ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ କୃଷି ବିଭାଗ ସଭାଗୃହ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ବନ୍ଧରେ ସୁଚନା ଦେଇଥିଲେ। ସେମାନଙ୍କ ଦାବି ପୁରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ରହିବେ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ ଜିଲ୍ଲା ଅମଲା ସଂଘର ଆବାହକ ଶ୍ରୀଧର କୁମାର ସାହୁ, ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝା, ଉପସଭାପତି ରଶ୍ମିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତିରେ ଜିଲ୍ଲା ସ୍ତରୀୟ କନିଷ୍ଠ ଅମଲା ସହିତ ଗ୍ରେଡ୍ ପେ ମାନଙ୍କର ମୁଳ ଦରମା ୯,୩୦୦ ଟଙ୍କା ୪,୨୦୦ ଟଙ୍କା ବୃଦ୍ଧି କରିବା ପାଇଁ ଦାବି ରଖୁଛନ୍ତି । ସଂଘ ପକ୍ଷରୁ ଗତ ଏପ୍ରିଲ ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । କୌଣସି ଦାବି ପୁରଣ ନହେବାରୁ ସଂଘ ପକ୍ଷରୁ ଗତ ୨୨ ତାରିଖ ଠାରୁ କଳା ବ୍ୟାଚ ପରିଧାନ କରି ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛନ୍ତି। ସେମାନଙ୍କ ଦାବି ପୁରଣ ନହେଳେ ଆସନ୍ତା ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ଯିବେ ବୋଲି ନିଷ୍ପତି ନେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ନୟାଗଡ଼ କାର୍ଯ୍ୟକରୁଥିବା ୮୦ ରୁ ଉର୍ଦ୍ଧ୍ବ ଅମଲା କର୍ମଚାରୀ ମାନେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କୁ ଭେଟି ସମୁହ ଛୁଟି ସମ୍ବନ୍ଧରେ ଦାବି ପତ୍ର ପ୍ରଦାନ କରିଛନ୍ତି ।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...