଦୁରୁଦ୍ଦିନ ସେମାନଙ୍କ ବକ୍ତବ୍ୟରେ ବିଶ୍ବ ପରିବେଶର ଭୟାବହତା ଏବଂ ନିରାକରଣ ଦର୍ଶାଇଥିଲେ ।

ସଦସ୍ୟ ମହମ୍ମଦ ଓମର ମଲ୍ଲିକ, ସଦସ୍ୟା କ୍ଷଣପ୍ରଭା କର ଛାତ୍ର ସମାଜ ଓ ପରିବେଶ ଶୃଙ୍ଖଳା ଉପରେ
ବର୍ଣ୍ଣନା କରିଥିଲେ । ଏହି ଅବସରରେ ସର୍ବ ଭାରତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଥବା ମହାବିଦ୍ୟାଳୟ ନାଭାଲ ଅଫିସର ଗୋଲେଖ ବିହାରୀ ନାୟକଙ୍କୁ ପ୍ରାଧିକରଣ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ପରିବେଶ ସମ୍ବନ୍ଧୀୟ ଚିତ୍ରକଳା, ନୃତ୍ୟ ଏବଂ ସଂଗୀତ ଗାନ କରିଥିଲେ । ବରିଷ୍ଠ ବର୍ଗର ରାଣୀ ଅମୃତା ଲାଲ, ଆଦ୍ୟାସା ମହାପାତ୍ର, ପ୍ରସନ୍ନ ପଦ୍ମ ଲୋଚନ ଏବଂ କନିଷ୍ଠ ବର୍ଗର ବର୍ଷାରାଣୀ ପରିଡା, ଦିବ୍ୟ ଜୀବନ ସାହୁ, ରୋଜାଲିନ ଦାସ ସମ୍ମାନିତ ହୋଇଥିଲେ । ଉପସ୍ଥିତ ଥିବା ପ୍ରାୟ ୨୫୦ଜଣ ଛାତ୍ରଛାତ୍ରୀ ପରିବେଶ ପ୍ରତି ପ୍ରତିବଦ୍ଧତା ଜ୍ଞାପନ କରିବା ସହିତ ପରିବାର ଏବଂ ସମାଜରେ ବାର୍ତ୍ତା ପ୍ରଦାନର ସଂକଳ୍ପ ବହନ କରିଥିଲେ । ନାଭାଲ ଅଫିସର ଅଧ୍ୟାପକ ଗୋଲେଖ ବିହାରୀ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ

Related posts