ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଥମିକ ଶିକ୍ଷକମାନଙ୍କ ପ୍ରମୋସନ ନେଇ ଶିକ୍ଷା ବିଭାଗରେ ଛକାପଞ୍ଝା ଲାଗି ରହିଥିବା ବେଳେ ୨୦୧୯-କ୍ୟାଡର ରୁଲର ପରିବର୍ତ୍ତନ ପାଇଁ କିଛି ଶିକ୍ଷକ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି । ଫଳରେ ଲେବୁଲ-୪ରୁ ଲେବୁଲ-୩କୁ ପ୍ରମୋସନ ପାଇବାକୁ ଥିବା ସ୍ନାତକ ଶିକ୍ଷକମାନେ ଏଥିରୁ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ନୟାଗଡ଼ ଜିଲ୍ଲା ବି.ଏଡ୍ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ପ୍ରମୋସନ ପାଇଁ କ୍ୟାଡର ରୁଲ ତିଆରି କରିଛନ୍ତି । ଏଥିରେ ଶିକ୍ଷାଗତ ଯୋଗ୍ୟତା ଏବଂ ବରିଷ୍ଠତାକୁ ଆଧାର କରି ପ୍ରମୋସନ ପାଇଁ ବ୍ୟବସ୍ଥା ରହିଛି । ଏହି କ୍ରମରେ ଲେବୁଲ-୪ରୁ ଲେବୁଲ-୩ କୁ ପ୍ରମୋସନ ପାଇଁ ଜଣେ ଶିକ୍ଷକ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏ ସମ୍ପର୍କରେ ୨୦୧୯-କ୍ୟାଡର ରୁଲ,ଏଲିମେଣ୍ଟାରି ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ନଂ-୧୦୬୮୬ ତା୦୬.୦୫.୨୦୨୩ ଏବଂ ସ୍ପଷ୍ଟିକରଣ ଚିଠି ନଂ ୧୧୬୬୫,ତା୧୫.୦୫.୨୦୨୩ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜଣେ ପ୍ରାଥମିକ ଶିକ୍ଷକ ସ୍ନାତକ ଡିଗ୍ରୀ ହାସଲ କରିଥିବା ଦିନଠାରୁ ତାର ବରିଷ୍ଠତାକୁ ବିଚାରକୁ ନିଆଯିବ । ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗରେ ଉଚ୍ଚ ଯୋଗ୍ୟତା ହାସଲ ଦିନଠାରୁ ବରିଷ୍ଠତା ନିୟମ ପ୍ରଚଳିତ ଅଛି । ତେବେ ଜିଲ୍ଲାରେ ଅଧିକାଂଶ ପ୍ରାଥମିକ ଶିକ୍ଷକ ନିଯୁକ୍ତି ସମୟରେ ସ୍ନାତକ ଡିଗ୍ରୀ ହାସଲ କରି ନଥିବା ବେଳେ ପରବର୍ତ୍ତି ସମୟରେ ଚାକିରୀକାଳ ମଧ୍ୟରେ ସ୍ନାତକ ହୋଇଛନ୍ତି । କ୍ୟାଡର ରୁଲ ଅନୁଯାୟୀ ଲେବୁଲ-୩ ପ୍ରମୋସନ ପାଇଁ ସ୍ନାତକ ଡିଗ୍ରୀ ବାଧ୍ୟତା ମୂଳକ ଅଟେ ଏବଂ ବରିଷ୍ଠତା ଭିତ୍ତିରେ ଲେବୁଲ-୪ରୁ ଲେବୁଲ-୩କୁ ପ୍ରମୋସନ ହୋଇଥାଏ । ସରକାରଙ୍କ ପ୍ରଚଳିତ କ୍ୟାଡର ରୁଲରେ ଜଣେ ଶିକ୍ଷକ ସ୍ନାତକ ଡିଗ୍ରୀ ହାସଲ ଦିନଠାରୁ ବରିଷ୍ଠତାକୁ ଧରାଯାଏ । ମାତ୍ର ନିଯୁକ୍ତି ସମୟରେ ସ୍ନାତକ ନହୋଇ ପରବର୍ତ୍ତି ସମୟରେ ଯେନତେନ ପ୍ରକାରେଣ ସ୍ନାତକ ଡିଗ୍ରୀ ହାସଲ କରିଥିବା କିଛି ନ୍ୟସ୍ତସ୍ୱାର୍ଥ ଶିକ୍ଷକ ପମୋସନ ପାଇଁ ମୂଳ ନିଯୁକ୍ତି ତାରିଖଠାରୁ ବରିଷ୍ଠତା ଗଣନା କରାଯିବା ପାଇଁ ଯତ୍ପରୋନାସ୍ତି ଉଦ୍ୟମ ଚଳାଇଛନ୍ତି । ଏହାକୁ ନୟାଗଡ଼ ଜିଲ୍ଲା ବି.ଏଡ୍ ଶିକ୍ଷକସଂଘ ଘୋର ବିରୋଧ କରିବା ସହିତ ୨୦୧୯ କ୍ୟାଡର ରୁଲ ଅନୁଯାୟୀ ସ୍ନାତକ ଡିଗ୍ରୀ ହାସଲ ଦିନଠାରୁ ବରିଷ୍ଠତା ଗଣନା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି । ଯଦି ଏଥିରେ ବ୍ୟତିକ୍ରମ ହୁଏ ତେବେ ସଂଘ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ ବୋଲି ସଂଘ ସଭାପତି ପ୍ରଦୀପ କୁମାର ସାହୁ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
Related posts
-
ସର୍ବସମ୍ମତିକ୍ରମେ ସଭାପତିଭାବେ ମନୋନୀତ ହେଲେ ବରିଷ୍ଠ ସମବାୟ ନେତା ନାସିର ଅହମ୍ମଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାସ୍ତରୀୟ ନନ୍-କ୍ୟାଡର ଆସୋସିଏସନ୍, ଜିଲ୍ଲା ସମବାୟ ବ୍ୟାଙ୍କର ସାଙ୍ଗଠନିକ ବୈଠକ ସ୍ଥାନୀୟ ମଜୁରୀଆପଲ୍ଲୀସ୍ଥିତ ମା’ ଭୈରବୀ... -
ନୟାଗଡ଼ରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ଆନ୍ଦୋଳନ: ଉପଜିଲ୍ଲାପାଳଙ୍କ ‘ଛେରାପହଁରା’କୁ ବିରୋଧ
July 3, 2026 Jajati Comments Off on ନୟାଗଡ଼ରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ଆନ୍ଦୋଳନ: ଉପଜିଲ୍ଲାପାଳଙ୍କ ‘ଛେରାପହଁରା’କୁ ବିରୋଧନୟାଗଡ଼,(ନୟାଗଡ଼ ଦର୍ପଣ): ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଉପଜିଲ୍ଲାପାଳଙ୍କ ଦ୍ୱାରା ‘ଛେରାପହଁରା’ ନୀତି ସମ୍ପନ୍ନ ହେବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ନୟାଗଡ଼ରେ... -
ରଣପୁରରେ ସୁରମା ପାଢୀଙ୍କ ଦ୍ଵାରା ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି
June 19, 2026 Jajati Comments Off on ରଣପୁରରେ ସୁରମା ପାଢୀଙ୍କ ଦ୍ଵାରା ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛିରଣପୁର, (ନୟାଗଡ଼ ଦର୍ପଣ): ନାକିଠଣା ସ୍ଥିତ ରାମ ମନ୍ଦିର ଠାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ...
