ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ସଂପଡା ସ୍କୁଲ ପରିସରରେ ଭିନ୍ନକ୍ଷମ ସହାୟତା ସଂସ୍ଥା ଆନୁକୁଲ୍ଯରେ ଭିନ୍ନକ୍ଷମ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀଧର ବେହେରାଙ୍କ ପରାମର୍ଶ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଦ୍ଦୀପତ କହଁର,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନୂଆଗାଁ ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ, ମାଈଛେଳି ସରପଞ୍ଚଙ୍କ ପ୍ରତିନିଧି ଦାଶରଥି ପ୍ରଧାନ ଯୋଗଦେଇଥିଲେ । ଡିଜାବିଲ ରିଲିଫ ଅର୍ଗାନାଇଜେସନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭିନ୍ନକ୍ଷମମାନଙ୍କୁ ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ଯୋଜନା ସଠିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚିବା । ନୟାଗଡ ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ଯୋଜନା ବିଷୟରେ ବୁଝାଇଥିଲେ ।। ଶେଷରେ ଡିଜାବଲ ରିଲିଫ ଅର୍ଗାନାଇଜେସନ ଭିନ୍ନ କ୍ଷମ ସହାୟତା ସଂସ୍ଥା ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖରେ କିଛି ଦାବି ଉପସ୍ଥାପନ କରିଥିଲେ ଯଥା ,ବ୍ଲକ ମଧ୍ୟରେ ଭିନ୍ନ କ୍ଷମ ମାନଙ୍କ ପାଇଁ ଫିଜିଓଥେରାପି ସେଣ୍ଟର କରାଯାଉ , ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ମାନେ ଭିର୍ଣ୍ଣ କ୍ଷମ ମାନଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି ସେନେଇ ମୌଖିକ ଦାବି ଉପସ୍ଥାପନ କରିଥିଲେ । ଏସବୁ ଦାବୀକୁ ଲିଖିତ ଆକାରରେ ଜିଲ୍ଲା ପାଳଙ୍କୁ ଜଣାଇବା ପାଇଁ ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀ ପରାମର୍ଶ ଦେଇଥିଲେ । ଶେଷରେ ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀ ଦ୍ଵାରା ଡିଜାବିଲିଟି ସାର୍ଟିଫିକେଟ ବଣ୍ଟନ କରା ଯାଇଥିଲା । କିନ୍ତୁ ଦେଖିବାକୁ ମିଳିଥିଲା ବହୁସାର୍ଟିଫିକେଟ ୩୦ % କମ ଥିବାରୁ ଭିର୍ଣ୍ଣ କ୍ଷମ ହିତାଧିକାରୀଙ୍କ ମନରେ କଷ୍ଟ ଦେଇଥିଲା । କାରଣ ୩୦ % ଶତକଡା ଭିର୍ଣ୍ଣକ୍ଷମ ମିଳିଲେ ତାହା କୌଣସି ସରକାରୀ ଯୋଜନା ଅନ୍ତର୍ଭୁକ୍ତ ହେବନାହି । ସେ ନେଇ ଅସନ୍ତୋଷ ଦେଖାଦେଇଥିଲା । ପୁନର୍ବାର ଯାଞ୍ଚ କରାଯିବ ବୋଲି ନୂଆଗାଁ ସାମାଜିକ ସୁରକ୍ଷା ଅଧିକାରିଣୀ କହିଥିଲେ ।ଡିଜାବଲ ରିଲିଫ ଅର୍ଗାନାଇଜେସନ ଭିନ୍ନ କ୍ଷମ ସହାୟତା ସଂସ୍ଥା ସହ ସମ୍ପାଦକ ଲକ୍ଷ୍ମୀଧର ବେହେରା, ବିମଳକାନ୍ତ କର ପ୍ରୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ, ସଂଯୋଜିକା ସୁଭଲକ୍ଷ୍ମୀ ନାଥ, ଫିଲ୍ଡ ଷ୍ଟାଫ ସରୋଜିନୀ ପରିଡ଼ା, ମିତା ଗୋଚ୍ଛାୟତ, ସ୍ଵର୍ଣ୍ଣଲତା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
Related posts
-
ନୂଆଗାଁ ବ୍ଲକରେ ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା
ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଦର ମହକୁମାରେ ବିଜେଡିର... -
ନୂଆଗାଁ ବ୍ଲକରେ ୧୭୫ରୁ ୧୭୦ଜଣ ଛାତ୍ରଛାତ୍ରୀ ଦେଲେ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକରେ ତିନୋଟି ପରୀକ୍ଷା କେନ୍ଦ୍ରରେ ୧୭୫ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେବାକୁ ନାମ... -
ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ
“ବାଲ୍ୟ ବିବାହକୁ ନାଁ, ବିଦ୍ୟାଳୟକୁ ହଁ”ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ସମନ୍ୱିତ ଶିଶୁ ବିକାଶ,...